ଲେଖା: ଶିଶିର ସାହୁ ମନୋଜ

ଯୁଦ୍ଧକ୍ଷେତ୍ରରେ ସ୍ୱଇଚ୍ଛା ଆତ୍ମତ୍ଯାଗୀଙ୍କୁ ଶହୀଦ କୁହାଯାଏ । ୟୁରୋପ ଓ ମଧ୍ଯପ୍ରାଚ୍ଯ ମଧ୍ଯରେ ଧର୍ମଯୁଦ୍ଧ କାଳରେ ଏ ଶବ୍ଦଟି ଲୋକପ୍ରିୟ ହୋଇଯାଇଥିଲା। ସେତେବେଳେ ଆରବରେ ଇସ୍ଲାମ ପାଇଁ ପ୍ରାଣ ତ୍ଯାଗୁଥିବା ଲୋକେ ଶହୀଦ ବୋଲାଉଥିଲେ । ୟୁରୋପରେ ମଧ୍ଯ ଧର୍ମଯୁଦ୍ଧରେ ପ୍ରାଣ ହରାଉଥିବା ଲୋକଙ୍କୁ Martyr କୁହାଯାଉଥିଲା । ପରେ martyr ୟୁରୋପୀୟ ଭାଷାରେ ସୀମିତ ରହିଯାଇଥିଲା କିନ୍ତୁ ଇସ୍ଲାମୀୟ ଧର୍ମର ପ୍ରଚାର ପ୍ରସାର ବଢ଼ିଲାରୁ ଶହୀଦ ଶବ୍ଦଟି ଆରବୀରୁ ଯାଇ ଆର୍ମେନୀୟ, ଅଜରବୈଜାନୀ, କାଜାକ, ରୁଷୀ, କୁର୍ଦ୍ଦିଶ୍, ତାତର, ପାର୍ସୀ, ପୋସ୍ତୋ, ହିନ୍ଦୀ, ବଙ୍ଗାଳୀ, ମାଳୟ ଓ କୋରିଅନ୍ ଆଦି ଭାଷାରେ ଚଳିବାକୁ ଲାଗିଲା। ଇତିମଧ୍ଯରେ ଶହୀଦ ଶବ୍ଦ ଇଂରାଜୀ ଭାଷାରେ ମଧ୍ଯ ସ୍ଥାନଲାଭ କରିସାରିଲାଣି।

ବହୁତ ଲୋକ ପଚାରନ୍ତି ଏହାର କୌଣସି ଭାରତୀୟ ପ୍ରତିଶବ୍ଦ ଅଛି କି ? ଦୁଇଟି ଶବ୍ଦ ଆଜିକାଲି ଏ ଶବ୍ଦର ପ୍ରତିଶବ୍ଦ ଭାବରେ ଅଭିଧାନ ମାନଙ୍କରେ ସ୍ଥାନିତ ହୋଇଛି, ଯେପରି କି
୧. ବଳିଦାନୀ ଓ ୨. ହୁତାତ୍ମା।

ଶହାଦତ୍’ର ଦେଶଜ ପ୍ରତିଶବ୍ଦ ବଳିଦାନ ଅଟେ ତେଣୁ ଯେ ବଳିଦାନ ଦେଲା ସେ ବଳିଦାନୀ ବୋଲାଇଲା । ସେହିଭଳି ହୁତାତ୍ମା ଶବ୍ଦଟି ଦୁଇଟି ଶାସ୍ତ୍ରୀୟ ଶବ୍ଦ ହୁତ ଓ ଆତ୍ମାରୁ ସୃଷ୍ଟ ହୋଇଛି। ଏ ହୁତର ଅର୍ଥ ଯଥା:
କ. ମନ୍ତ୍ରୋଚ୍ଚାରଣ ପୂର୍ବକ ଦେବତାଙ୍କ ଉଦ୍ଦେଶ୍ଯରେ ହୋମାଗ୍ନିରେ ଘୃତାଦି ପ୍ରକ୍ଷିପ୍ତ
ଖ. ହୋମାଗ୍ନି
ଗ. ହୋମ
ଘ. ଶିବ ଇତ୍ଯାଦି !

ଅର୍ଥାତ୍ ଯେଉଁ ଅମର ଆତ୍ମା ରାଷ୍ଟ୍ରରକ୍ଷା ରୂପକ ହୋମାଗ୍ନିରେ ଝାସ ଦିଏ, ଯେଉଁ ଅମର ଆତ୍ମା ଶତ୍ରୁ ପାଇଁ ମାତୃଭୂମି ରକ୍ଷା ସଂକଳ୍ପ ରୂପ ହବନକୁଣ୍ଡରୁ ଅଗ୍ନି ଭଳି ଜାତ ହୋଇ ସେମାନଙ୍କର ବିନାଶ ସାଧନ କରେ, ଯେଉଁ ଅମର ଆତ୍ମା ଠିକ୍ ଶିବଙ୍କ ଭଳି ମାତୃଭୂମି ରକ୍ଷା ହେତୁ ମୃତ୍ଯୁ ରୂପକ ହଳାହଳ ପାନ କରିପାରେ ସେହି ଅମର ଆତ୍ମା କେବଳ ‘ହୁତାତ୍ମା’‘ବଳିଦାନୀ‘ ଅଟେ।

© ଶିଶିର ସାହୁ ମନୋଜ  

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago