ଲେଖା: ଶିଶିର ସାହୁ ମନୋଜ

Jasminum multiflorumକୁ ଓଡ଼ିଆ, ବଙ୍ଗାଳି ତଥା ସଂସ୍କୃତରେ କୁନ୍ଦ ଫୁଲ କୁହାଯାଏ ।

*ସଂସ୍କୃତ କୁନ୍ଦ ଶବ୍ଦର ନୈରୁକ୍ତି: କୁ=ଭୂମି + ଉନ୍ଦ୍ ଧାତୁ = ଓଦାକରିବା + କର୍ତ୍ତୃ. ଅ => କୁନ୍ଦ

ମଲ୍ଲିଫୁଲ ଜାତୀୟ ଏହି ଗଛଟି Oleaceae ପାଦପ ପରିବାର ଅନ୍ତର୍ଗତ ଅଟେ । ସାଧାରଣତଃ ଇଂରାଜୀ ଭାଷାରେ ଏହାର ଅନେକ ନାମ ରହିଛି,
winter jasmine
Indian jasmine
downy jasmine
star jasmine  ଇତ୍ୟାଦି . .

ତେଲୁଗୁରେ ଏହି ଫୁଲଗଛକୁ Sanna jaaji malli ଏବଂ ମୋଲ୍ଲାଲାନୁ କୁହାଯାଏ ।

ସଂସ୍କୃତରେ ଏହି ପାଦପର ଅନେକ ପର୍ଯ୍ୟାୟଵାଚକ ନାମ ରହିଛି
□ମାଘମଲ୍ଲିକା
□ଭୃଙ୍ଗବନ୍ଧୁ
□ଅଟ୍ଟହାସ
□ଦଳକୋଷ
□ମକରନ୍ଦ
□ମାଧ୍ଯ
□ବନହାସ
□ସଦାପୁଷ୍ପ
□ମହୀମୋଦ
□ବରଟ
□ମୁକ୍ତାପୁଷ୍ପ ଇତ୍ୟାଦି

କବିମାନେ ଶୁକ୍ଳ ବସ୍ତୁକୁ କୁନ୍ଦ ଫୁଲ ଓ କଢ଼ ସଙ୍ଗେ ଉପମା ଦିଅନ୍ତି,
→ ‘ବିଭାସିତ ହୋଇ କୁନ୍ଦ ଦନ୍ତରେ’ 
(ଉପେନ୍ଦ୍ର ଭଞ୍ଜ, ବୈଦେହୀଶବିଳାସ)

→ ହେଲିନି ଯେ କୁନ୍ଦ କଳିଦଶନା ଏସରି— କିରେ—
(କବିସୂର୍ଯ୍ୟ, କିଶୋରୀଚମ୍ଫୂ ଢ ଗୀତ)

କୁନ୍ଦଗଛକୁ ନେଇ ଓଡ଼ିଆ ଭାଷାର ଲୋକଗୀତଟିଏ ଅଛି ତହିଁରୁ କେଇପଦ ଏଠାରେ ଦିଆଗଲା,

“କୁନ୍ଦ କଢି ଗୋ କୁନ୍ଦ କଢି
ମାଡ଼ କୁ ମୋ ଦିହ ମୁଗୁନି ପଥର
ଗାଳି କି ମୋ ଦିହ ଯାଏ ସଢି଼ ।।

ଶଶୁର ହେଇ ସେ ଯାହା କଲେ
ତିଳକ ପେଡି଼ ଟା ଦେଲି ନାହିଁ ବୋଲି 
ଶଳାପିଲା ବୋଲି ଗାଳି ଦେଲେ ।।

ଶାଶୁ ହେଇକରି ଯାହା କଲେ
ସଖାଳ ଭାତ ଦେଲି ବୋଲି 
ଆଣ୍ଠକୁରୀ ପିଲା ଗାଳି ଦେଲେ ।।

ଜାଆ ହେଇ କିରି ଯାହା କଲା
ଓଡ଼ଶୀ ଦିଖଣ୍ଡ ଛେଚିଲିନି ବୋଲି
ହାତଟାକୁ ମର ଛେଚିଦେଲା ।।

ଦିଅର ହେଇ ସେ ଯାହା କଲା
ହାଣ୍ଡି ଗୋଟାକ ଭାଙ୍ଗି ଗଲା ବୋଲି
କୁମ୍ଭାର ସାହିରେ ଠିଆକଲା . . !”

କୁନ୍ଦ ବା Jasminum multiflorum ଏକ ଲଟାଳିଆ ଗୁଳ୍ମ, ଫୁଲର ୫ଟି ଫାଖୁଡ଼ା ଓ ଡ଼େମ୍ଫ ଲମ୍ବ, ଏ ପାଖୁଡ଼ାମାନ ଡ଼େମ୍ଫରେ ଏକ ପରସ୍ତ ହୋଇ ଲାଗିଥାଏ ଏ ଫୁଲର ବାସନା ଅତି ମୃଦୁ, ଫୁଲ ଆଶ୍ବିନ ଠାରୁ ଚୈତ୍ରପର୍ଯ୍ୟନ୍ତ ଵିଶେଷତଃ ମାଘମାସରେ ଫୁଟିଥାଏ ।

ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୀତଳ, ମଧୁର, କଷା, ଈଷତ୍ ରେଚକ ଓ ପାଚକ; ଏହା ପିତ୍ତ ଓ ରକ୍ତ ଦୃଷ୍ଟିରେ ଉପକାରୀ ।

ଆଧାର: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
© ଶବ୍ଦ ଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago