ଲେଖା: ଶିଶିର ସାହୁ ମନୋଜ
ଓଡ଼ିଆଭାଷାରେ ଗୋଟିଏ ନୁହେଁ ତିନୋଟି ‛ଜମା’ ଶବ୍ଦ ରହିଛି । ଏ ଶବ୍ଦର ଵିଶେଷ୍ୟ ଓ ଵିଶେଷଣ ଵ୍ୟଵହାର ଵୈଦେଶିକ ଶବ୍ଦ ହୋଇଥିଵା ଵେଳେ ଏହାର ଅଵ୍ୟୟ ଵ୍ୟଵହାର ଦେଶଜ ଅଟେ ।
●୧●
ଆରଵୀରୁ ପ୍ରଚଳିତ ଏହି ଶବ୍ଦ ଯହିଁର ଅର୍ଥ ସଂହତ; ଏକତ୍ରୀକୃତ ଅଟେ ଏହା ଓଡିଆଭାଷାରେ ନିମ୍ନଲିଖିତ ଅର୍ଥରେ ଚଳୁଅଛି:
【ଵିଶେଷ୍ୟ】
■ସଂହତି; ସମଷ୍ଟି
■ ଏକତ୍ରୀକୃତ ବସ୍ତୁ; ସ୍ତୁପ
■ପୁଞ୍ଜି; ସ୍ତୁପୀକୃତ ବା ଗଚ୍ଛିତ ଧନ
■ପାଣ୍ଠି; ମୂଳଧନ
■ ମୋଟ ପ୍ରାପ୍ତି; ଆୟ
■ ଅନ୍ଯ ଲୋକ ନିକଟରେ ଧନାଦିର ନ୍ଯାସ ବା ଡ଼ିପୋଜିଟ୍
■ ଜମିର ବାର୍ଷିକ ଖଜଣା ବା ରାଜସ୍ବ
■ଆୟ; ପ୍ରାପ୍ତ ପଦାର୍ଥ ବା ଧାନ
■ ଜମିବା; ଏକତ୍ର ଠୁଳ ହେବା
■ତରଳ ପଦାର୍ଥ ବସିୟିବା; ଘନୀଭାବ
【ଵିଶେଷଣ】
■ସ୍ତୁପୀକୃତ; ପୁଞ୍ଜୀକୃତ
■ନ୍ଯସ୍ତ; ଗଚ୍ଛିତ
■ସଞ୍ଚିତ
■ହିସାବରେ ଜମାଘରେ ଲେଖାଥିବା
●୨●
【ଅଵ୍ୟୟ】
■ଆଦୌ; ଟିକିଏ ହେଲେ
■ଅତି ଅଳ୍ପ ମଧ୍ଯ
■ମାତ୍ର
ଇଂରାଜୀରେ ଏହି ଅର୍ଥରେ At all; at least କୁହାଯାଏ ।
●୩●
ପଶ୍ଚିମ ଓଡ଼ିଶାର କଥିତ ଶୈଳୀରେ ମାନେ ଅର୍ଥରେ ଏହି ଅଵ୍ୟୟ ଶବ୍ଦଟି ଵ୍ୟଵହାର କରାଯାଇଥାଏ । ଏହା ଶବ୍ଦର ପୂର୍ବରେ ଓ ପରେ ସମୂହ ଅର୍ଥରେ ବ୍ଯବହୃତ ହୁଏ । ଯଥା—ବାବୁଜମା, ଗାଈଜମା, ଜମାଗାଈ ଇତ୍ଯାଦି । ଓଡ଼ିଆ ଭାଷାରେ ମାନେ ଓ ଜମା ଆଦି ଅଵ୍ୟୟ ପଦ ପ୍ରାଣୀଙ୍କ ପାଇଁ ଏବଂ ଗୁରା, ଗୁରାକ, ଗୁଡା଼କ, ଗୁଡ଼ିକ ଆଦି ନିର୍ଜୀଵ ପଦାର୍ଥ ପାଇଁ ଵ୍ୟଵହୃତ ହୋଇଥାଏ ।
ଆଜିକାଲି କେହି କେହି ଓଡ଼ିଆ ଦେଶଜ ଜମା ଠାରୁ ଵୈଦେଶିକ ଜମା ଶବ୍ଦ ମଧ୍ୟରେ ପ୍ରଭେଦ ରକ୍ଷା ନିମନ୍ତେ ଅଵ୍ୟୟ ‛ଜମା’ ଶବ୍ଦକୁ ‛ଯମା’ ଲେଖୁଥିଵାର ଦେଖାଯାଏ ।
© ଶିଶିର ସାହୁ ମନୋଜ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…