ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

 

ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ।

ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ ଗହ୍ମାସୁର ମହାପ୍ରଭୁ ଶଙ୍କର୍ଷଣଙ୍କ ଦ୍ୱାରା ବଦ୍ଧ ହେବା ଯୋଗୁଁ ଉକ୍ତ ଉତ୍ସବକୁ ଗହ୍ମାପୂର୍ଣ୍ଣିମା କହୁ। ପ୍ରଭୁ ଏହି ଦୈତ୍ୟକୁ ଧରଣୀରୁ ନେଇ ଗଗନରେ ବଦ୍ଧ କରିଥିଲେ। ତେଣୁ ସେହି ଭଳି ମାଟିର ଗହ୍ମା କରି ତା ଦେହରେ ଗହ୍ମାମୁଖ ଅଥବା ପ୍ରଭୁ ହଳାୟୁଧଙ୍କ ପାଦ ଚିତ୍ରିତ କରାଯାଏ, ଏବଂ ଉଚ୍ଚ ଡିଆଁ ପ୍ରତିଯୋଗିତା ହୋଇଥାଏ। 

ଏହି ଦିନ ଘରମାନଙ୍କରେ ହଳଲଙ୍ଗଳକୁ ହଳଦୀ, ଚନ୍ଦନ ଓ ସୁବାସିତ ଜଳରେ ସ୍ନାନ କରାଯାଏ। ଢାଉ, ପିଠଉ, ଚନ୍ଦନ ଓ ସିନ୍ଦୂରରେ ଛିଟା ଦିଆଯାଏ। ଗୁହାଳରେ ପୂର୍ଣ୍ଣମୀ ଚିତା ଖଡି ପଥରରେ ଅଙ୍କାହୁଏ। ଗାଈ, ବଳଦ, ହଳ, ଲଙ୍ଗଳ, ଦା, କୁରାଢି, କୋଦାଳ, କୋଡି, କାଙ୍କ, କଟୁ ଘର ଆଦି ଝୋଟି ଦିଆଯାଏ । ପରେ ପଞ୍ଚ ଉପଚାରରେ ପୁଜା କରାଯାଏ। ସାତଦିନ ଝୁଲଣଯାତ୍ରା ଭିତରୁ ଏ ଦିନଟି ପ୍ରଧାନ। ଏହି ଦିନ ରୂପା ଅଳଙ୍କାର ଓ ବାସନ ଲାଗି ହୁଏ। ଗାଈଗୋରୁଙ୍କୁ ନୁଆ କୁଲାରେ ପୁରୁଣା କୁଣ୍ଡା ଓ ଫଳମୂଳ ଖାଇବାକୁ ଦିଆଯାଏ। ବନ୍ଦାପନା ହୋଇ ମଙ୍ଗଳ ଉଦେଶ୍ୟରେ ଘରେ ପୂର୍ଣ୍ଣ କୁମ୍ଭ ବସେ। ।

ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ଅଧିବାସ ନୀତି ହୁଏ। ଏହି ଭାବରେ ଏହି ଉତ୍ସବ ପାଳନ କରାଯାଏ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago