ଲେଖା: ରବୀନ୍ଦ୍ର କୁମାର ରଣା
କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର ।
ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ କାଳରେ ୧୦୨୫ ଖ୍ରୀଷ୍ଟାବ୍ଦରୁ ୧୦୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପ୍ରାଚୀନ ମନ୍ଦିରଟି ନିର୍ମାଣ କରାଯାଇଥିଲା । ଭୌମବଂଶ, ସୋମବଂଶ ଓ ଗଙ୍ଗବଂଶର ଅନେକ ରାଜା ଓ ରାଣୀ ନିଜ ନାମରେ କେତେକ ମନ୍ଦିର ନିର୍ମାଣ କରିଥିବା ଜଣାଯାଏ, ଯେପରିକି ଭୌମକର ରାଣୀ ମୋହିନୀ ମହାଦେବୀଙ୍କ ନାମରେ ଭୁବନେଶ୍ବରର ମୋହିନୀ ମନ୍ଦିର, ଗୌରୀ ମହାଦେବୀଙ୍କ ନାମରେ ଗୌରୀ ମନ୍ଦିର, ସେହିପରି ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ବା ଚଣ୍ଡିହର ଦେବ ନିଜ ନାମରେ ଚଣ୍ଡେଶ୍ୱର ଠାରେ ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ବକୁଳ, ଚମ୍ପକ ଓ ନାଗେଶ୍ଵର ବୃକ୍ଷର ସୁନ୍ଦର ପରିବେଶ ମଧ୍ୟରେ ଏହି ବିଶାଳ ଚଣ୍ଡେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଗଠନଶୈଳୀ ଏହି ମନ୍ଦିରରେ ଦେଖାଯାଏ । ଏହି ମନ୍ଦିର ମଧ୍ଯ ବହୁତ ବଡ ।  ରେଖା ଶୈଳୀରେ ନିର୍ମିତ ମୁଖ୍ୟ ମନ୍ଦିରର ଉପରିଭାଗ ବୋଧେ ଅନେକ ବର୍ଷ ତଳେ ଭାଙ୍ଗି ଯାଇଥିଲା ଯାହା ପରେ ତିଆରି କରାଯାଇଛି, କିନ୍ତୁ ମନ୍ଦିର ଜଗମୋହନର ଉପର ଭାଗ ଭାଙ୍ଗି ଯାଇଛି ଯାହା ଏବେ ବି ଖୋଲା ।

ମନ୍ଦିରର କାରୁକାର୍ଯ୍ୟ ଅତୀବ ସୁନ୍ଦର, ମନ୍ଦିର ପରିସରରେ ଛୋଟ ବଡ ହେଇ ଅନେକ ପାର୍ଶ୍ଵମନ୍ଦିର ରହିଛି । ପୂଜକଙ୍କ ତଥ୍ଯ ଅନୁସାରେ ଏହି ଚଣ୍ଡେଶ୍ବରଙ୍କ ପୀଠରେ ମୂଳ ଚଣ୍ଡେଶ୍ୱର ଦେବଙ୍କୁ ମିଶାଇ ମୋଟ ୧୪ ଶିବଲିଙ୍ଗ ପ୍ରତିଷ୍ଠା ହେଇଛି, ଯେପରିକି କାଳୀହରେଶ୍ୱର, ହରିହର, ଗୌରୀହର, ଗୋମୁଖେଶ୍ୱର, ଅନନ୍ତେଶ୍ଵର, ଗଙ୍ଗେଶ୍ୱର, ସଙ୍ଗମେଶ୍ଵର, ନୀଳକଣ୍ଠେଶ୍ଵର, ଦକ୍ଷେଶ୍ୱର, ଯମେଶ୍ଵର, ଧନେଶ୍ୱର, ଭୀମେଶ୍ବର ଓ ସିଦ୍ଧେଶ୍ଵର । ଏହି ଲିଙ୍ଗମାନେ ବିଭିନ୍ନ ପାର୍ଶ୍ଵ ମନ୍ଦିରମାନଙ୍କରେ ପୂଜା ପାଉଛନ୍ତି ଏହା ବ୍ୟତୀତ ଚଣ୍ଡେଶ୍ୱର ଦେବଙ୍କ ସାମ୍ନାରେ ଗୋଟିଏ ମଣ୍ଡପ ଆକୃତି ପୀଠରେ ଅଷ୍ଟଭୁଜା ମା’ ଦୁର୍ଗା ଏବଂ ନୃସିଂହଦେବ ପୂଜା ପାଉଛନ୍ତି ଏବଂ ଅନ୍ୟ ଏକ ମନ୍ଦିରରେ ଲକ୍ଷ୍ମୀନାରାୟଣ ପୂଜା ପାଉଛନ୍ତି । ଅଧିକାଂଶ ପାର୍ଶ୍ଵମନ୍ଦିର ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିବା ଜଣାଯାଏ ।
ମନ୍ଦିର ପରିସରଟି ବହୁତ ସୁନ୍ଦର ଓ ଗଛ ଦ୍ଵାରା ଆବୃତ ଥଣ୍ଡା ପରିବେଶ । ମନ୍ଦିର ପରିସରରେ ତିନି ଚାରୋଟି ହରିଣ ଓ ମୟୂର ବୁଲୁଥିବାର ଦେଖାଗଲା, ଏହା ମଧ୍ଯ ଛୋଟ ପିଲାଙ୍କର ଅକର୍ଷଣ । କାର୍ତ୍ତିକ ପୂର୍ଣ୍ଣିମାକୁ ଏଠାରେ କିଛି ଦିନ ଧରି ଏକ ବିରାଟ ଯାତ୍ରା ହେଉଥିବା ଓ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା କଥା ପୂଜକ କହନ୍ତି ।

ଏହି ପ୍ରାଚୀନ ମନ୍ଦିରଟି ଖୋର୍ଦ୍ଧା-ବାଲୁଗାଁ ଜାତୀୟ ରାଜପଥର ଟାଙ୍ଗୀ ବଜାରରୁ ଅଳ୍ପ ଦୁରରେ ଚଣ୍ଡେଶ୍ୱର ଛକ ଠାରୁ ମାତ୍ର ୨କି.ମି. ଦୂରରେ ଚଣ୍ଡେଶ୍ୱର ଗ୍ରାମରେ ଅବସ୍ଥିତ । ବୋଧହୁଏ ଠାକୁରଙ୍କ ନାମରେ ଗ୍ରାମର ନାମ ହୋଇଅଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago