ଡାକ୍ତର କିଶୋର ବିଶ୍ୱଜିତ ଜେନା
ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ ପଚାରିଥିଲେ, ତାଙ୍କ ଭାଷା ବୁଝି ନପାରି ଉପସ୍ଥିତ ପୂଜାରୀ “ଭୋଗରାଶି” ଆଡ଼େ ନିର୍ଦ୍ଦେଶ କରି, ଭୋଗରାଶି ବୋଲି କହିଥିଲେ !
ସେହିଦିନ ପରଠାରୁ ଉକ୍ତ ଗ୍ରାମର ନାମ ସରକାରୀ ନଥିପତ୍ରରେ ଭୋଗରାଇ ବୋଲି ଉଲ୍ଲେଖ ରହିଛି ! ଭୋଗରାଇର ଏକ ଇତିହାସ ପ୍ରସିଦ୍ଧ ଶକ୍ତିପୀଠକୁ କେନ୍ଦ୍ରକରି, ପରବର୍ତ୍ତୀ କାଳରେ ଆଖପାଖରେ ଜନବସତି ମାନ ଗଢିଉଠିଛି ଏବଂ କାଳକ୍ରମେ ସମଗ୍ର ଅଞ୍ଚଳ ଭୋଗରାଇ ନାମରେ ପ୍ରସିଦ୍ଧି ଲାଭ କରିଛି !
ଇତିହାସ କହେ ସୂବର୍ଣରେଖା ପିପିଲି ବନ୍ୟାଞ୍ଚଳ ପରିତ୍ୟାଗ କରି, ସମୁଦ୍ରର ବେଳାଭୂମି ସହିତ କ୍ରମେ ଦକ୍ଷୀଣାଭିମୂଖୀ ହୋଇ ଅଗ୍ରସର ହେଲା ବେଳେ ଭୋଗରାଇ ନାମକ ଜନପଦ ଗଢିଉଠିଥିଲା !
କିମ୍ବଦନ୍ତୀ ରହିଛି ମୋଗଲ ରାଜୁତି ସମୟରେ, କେହିଜଣେ ଉତ୍କଳୀୟ ଶକ୍ତିସାଧକ ଦେବୀ ବିଶାଳାକ୍ଷୀଙ୍କର ଖଡ୍ଗଖର୍ପର ଧାରିଣୀ ଏକ ପୂର୍ଣ୍ଣାବୟବ ଦାରୁମୂର୍ତ୍ତି ଏହି ଗ୍ରାମରେ ସ୍ଥାପନ କରି ଅର୍ଚ୍ଚନା ଓ ସାଧନା କରୁଥିଲେ !
କିଛି ଲୋକଙ୍କ ମତ କଳିଙ୍ଗର କେହି ଜଣେ ବିଜୟୀ ରାଜା, ତାଙ୍କ ବିଜୟର ସ୍ମୃତି ରୂପେ ଏହି ଶକ୍ତିପୀଠ ପ୍ରତିଷ୍ଠା  କରିଥିଲେ ଏବଂ ଦେବୀଙ୍କର ନାମ ବିଜୟ ବାସୁଳୀ ରଖିଥିଲେ ! ଦେବୀଙ୍କର ମନ୍ଦିର ନିର୍ମାଣ କିଏ କରିଥିଲେ ସଠିକ୍ ତଥ୍ୟ ମିଳେନାହିଁ !
ମନ୍ଦିରରେ ବ୍ୟବହୃତ ଇଟା, ମାଙ୍କଡ଼ା, ମୁଗୁନି ଓ ଶଙ୍ଖ ମଲମଲ ପଥର ବ୍ୟବହାର ଭାସ୍କର୍ଯ୍ୟ ଓ ଗଠନ କୌଶଳକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଭାବରେ ବାରିହୁଏ ଯେ ଏହା ଉତ୍କଳୀୟ କଳାସ୍ଥାପତ୍ୟରେ ଗଢ଼ା ବା ଉତ୍କଳୀୟଙ୍କର !
ମୋଗଲ ସମ୍ରାଟ ଆକବରଙ୍କ ରାଜସ୍ୱମନ୍ତ୍ରୀ ତୋଡରମଲ୍ଲ, ତତ୍କାଳୀନ ଜଳେଶ୍ଵର ସୁବାରୁ ଏକ ବିଶାଳ ଭୂଖଣ୍ଡ ମା’ ବିଜୟ ବାସୁଳୀ ଦେବୀଙ୍କର ସେବା ପୂଜାଦି ନିର୍ବାହ ପାଇଁ ଖଞ୍ଜି ଥିଲେ ଏବଂ ପ୍ରତ୍ୟେକ ଦିନ ଦେବୀଙ୍କ ଆଗରେ ରାଶୀକୃତ ଭୋଗରାଗର ବ୍ୟବସ୍ଥା କରିଥିଲେ ବୋଲି ଐତିହାସିକ ପ୍ରବାଦ ରହିଛି ! ଠାକୁରାଣୀଙ୍କ ମହିମା ଏବଂ ଗାରିମା ଆଖପାଖ ଅଞ୍ଚଳରେ ବିସ୍ତାର ଲାଭ କରିଲା ପରେ ଶତ ଶତ ଭକ୍ତ ନରନାରୀ ପ୍ରତିଦିନ ଆସି ଅକଳନ୍ତି ଭୋଗରାଶି ମଧ୍ୟ ମାଆଙ୍କୁ ନୈବେଦ୍ୟ ଅର୍ପଣ କରୁଥିଲେ !
ଶକ୍ତି ମା’ଙ୍କର ବିଶେଷତ୍ଵ ହେଉଛି ମା’ଙ୍କ ପାଖରେ ମାଛଭୋଗ ଲାଗେ, ଶେଉଳମାଛ ମା’ଙ୍କର ପ୍ରିୟ ଅଟେ ! ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ମା’ଙ୍କର ବୈଶାଖୀ ଉତ୍ସବ ମାସଯାକ ପ୍ରତ୍ୟେକ ମଙ୍ଗଳବାର ଦିନ ଉତ୍ସବ ପାଳନ ହୁଏ ମାସ ଶେଷ ମଙ୍ଗଳବାରରେ ମହାବୈଶାଖୀ ଉତ୍ସବ ଅନୁଷ୍ଠିତ ହୋଇଥାଏ !
ଏବେ ସେଠାକାର ସ୍ଥାନୀୟ ଟ୍ରଷ୍ଟ ବୋର୍ଡ ମନ୍ଦିର ଏବଂ ଠାକୁରାଣୀଙ୍କର ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ କରୁଅଛି !
ଜୟ ମା’ ବିଜୟ ବାସୁଳୀ I
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago