ଲେଖା: ଦେଵ ତ୍ରିପାଠୀ
ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ ଗବେଷକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିଲେ ମଧ୍ୟ ଉକ୍ତ ପୀଠ ନଗରବାସୀ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଶିବପ୍ରେମୀଙ୍କୁ ହାତଠାରି ଡାକିଥାଏ ।
ମହାନଗରୀର ବ୍ୟସ୍ତବହୁଳ ବକ୍ସିବଜାର ଅଞ୍ଚଳର ଏହି ପାତାଳଫୁଟା ଶିବଲିଙ୍ଗ ବର୍ଷସାରା ପାଣିରେ ବୁଡ଼ି ରହୁଥିବା ବେଳେ ପଙ୍କୋଦ୍ଧାର ଏକାଦଶୀ ଦିନ ହଁ ପଙ୍କ ଉଦ୍ଧାର ପରେ କିଛି ଘଣ୍ଟା ପାଇଁ ହିଁ ମହାପ୍ରଭୁ ମହାଶମ୍ଭୁ ଅମରେଶ୍ୱର ଦୃଶ୍ୟମାନ ହୁଅନ୍ତି । ଏଇ ଅମୃତସମୟକୁ ଅପେକ୍ଷା କରିଥା’ନ୍ତି ଲକ୍ଷ ଲକ୍ଷ ଭକ୍ତ ।
ବହୁ ବ୍ୟତିକ୍ରମର ସମାହାର ଏହି ମନ୍ଦିରରେ ଉଭୟ ହର ଓ ହରି ପୂଜିତ । ଏହି ମନ୍ଦିରର ପାର୍ଶ୍ଵ ଦେବତା ଭାବେ ପୂଜା ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଲକ୍ଷ୍ମୀନାରାୟଣ। ଗଣେଶ, କାର୍ତ୍ତିକେୟ ଓ ପାର୍ବତୀ ପାର୍ଶ୍ୱ ଦେବଦେବୀ ଭାବେ ପୂଜିତ ହେଉଥିବା ବେଳେ ମୁଖଶାଳା ସମ୍ମୁଖରେ କଳା ମୁଗୁନି ପଥରରେ ବାସୁଆବଳଦ, ବାମ ପାର୍ଶ୍ଵରେ ମହାବୀର ହନୁମାନ ଏବଂ ଦକ୍ଷିଣ ପାର୍ଶ୍ଵରେ ଅଙ୍ଗଦଙ୍କର ରାକ୍ଷସ-ଦମନର ଏକ ଅତି ବିରଳ ମୂର୍ତ୍ତି
ଅମରେଶ୍ୱର ମନ୍ଦିର ବେଢ଼ାସ୍ଥ ବିରଳ ରାମାୟଣ ସ୍ତମ୍ଭ ଏ ମହାନ ପୀଠର ଅନ୍ୟ ଏକ ବୈଶିଷ୍ଟ୍ୟ । ଅଦୂରସ୍ଥ ବକୁଳ ବୃକ୍ଷଟି କଟକନଗରୀ ଏବଂ ଉକ୍ତପୀଠ ପରି ବହୁ ପ୍ରାଚୀନ । ଏହି ବୃକ୍ଷ ମୂଳେ ପୂଜାପାଆନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ ଆଉ ଅସୁମାରୀ କିମ୍ବଦନ୍ତୀ ଓ ଲୋକକଥାର ଗାଥା ଶୁଣାଏ ଏଇ ବୃକ୍ଷଟି । ମହାଦେବ, ପରମ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ କାଳିଆ ଠାକୁର ଏକତ୍ର ପୂଜାପାଉଥିବା ଇଏ ଏକ ବିରଳ କ୍ଷେତ୍ର ନିଶ୍ଚୟ
ବଡ଼ଓଷା, ଶିବରାତ୍ରି, ଶୀତଳଷଷ୍ଠୀ, ମକର ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି, ଦଶହରା ସମେତ ଓଡ଼ିଆ ଘରର ସମସ୍ତ ପର୍ବପର୍ବାଣୀ ପାଳିତ ହୁଏ ଏଇ ଅମରେଶ୍ୱର ମନ୍ଦିର ପୀଠରେ । ମକର ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁ ଅମରେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କୁ ଦେଉଳ ବେଢ଼ାରେ ନଅ ଥର ପରିକ୍ରମା କରିବାର ଏକ ସ୍ବତନ୍ତ୍ର ପ୍ରଥା ପ୍ରଚଳିତ । ଏହା ନବାଙ୍କ ବେଢା ଭାବେ ପରିଚିତ ।
ଶତାଧିକ ପଣ୍ଡା ଓ ସେବାୟତ ପିଢ଼ି ପରେ ପିଢ଼ି ସେବା କରି ଆସୁଛନ୍ତି ମହାପ୍ରଭୁଙ୍କର, ନଗରୀର ସବୁଠାରୁ ବ୍ୟସ୍ତବହୁଳ ସ୍ଥାନରେ ଅବସ୍ଥିତ ଥାଇ ମଧ୍ୟ ମନ୍ଦିର ନିଯୋଗ ଏବଂ ପ୍ରଶାସନ ସମସ୍ତ ଦାୟିତ୍ବ ତୁଲାଇଆସିଛନ୍ତି, ନିଷ୍ଠା ଓ ଭକ୍ତିଭରେ । ପ୍ରଭୁ ଅମରେଶ୍ୱର ମଧ୍ୟ ମା’ କଟକଚଣ୍ଡୀଙ୍କ ପରି ନଗରବାସୀଙ୍କ ଜୀବନକୁ କରିଆସିଛନ୍ତି କରୁଣାସିକ୍ତ, ଭାବାପ୍ଳୁତ । କଟକିଆ ବି ନଗରୀର ଇଷ୍ଟଦେବ ପ୍ରଭୁ ଅମରେଶ୍ୱରଙ୍କୁ ଗ୍ରହଣ କରିନେଇଛନ୍ତି ଅତି ଆପଣାର ସାଥୀଭଳି ।
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

21 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

23 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago