ଲେଖା: ଶିଶିର ସାହୁ ମନୋଜ

ଭିତରେ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଵ ଥାଇ ଯେଉଁ ଲୋକ ଦେଖାଣିଆ କଳିଗୋଳ ଲାଗନ୍ତି ସେଇ ପ୍ରକାରର କଳି ଝଗଡ଼ାକୁ ଠକାର କଳି କୁହନ୍ତି । ଆମ୍ଭ ଦେଶରେ ଅତି ବୁଦ୍ଧିଆ ଲୋକଙ୍କ ଠାରୁ ଵିଧାନସଭା ଓ ସଂସଦଭଵନର ନେତା ଯାଏଁ ଏଭଳି ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ଦାଣ୍ଡରେ ବାଟରେ ଘାଟରେ ହାଟରେ କେଵଳ ସ୍ଵାର୍ଥ ଲାଭ ହେତୁକ ପାରମ୍ପରିକ ଠକାରକଳି କରନ୍ତି ପୁଣି ଯା’ ସହ କଳି କରିଥାନ୍ତି ରାତ୍ରୀକାଳୀନ ଗୁପ୍ତରେ ମଦ୍ୟପାନ ଠାରୁ ଆରମ୍ଭ କରି ଭୁରି ଭୋଜନ ସବୁ କରିପାରନ୍ତି ।

ଏଭଳି ଲୋକଙ୍କ ପାଇଁ ଆମ ଭାଷାରେ ଅନେକ ଢଗଢମାଳି ଚଳୁଅଛି, ଯଥା —
“ଶାଶୁ ବୋହୁଙ୍କର ଠକାର କଳି 
ଚକୁଳି ଖାଆନ୍ତି କବାଟ କିଳି।
ଭିତରେ ଭିତରେ ସଲା ସୁତରା 
ଲୋକ ଦେଖାଣିଆ କଳି ।।”

ଠକାର ଶବ୍ଦଟି ଏକ ଭାରତୀୟ ଦେଶଜ ଏଵଂ ଏହାର ନାନା ଅର୍ଥ ରହିଛି, ଯଥା;
~ ଦେ. ଵିଶେଷ୍ଯ ~
✓ଠାରଠୁର; ସଙ୍କେତ (ଠକାର କରିଵା = ଠାରିଵା)
✓ଠକପଣ; ଠକାମୀ
✓କପଟ; ଛଳ
✓ଗୋପନୀୟ ପରାମର୍ଶ (ଠକାରିଵା = ପରାମର୍ଶ ଦେଵା)

~ ଦେ.ଵିଶେଷଣ ~
✓‘ଠ’ ପରି ଆକାର ଯାହାର; ପୂର୍ଣ୍ଣ ଗୋଲ

ଏ କ୍ଷେତ୍ରରେ ‘ଠକାର’ ଶବ୍ଦର ଛଳକପଟ ଓ ଠକପଣ ଅର୍ଥ ପ୍ରକାଶ ପାଇଥାଏ । କପଟ ଅଚରଣ ପୁର୍ଵକ ସାଧାରଣ ଜନତାଙ୍କ ଠାରୁ ନେତାମାନଙ୍କ ଯାଏଁ ଆମ ସମାଜରେ ଏମିତି ଅନେକ ଲୋକ ଦିଶିଯାଆନ୍ତି ଯେଉଁମାନେ ପରସ୍ପରରେ କପଟ କଳି କରି ପ୍ରକୃତ ସମସ୍ଯାରୁ ଲୋକଙ୍କ ଧ୍ଯାନ ହଟେଇଵାକୁ ଚେଷ୍ଟା କରିଥାନ୍ତି । 

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago