ଲେଖା: ଦେଵ ତ୍ରିପାଠୀ
ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ !
ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ । ତାଙ୍କ ହୃଦୟସାଗରରେ ଖେଳୁଥିଲା ଶ୍ରୀରାଧାକୃଷ୍ଣଙ୍କ ମାଧୁର୍ଯ୍ୟରସର ବିବିଧ ଲୀଳାତରଙ୍ଗ । ନିତିଦିନ ଯେଉଁ ଲୀଳା ଅନୁଭବ କରନ୍ତି ତା’କୁ ସୁଲଳିତ ସଂସ୍କୃତ ଛନ୍ଦରେ ଲିପିବଦ୍ଧ କରି ସେ ଠାକୁରଙ୍କୁ ଶୁଣାନ୍ତି । ଗୋବିନ୍ଦଙ୍କ ଲୀଳାବର୍ଣ୍ଣନା କରୁଥିବାରୁ ସେ କାବ୍ୟର ନାମ ଦେଲେ ଗୀତଗୋବିନ୍ଦ ।
ଏହି କାବ୍ୟରଚନା କାଳରେ ଦିନେ ଯୁବକଙ୍କ ମନରେ ରାଧାକୃଷ୍ଣ ପ୍ରେମ ସମ୍ପର୍କିତ ଏକ ଅଲୌକିକ ଭାବ ଜାଗ୍ରତ ହେଲା । ମାନମୟୀ ଶ୍ରୀରାଧା ଅଭିମାନ କରିଛନ୍ତି ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଉପରେ । ଶ୍ରୀକୃଷ୍ଣ ମାନଭଞ୍ଜନ ପାଇଁ କହୁଛନ୍ତି “ପ୍ରିୟେ ! ଏବେ ମାନ ତ୍ୟାଗ କରି କିଛି କୁହ, କିଛି କହିଲେ ମୋ ହୃଦୟର ଅନ୍ଧକାର ଦୂରହେବ । ତୁମ ହସ ହସ ମୁଖମଣ୍ଡଳକୁ ଦେଖି ମୋ ନୟନ ଆହ୍ଲାଦିତ ହୋଇଯିବ । ତୁମେ ମୋର ଭୂଷଣ, ତୁମେ ମୋର ଜୀବନ, ଏ ଦାସକୁ ଆଜ୍ଞା ଦେଲେ, ତୁମ ଚରଣଦ୍ଵୟକୁ ଅଳତାରେ ସଜାଇଦେବି । ପ୍ରିୟେ ! ତୁମ ପଦାରବିନ୍ଦକୁ ମୋ ମସ୍ତକରେ ଅର୍ପଣ କରି ମୋତେ ଧନ୍ୟ କର ।”
ଏ ଭାବକୁ ବ୍ୟକ୍ତ କରିବାର ଇଛା ରଖିଥିଲେ ଯୁବକବି, ଖଞ୍ଜିଥିଲେ ପଦଟିଏ –
“ସ୍ମର ଗରଳ ଖଣ୍ଡନମ୍ ମମ ଶିରସି ମଣ୍ଡନଂ,
ଦେହି ପଦପଲ୍ଲବମୁଦାରମ୍ ।”
କିନ୍ତୁ ହାତ ଚଳି ନ ଥିଲା ଏପଦଟିକୁ ତାଳପତ୍ରରେ ଉତାରିବା ପାଇଁ । ସଚରାଚର ବିଶ୍ୱର ସର୍ବନିୟନ୍ତା ଭଗବାନ ଶ୍ରୀକୃଷ୍ଣ କ’ଣ ଶ୍ରୀରାଧାଙ୍କ ନିକଟରେ ଏତେ ଦୀନହୀନ ହୋଇପାରନ୍ତି ? ନେତ୍ର ବନ୍ଦକରି ମହାପ୍ରଭୁଙ୍କୁ ସ୍ମରଣ କଲେ । କିନ୍ତୁ ବାରମ୍ବାର ମାନମପଟରେ ଉଙ୍କି ମାରୁଥିଲା ସେଇ ପଦଟି । ସେ ସଙ୍କଟରୁ ଉଧୁରିବା ସହଜ ନ ଥିଲା ସେ କବିଙ୍କ ପାଇଁ ।
ସେହି ଯୁବବ୍ରାହ୍ମଣ ଥିଲେ ମହାପ୍ରଭୁଙ୍କର ପରମଭକ୍ତ । କିମ୍ବଦନ୍ତୀ କହେ ଭକ୍ତର ସଙ୍କୋଚ ଭାବନାକୁ ଅନୁଧ୍ୟାନ କରି ଭକ୍ତବତ୍ସଳ ଭଗବାନ ସ୍ବହସ୍ତରେ ସେହି ଅଧୁରା ପଦଟିକୁ ପୂରଣ କରିବା ପାଇଁ ଓହ୍ଲାଇ ଆସିଥିଲେ ଧରାପୃଷ୍ଠକୁ । ଧନ୍ୟ ସେ ଭକ୍ତପ୍ରବର ମହାକବି ଜୟଦେବ ।
ସେଦିନର ସେ ଶୁଭ ସକାଳଟି ଥିଲା ସମଗ୍ର ଆର୍ଯ୍ୟାବର୍ତ୍ତ ଓ ତା’ର ସାହିତ୍ୟ ସଂସ୍କୃତି ପାଇଁ ଏକ ମହାନ ସ୍ମରଣୀୟ ପ୍ରସ୍ଫୁଟନର ସକାଳ । ଲୀଳାମୟ ଗୋବିନ୍ଦଙ୍କର ଲୀଳାଖେଳାର ଗାଥା ସେଇ ସର୍ଜନା ସଂସ୍କୃତ ଗୀତଗୋବିନ୍ଦ ପରିଣତ ହୋଇଗଲା ଏ ଭୁଖଣ୍ଡର ଅନବଦ୍ୟ ଭାଷାସମ୍ପଦ, ସମଗ୍ର ସନାତନଧର୍ମ ପାଇଁ ଏକ ସର୍ବଜନଗ୍ରାହ୍ୟ ଭାଷା; ଆଉ ସେ ମହାନ ଯୁବକ ଜଣକ ବନିଗଲେ ସର୍ବଜନାଦୃତ ଓ ସର୍ବଜନମାନ୍ୟ ପ୍ରଣିପତ୍ୟ କବି ଜୟଦେବ, ଉତ୍କଳ ସମେତ ସମଗ୍ର ଆର୍ଯ୍ୟାବର୍ତ୍ତ ମାଟିରେ ଗୁଞ୍ଜରିତ ହେଲା ଅପୂର୍ବ ସୁଧାଭକ୍ତିର ଧାରା ।
ସେଇ ଗୀତଗୋବିନ୍ଦ ବନିଗଲା ବୈଷ୍ଣବର ପ୍ରାଣ ଆଉ ସ୍ପନ୍ଦନ, ଜୀବନ ପାଇଁ ପ୍ରତିକ୍ଷୀତ ଆଲୋକ, ଭାରତୀୟଙ୍କ ସର୍ବାଧିକ ବାଂଛିତ ପ୍ରିୟତମ କାବ୍ୟ । ରାଧାକୃଷ୍ଣଙ୍କର ଦିବ୍ୟପ୍ରେମର ବର୍ଣ୍ଣନା ତଥା ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ଗୀତଗୋବିନ୍ଦ ବଳିଗଲା ଓଡ଼ିଆର ସବୁଠାରୁ ପ୍ରିୟତମ ଇଷ୍ଟଦେବତା ଜଗନ୍ନାଥଙ୍କ ଅତିପ୍ରିୟ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତିର ଏକ ଅନବଦ୍ୟ ଅଂଶ ।
ସେଇ ଗୀତଗୋବିନ୍ଦ ପରିପୁଷ୍ଟ କଲା ଦେଶର ଏକ ପ୍ରାଚୀନ ସଙ୍ଗୀତକୁ, ଏଇକାବ୍ୟ ହିଁ ଥିଲା ଆମ ଓଡିଶୀ ସଙ୍ଗୀତର ମୂଳଦୁଆ; ଗୀତଗୋବିନ୍ଦ କାବ୍ୟରେ ତାହାକୁ ଲିଖିତ ରୂପ ଦେଇଥିଲେ ମହାକବି ଜୟଦେବ, ଦ୍ଵାଦଶ ସର୍ଗବିଶିଷ୍ଟ ଏଇ କାବ୍ୟର ପ୍ରତି ଅଷ୍ଟପଦୀ ଓଡିଶୀ ରାଗ ଓ ତାଳ ଅନୁସାରେ ରଚନା କରି ।
ବୈଷ୍ଣବ ଭକ୍ତିମାର୍ଗକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିପାରିଥିବା ଗୀତଗୋବିନ୍ଦ ମହାକାବ୍ୟ ତା’ର କାନ୍ତକୋମଳ ସୁଲଳିତ ପଦାବଳୀ, ମଧୁରଶବ୍ଦ ସଂଯୋଜନା, ଭକ୍ତିଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ସଂସ୍କୃତ ସାହିତ୍ୟରେ ଅଧିକାରୀ ହେଲା ସ୍ବତନ୍ତ୍ର ସ୍ଥାନ, ଆଉ ମହାକବି ଜୟଦେବ ରହିଗଲେ ଓଡିଆର ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ ହୋଇ, ଦେବତାର ଆସନ ନେଇ ।
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଧରାବତରଣ କରିଥିବା କବି ଜୟଦେବଙ୍କ ପାଦତଳେ ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ଦଣ୍ଡବତ ।
Spread the love
admin

View Comments

  • ବିଶ୍ୱ ବନ୍ଦିତ କବି ଜୟଦେବଙ୍କ ଜନ୍ମସ୍ଥାନ ହିଁ ଉତ୍କଳ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago