ଲେଖା: ଦେଵ ତ୍ରିପାଠୀ

ଥିଲେ ଜଣେ ମଠମହନ୍ତ ।

ସେ ମଠର ବହଳ ଚାରିକାନ୍ଥ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ସେଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ ମର୍ମେ ମର୍ମେ ।

ବିଦେଶୀ ସରକାରର ତାଡନା ଓ ବିଦେଶୀ ଧର୍ମର ଚାବୁକମାଡରେ ଲହୁଲୁହାଣ ନିଜ ମାଟିର ସନ୍ତାନଗଣ । ବ୍ୟଥା ଜର୍ଜରିତ ସେ ମହନ୍ତ କଟା ଘା’ରେ ଚୂନ ଦେଲା ପରି ! ଯଦି ମାଟିମା’ ନ ରହେ, ଯଦି ହତ ହୁଅନ୍ତି ଏଇ ମାଟିର ଜନ, ତେବେ କି ହେବ ଏ ମଠ, କି ହେବ ଏ ମଠାଧୀଶପଣ !

ମାନଵବାଦର ଗାଥା ଗାଉଥିବା ଯୁବମହନ୍ତ ଜଣକ ମଠରୁ ଗୋଡ଼ କାଢିଲେ ଦେଶମାତୃକା ପାଇଁ, ମାଟିର ସମ୍ମାନ ପାଇଁ, ଭାଷାର ସୁରକ୍ଷା ପାଇଁ, ଦେବଆରାଧାନା ପାଇଁ ଅବା ଆଶୀର୍ବାଦ ପାଇଁ ଉଦ୍ଦିଷ୍ଟ ହାତ ଦିନେ ଧରିଲା ଅଖଣ୍ଡ ମସୀ ।

ସମ୍ବଲପୁର ସମେତ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ହିନ୍ଦୀଭାଷାର ପ୍ରଭୁତ ବିସ୍ତାରକୁ ପ୍ରତିହତ କରିବା ସହିତ ଓଡ଼ିଆ ଭାଷାର ବିଜୟବାନା ଉଡାଇବା ନିମନ୍ତେ ତଥା ବିଦେଶୀ ଧର୍ମର ଆସୁରୀ ଆକ୍ରମଣରୁ ସନାତନ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ଆଜୀବନ ସଂଗ୍ରାମ କରି ଜୀବନକୁ ତିଳ ତିଳ କରି ଶେଷ କରିଥିବା ସେଇ ମଠାଧୀଶ ମସୀଯୋଦ୍ଧା ଥିଲେ ମହନ୍ତ ବିହାରୀ ଦାସ ।

ପଶ୍ଚିମ ଓଡ଼ିଶାରେ ଭାଷା ଆନ୍ଦୋଳନର ସେନାପତି ସାଜିଥିଲେ ମହନ୍ତ ବିହାରୀ ଦାସ ଓରଫ୍ ଶତୃଘ୍ନ ତ୍ରିପାଠୀ । ଏ ଯୁଦ୍ଧରେ ତାଙ୍କ ସହଯୋଗୀ ବନିଥିଲେ ମଦନମୋହନ ମିଶ୍ର, ବଳଭଦ୍ର ସୂପକାର ଓ ବ୍ରଜମୋହନ ପଟ୍ଟନାୟକଙ୍କ ପରି ଦିଗ୍ଗଜ ପଣ୍ଡିତଗଣ । ସିମଳାରେ ଲର୍ଡ କର୍ଜନ ଓ ନାଗପୁରରେ ଫ୍ରେଜରଙ୍କ ସମ୍ମୁଖରେ ଯଥୋଚିତ ଯୁକ୍ତି ଉପସ୍ଥାପନ କରି ସେ ଫେରାଇ ଆଣିପାରିଥିଲେ ଓଡ଼ିଆ ଭାଷାକୁ ସମ୍ବଲପୁର ମାଟିରେ । ଭାଷାଜନନୀର ଶତୃମାନଙ୍କୁ ସମୂଳେ ଦମନ କରି ସେ ‘ଶତୃଘ୍ନ’ ନାମକୁ ସାର୍ଥକ କରିଥିଲେ ।

ଓଡ଼ିଆ ସାହିତ୍ୟର ପ୍ରଭୂତ ପ୍ରସାର ନିମନ୍ତେ ଭୀଷ୍ମ ପ୍ରତିଜ୍ଞା କରିଥିବା ମହନ୍ତ ମହାରାଜ ଜୀବନର ଦୀର୍ଘ ୨୨ ବର୍ଷର ସାଧନାର ଫଳସ୍ଵରୁପ ଭାଷାଭଣ୍ଡାରକୁ ଋଦ୍ଧିମନ୍ତ କରିଥିଲେ ଅସଂଖ୍ୟ ଭକ୍ତି ଆଧ୍ୟାତ୍ମିକ ରସିସିକ୍ତ ତଥା ଦର୍ଶନ ତତ୍ତ୍ଵ ସମ୍ବଳିତ କାବ୍ୟକବିତା । ଭାଷା ପରି ସଙ୍ଗୀତାନୁରାଗୀ ମହନ୍ତ କବିସୂର୍ଯ୍ୟ ବଳଦେବଙ୍କ ରଚନାର ପ୍ରଭାବରେ ରଚିଥିଲେ ଅଗଣିତ ଚମ୍ପୂ ଓ ଚଉତିଶା ।

ଓଡ଼ିଆଭାଷାର କଳେବର ଓ ସମ୍ଭାର ବୃଦ୍ଧି ଉଦ୍ଦେଶ୍ୟରେ ସେ ଗଢିପାରିଥିଲେ ଅସଂଖ୍ୟ କବିଲେଖକ । ପୋଥିପୁରାଣ ସମେତ ନୂତନ ଲେଖକଙ୍କ ସୃଷ୍ଟି କୁ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟରେ ସେ ସ୍ଥାପିଥିଲେ ଏକାଧିକ ପୁସ୍ତକ ପ୍ରକାଶନ ସଂସ୍ଥା ଏବଂ ଛପାଖାନା । କଟକରୁ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ର ସମ୍ବଲପୁର ସହରରେ ଅଭାବ ପରିଲକ୍ଷିତ କରି ପଶ୍ଚିମଓଡ଼ିଶା ବାସୀଙ୍କୁ ସାହିତ୍ୟ ପଠନ ଅଭିମୁଖୀ କରିବା ଲକ୍ଷ୍ୟରେ ମହନ୍ତ ମହାରାଜ ସ୍ଥାପନ କରିଥିଲେ ‘ଉତ୍କଳ ଦର୍ପଣ ପ୍ରେସ’ ଓ ପତ୍ରିକା ।

ଐତିହାସିକ ଉତ୍କଳ ସମ୍ମିଳନୀକୁ ସମ୍ବଲପୁର ମାଟିରେ ବ୍ୟାପକ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମହନ୍ତ ବିହାରୀ ଦାସ । ଧନୀ ଓ ଜମିଦାର ମାନଙ୍କ ଆର୍ଥିକ ସହାୟତା କରାଇ ସେ ସମ୍ମିଳନୀକୁ କରାଇଥିଲେ ପରିପୁଷ୍ଟ ।

୧୯୦୦ ମସିହାର ଐତିହାସିକ ହୃଦୟଥରା ଦୁର୍ଭିକ୍ଷରେ ଆର୍ତ୍ତଜନଙ୍କର ଭୋକ ମେଣ୍ଟେଇବା ପାଇଁ ମଠର ଭଣ୍ଡାର ଖୋଲିଦେଇ ଥିଲେ ସେଇ ମାନବିକତାରେ ଅନୁପ୍ରାଣିତ ମହନ୍ତ ମହାତ୍ମା । ‘ଦେବଭୋଗ ନିରନ୍ନରେ ଦିଅ’ ନୀତିରେ ସେ ବଞ୍ଚାଇ ପାରିଥିଲେ ହଜାର ହଜାର ଜୀବନ ।

ସ଼ଂସ୍କାରଧର୍ମୀ ଏଇ ମହାନ କବି ଜଣକ ମଧ୍ୟ ଶିକ୍ଷାର ପ୍ରସାର ପାଇଁ ତୋଳିଥିଲେ ଏକାଧିକ ବିଦ୍ୟାଳୟ, ଯୁବକ ମାନଙ୍କ କ୍ରୀଡାରେ ପାରଙ୍ଗମ କରାଇବା ଉଦ୍ଦେଶ୍ୟରେ ଷ୍ଟାଡିୟମ ତିଆରି, ଚାଷୀମାନଙ୍କ ଚାଷକାର୍ଯ୍ୟର ସୁରକ୍ଷା ନିମନ୍ତେ ଜଳସେଚନର ସୁଯୋଗ ସୃଷ୍ଟି କରି ନିଜ ଜନସେବୀର ପରିଚୟ ସୃଷ୍ଟି କରିପାରିଛନ୍ତି ଏଇ ସାଧୁମହାତ୍ମା ।

ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେ ଆଧ୍ୟାତ୍ମିକ ମଠ ସମେଠ ମଠାଧୀଶ ଜଣକର ତ୍ୟାଗ ଓ ତିତୀକ୍ଷାର ଇତିହାସ ଆଜି ସମ୍ବଲପୁର ମହାନଗରୀର ଗୋପାଳଜୀଉ ମଠକୁ ମହାନ କରି ରଖିଛି । ଗୃହତ୍ୟାଗୀ ସନ୍ନ୍ୟାସୀ ଜଣେ ନିଜକୁ ପରଜନ୍ମର ଚିନ୍ତା ଅବା ଆଧ୍ୟାତ୍ମିକ ଆଲୋଚନାରେ ବାନ୍ଧି ନ ରଖି ମାତୃଭୂମି ଓ ମାତୃଭାଷାର ସମ୍ମାନ ପାଇଁ ଦୀନଦୁଃଖୀଙ୍କ ଦୁଃଖ ମୋଚନରେ ମନପ୍ରାଣ ଢାଳି ଦେଇଥିବା ମହାନ ଯଶସ୍ବୀ ମହନ୍ତ ମହାରାଜ ଆଜି ଓଡିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ।

୧୮୬୫ ମସିହା ଶ୍ରାବଣ କୃଷ୍ଣ ପଞ୍ଚମୀ (ମନସା ପଞ୍ଚମୀ) ତିଥିରେ ସମ୍ବଲପୁର ନଗରୀ ଉପକଣ୍ଠ ଲରବଙ୍ଗା ଗ୍ରାମରେ ଜନ୍ମିତ ଏଇ ମହାତ୍ମା ଙ୍କ ପାଦପଦ୍ମେ ଅନ୍ତରଙ୍ଗ କଳିଙ୍ଗର ଶତ ଶତ ଦଣ୍ଡବତ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago