ଲେଖା: ସୁଶାନ୍ତ ସାହୁ

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା।

ଉପାଖ୍ୟାନ ଅନୁଯାୟୀ ଅଗ୍ନିଦେବଙ୍କ ଚକ୍ରାନ୍ତରେ ଦ୍ରୌପଦୀଙ୍କ କକ୍ଷ ପ୍ରବେଶ ସର୍ତ୍ତ ଭଗ୍ନ କରି ଅର୍ଜୁନ ୧୨ ବର୍ଷ ପାଇଁ ବନବାସକୁ ଚାଲିଗଲେ। ସେ ମଣିଭଦ୍ର ପର୍ବତରେ ଅବସ୍ଥାନ କରିବା ସମୟରେ ସଖା ଶ୍ରୀକୃଷ୍ଣ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ବନ୍ଧୁସୁଲଭ ଗୁଣ ତଥା ଅର୍ଜୁନଙ୍କ ଭକ୍ତିର ପରିକ୍ଷା କରିବା ପାଇଁ କେଶବ ଏକ ଅଦ୍ଭୁତ ପ୍ରାଣୀର ସ୍ବରୂପ ଧାରଣ କଲେ। ସେହି ଅଦ୍ଭୁତ ପ୍ରାଣୀର ମୁଖଟି ଥିଲା କୁକ୍କୁଟର, ଗ୍ରୀବା ମୟୁରର, ବୃଷଭର ଚୁଳ, ସିଂହ କଟି, ସର୍ପ ଲାଞ୍ଜ, ପଛ ଦୁଇଟି ଗୋଡ଼ ମଧ୍ୟରୁ ବାମ ଗୋଡ଼ଟି ବ୍ୟାଘ୍ରର ଏବଂ ଦକ୍ଷିଣ ଗୋଡ଼ଟି ଘୋଟକର। ଆଗ ଦୁଇଟି ଗୋଡ଼ ମଧ୍ୟରୁ ବାମଟି ଥିଲା ହସ୍ତୀର ଏବଂ ଅନ୍ୟଟି ଥିଲା ଏକ ପଦ୍ମ ପୁଷ୍ପ ଧରିଥିବା ମନୁଷ୍ୟର ହସ୍ତ।

ନବଗୁଞ୍ଜରର ବିଚିତ୍ର ଋପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଥିଲେ ମଧ୍ୟ ପରେ ଏହା ବିଷ୍ନୁମାୟା ବୋଲି ବିଚାର କରି ନବଗୁଞ୍ଜରଙ୍କୁ ପ୍ରଣାମ କଲେ। କବିଙ୍କ ଲେଖନୀରୁ:-

‘ଏମନ୍ତ ସ୍ୱରୂପ ଜୀବ ମୋର ଦେଖିଲାତ ନାହିଁ
ମାୟା ସ୍ବରୂପ ପ୍ରାୟେ ଦିଶୁଅଛି ମୋତେ ୟେହି
ମାୟା ରୂପ ଅବା କମଳାର କାନ୍ତ
ମୋତେ କଷଣ କରିବାକୁ ଅବା ଅଇଲେ ପଦ୍ମନେତ୍ର’ ।।

ଯଦି ତାତ୍ତ୍ବିକ ଦୃଷ୍ଟିକୋଣରୁ ବିଚାର କରାଯାଏ ତେବେ ଏହି ନଅଗୋଟି ପ୍ରାଣୀ ହେଉଛନ୍ତି ନଅଗୋଟି ଗୁଣର ପ୍ରତୀକ। କୁକ୍କୁଟର ମୁଖ ନିରୀହତାର, ମୟୁରର ଗ୍ରୀବା ସୌନ୍ଦର୍ଯ୍ୟର, ବୃଷଭ ଚୁଳ ସୃଜନଶକ୍ତିର, ସିଂହକଟି ପରାକ୍ରମର, ସର୍ପ ଖଳତାର, ବ୍ୟାଘ୍ରପାଦ ଶକ୍ତିର,  ଘୋଟକ ପାଦ ତେଜର, ହସ୍ତୀପାଦ ଜ୍ଞାନର, ମନୁଷ୍ୟର ହସ୍ତ ମାନବିକତା ତଥା ପଦ୍ମ ପୁଷ୍ପ ହେଉଛି ଭକ୍ତିର ପ୍ରତୀକ।

ମାତ୍ର ସବୁସ୍ଥାନରେ ନବଗୁଞ୍ଜରର ସ୍ବରୂପରେ ସମାନତା ନଥାଏ କେଉଁଠି ସେ ପଦ୍ମ ପୁଷ୍ପ ଧାରଣ କରିଥିବା ସ୍ଥଳେ ଅନ୍ୟ କେଉଁଠି ଚକ୍ର ଧାରଣ କରିଥିବା ଦେଖାଯାଇ ଥାଏ। ଶ୍ରୀମନ୍ଦିରର ନାଟମଣ୍ଡପରେ ଏକ ନାରୀ ମସ୍ତକ ଥିବା ନବଗୁଞ୍ଜର ଦେଖିବାକୁ ମିଳିଥାଏ।

ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳନ୍ତି, ସାଧାରଣତଃ ପୁରୀ ଏବଂ ଗଞ୍ଜାମରେ ନବଗୁଞ୍ଜର ରାଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ।

ଓଡି଼ଶାର ନବଗୁଞ୍ଜର ଭଳି ଦକ୍ଷିଣ ଭାରତର ବିଭିନ୍ନ ଦେବସ୍ଥଳ ମାନଙ୍କରେ ଶିବଙ୍କର ଶରଭ ଅବତାର ଦେଖିବାକୁ ମିଳନ୍ତି। ଶରଭଙ୍କର ଆଠଗୋଟି ପାଦ ରହିଛି। ପୁରାଣର ବର୍ଣ୍ଣନା ଅନୁସାରେ ପୁରାକାଳରେ ଶରଭ ନାମକ ଏକ ପକ୍ଷୀ ରହିଥିଲା ଯିଏକି ସିଂହ ଏବଂ ହାତୀଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଥିଲା। ଶରଭ ପକ୍ଷୀରୁ ଶରଭ ଅବତାରର ପରିକଳ୍ପନା। ନୃସିଂହଙ୍କୁ ଶାନ୍ତ କରିବା ନିମନ୍ତେ ଶିବ ଶରଭ ଅବତାର ଧାରଣ କରିଥିଲେ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago