ଲେଖା: ଅକ୍ଷୟ ଓଝା
ପରମ ଶାସ୍ତ୍ର ଭାଗବତ।
ଅଭ୍ୟାସ କରୁଥିବ ନିତ୍ୟ।।
ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ ଓଡ଼ିଆ ରାମାୟଣ ଓଡିଆ ଭାଗବତ ଆଦି ନାନା ପୁରାଣ ଆଲୋଚନା ହେଉଥିଲା ଏହି ଟୁଙ୍ଗୀରେ । ବିଗ୍ରହ ମୂର୍ତ୍ତି ସହିତ ଏହି ଗ୍ରନ୍ଥ ମାନଙ୍କର ବି ପୂଜା ହେଉଥିଲା ।
ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏଇ ଭାଗବତ ଟୁଙ୍ଗି ଥିଲା ଉପାସନାର ଘର । ସୂର୍ଯ୍ୟ ନଇଁଲେ ଗ୍ରାମ୍ୟବଧୂ ଏଠି ଦୀପ ଜାଳୁଥିଲେ । ପିଲାଏ ଘଣ୍ଟ ମୃଦଙ୍ଗ ଝାଞ୍ଜ, କରତାଳ ବଜେଇ କୀର୍ତ୍ତନ କରୁଥିଲେ । ଏହା ପରେ ପୁରାଣ ପଣ୍ଡା ଆସି ଭାଗବତ ଟୁଙ୍ଗି (ଗାଦି) ରେ ପହଞ୍ଚୁଥିଲେ । ପୁରା ଗାଆଁ ଗୋଟାକ ଏକତ୍ରିତ ହୋଇ ଯାଉଥିଲେ ।
ଭାଗବତ ଟୁଙ୍ଗିରେ ପଣ୍ଡିତେ ଶ୍ଳୋକ ବିଶ୍ଳେଷଣ କରିବା ସହିତ ଭିନ୍ନ ଭିନ୍ନ ସାମାଜିକ ସଂସ୍କାର, ପାରିବାରିକ ଶିକ୍ଷା ପ୍ରଦାନ କରୁଥିଲେ । ପରିବାର ମୁଖିଆର ଧର୍ମ, ଶାଶୁଧର୍ମ ଓ ବୋହୂଧର୍ମ ପିଲାମାନଙ୍କୁ ସଂସ୍କାର, ଦିନଚର୍ଯା, ଶୁଭମଙ୍ଗଳ କାର୍ଯ୍ୟର ଶୁଭବେଳ ଇତ୍ୟାଦି ସାମାଜିକ ଚର୍ଚ୍ଚା ହେଉଥିଲା । ଏହି ଠାରୁ ଲୋକମାନେ ଶିକ୍ଷା ଗ୍ରହଣ କରୁଥିଲେ ଓ ସମାଜରେ ଶୃଙ୍ଖଳା ଥିଲା । ପିତାମାତା ଗୁରୁ ଗୁରୁଜନଙ୍କ ପ୍ରତି ପ୍ରଗାଢ ସମ୍ମାନ ଥିଲା ।
ପଣ୍ଡିତେ ସଙ୍ଗୀତ ମାଧ୍ୟମରେ ବେଳେବେଳେ କଥା ମାଧ୍ୟମରେ ଶ୍ରୋତାଙ୍କୁ ମନ ମୁଗ୍ଧ କରୁଥିଲେ । ଯେ କେହି ହେଉ ତେଣିକି ସେ ବୁଝି ପାରୁ ନ ପାରୁ ସଞ୍ଜକୁ ରୁଣ୍ଡ ହେଉଥିଲେ । ଏକ ଧାର୍ମିକ ସନ୍ତୁଷ୍ଟି ଥିଲା ।
ସାଧୁସନ୍ଥ, ନାଗସାଧୁ, ଜଗନ୍ନାଥଙ୍କ ପୂଜାପଣ୍ଡା, ଜାନୁଘଣ୍ଟିଆ, ମଙ୍ଗଳ ଘଣ୍ଟିଆ, ଚକୁଳିଆ ପଣ୍ଡା କେହି ବି ଆସିଲେ ତାଙ୍କର ରହିବା ଖାଇବା ବ୍ୟବସ୍ଥା ଗ୍ରାମବାସୀମାନେ ଏଇଠି କରୁଥିଲେ । ଅତିଥି ସତ୍କାରକୁ ଦେବତା ସତ୍କାର ବୋଲି ଗ୍ରାମବାସୀ ଜ୍ଞାନ କରୁଥିଲେ ।
ବିବାହବ୍ରତ ଆଦି ସାମାଜିକ କାର୍ଯ୍ୟରେ ଭାଗ ନେବା ପାଇଁ ଆସୁଥିବା କୁଣିଆ ବନ୍ଧୁ ପାଇଁ ଯଦି କୌଣସି ଗ୍ରାମବାସୀର ଘରେ ଜାଗା ନିଅଣ୍ଟ ପଡୁଥିଲା ସେମାନେ ଏଇଠି ବିଶ୍ରାମ କରୁଥିଲେ ।
ଆଜି ଏହି ପରମ୍ପରାର ଅବସାନ ଘଟିଛି । ପାଶ୍ଚାତ୍ୟ ଚକ୍ରାନ୍ତ୍ରରେ ହିନ୍ଦୁଧର୍ମର ଅବସାନ ଘଟୁଛି। ଜନ୍ମୋତ୍ସବରେ ପୂଜାବିଧି ଯାଗାରେ ଏବେ କେକ୍ କାଟି ମହାମବତୀ ଜଳେଇ ପାଳନ କଲେଣି । ସନାତନ ହିନ୍ଦୁଧର୍ମର ବିଶ୍ୱାସ ପାଶ୍ଚାତ୍ୟ ଚକ୍ରାନ୍ତରେ ଅନ୍ଧବିଶ୍ବାସରେ ପରିଣତ ହେଇଗଲାଣି । ଧର୍ମଧାରଣା ରୋଗାକ୍ରାନ୍ତ ହେଲାଣି ।
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…