ଲେଖା: ଅମ୍ବରୀଶ ମଙ୍ଗରାଜ

 

~ ସ୍ମୃତିରେ ତଅପୋଇ ~
ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ ଖଟରେ ପଡି ରହିଥିଲୁ ହେଲେ ବୋଉ ପାଟିକରି ଉଠେଇବାକୁ ଲାଗିଲା – ବାଡ଼ିରେ ଆଉ ଗୋଟେ ଫୁଲ ନାହିଁ ଘର ଦିଅଁ ପୂଜା ହେବେ କେମିତି ?? ତମେ ଦିଟା ବିଲ ବିକି କି ଶୋଇଥା !!!
ଲୁଗାପଟା ସବୁ #ଭଦୁଆ_ଖରା ଦିଆହବ, ସୂର୍ଯ୍ୟ କଣ ତମ ଦିଟାକୁ ପଚାରିକି ଦେଖାଦେବେ ? ଗାଁ #ଭୂଆସୁଣୀ_ଝିଅ ବାଡ଼ିର ସବୁ ଫୁଲ, କଢ, ପତ୍ର କିଛି ଛାଡି ନାହାନ୍ତି, ଗଛ ସବୁ ପୁରା ଲଣ୍ଡା | ସତେ କି ଛେଳି ଚାରିଦେଇ ଯାଇଛି! କଥା ବୁଝୁ ବୁଝୁ ଗାଳି ଟା #ଖୁଦୁରୁକୁଣୀଶେଷ ପାଳି ଜନିତ ଜଣା ପଡିଲା | ଭାଦ୍ରବ ମାସ ଯାକ ମା ଙ୍କ ଯାତରା | ବିଜେ ହେବେ #ମା_ସର୍ବମଙ୍ଗଳା !
ଗଲା ତିନି ରଇବାରେ ମା ବିରାଜିଛନ୍ତି ସାହି ସାହିରେ ଏ ରଇବାରେ ଶେଷପାଳି | ଗାଁ ଖାଲି ଉଠିବ ପଡିବ, ସାହି ସାହିରେ ମାହୋଲ ପୁରା ସରଗରମ | ଗୋଟେ ଅକୁହା ପ୍ରତିଯୋଗିତା ଯେମିତି | କାହାର ମୂର୍ତ୍ତି କେତେ ବଡ ହେବ, କାହା #ଭୋଗତାଟି କେତେ ବଡ, କାହା ନାଲି ମନ୍ଦାର ମାଳ କେତେ ବଡ, କିଏ କେମିତି ମାଙ୍କୁ ସଜେଇବା, କାହାର ଲାଇଟ, ତୋରଣ କେତେ ଝଲସିବ ?? କିଏ ଭଜନ ଆସର କରିବ, ଆଉ କୋଉ ସାହିରେ #vcrଚାଲିବ | ସେନେଇ ପ୍ରସ୍ତୁତି ଜୋରସୋରରେ . .
ରାତି ନ ପାହୁଣୁ ଗାଁ ଦାଣ୍ଡରେ ଭାରି ଗହଳିଚହଳି | ପୂର୍ବ ରାତିର ଯୋଜନା ଅନୁଯାୟୀ କିଏ କାହା ବାଡିରୁ ଫୁଲ ସଂଗ୍ରହ କରିବ ତାର ସଫଳ ରୂପାୟନ ସୂର୍ଯ୍ୟ ଉଇଁଲା ପୂର୍ବରୁ ହିଁ ସରି ଯାଇଥିବ | #ଭାଲୁକୁଣୀ_ପୂଜା ରେ କେବଳ ଭୂଆସୁଣୀ ଝୁଅ ନୁହେଁ ଏଥିରେ ଅଯାତିତ ସପ୍ରେମ ସହଯୋଗ ପାଇଁ ଆଗେଇ ଆସୁଥିବେ ସାହିର ଉନ୍ମାଦୀ ତରୁଣ ମାନେ . .
ରାତି ପାହୁଣୁ #ବାଲୁକା_ପୂଜାହେବ ସମସ୍ତେ ତତ୍ପର | ଭଦୁଅ ଖରାରେ ଶୁଖିଯାଇଥିବା ଦାଣ୍ଡ ଉପରେ କୁମାରୀ ମାନଙ୍କ ଅଳତାଲଗା ଓଦା ପାଦଚିହ୍ନ ଭିତରେ ନିତ୍ୟ ନୂତନ ଜନ୍ମ ନେଉଥିବା ଅସୁମାରୀ ସ୍ବପ୍ନ | ମା ମଙ୍ଗଳା ଙ୍କ ଉଦେଶ୍ୟ ରେ ଉପବାସ,ଆଜିହେବ ତଅପୋଇ ବନ୍ଦାଣ | ଖାଣ୍ଟି ଓଡ଼ିଆ ପର୍ବ ଟିଏ | ଭାଦ୍ରବ ଆସିଲେ ଯେମିତି ଉତ୍କଳୀୟ ପଲ୍ଲୀଜୀବନ ରେ ପବିତ୍ର ପ୍ରାଣ ଭରିଯାଏ | #ପାର୍ବଣର_ଚିଟଉ ନେଇ ଆସେ ଭଦୁଆ |
ସୂର୍ଯ୍ୟଙ୍କ ସଂଜୀବନୀ ନେଇ ଆସେ ଭଦୁଅ,
ଶରତର ଶୁଭ୍ରତା ନେଇ ଆସେ ଭଦୁଅ . .
ସେଇ ଭିତରେ ସଞ୍ଜ ନଇଁ ଆସିଲା, #ଭଗତଘର(ଭାଗବତ ଘର ) ପାଖ ମଣ୍ଡପରେ ମା ମଙ୍ଗଳାଙ୍କ ଦିବ୍ୟ ଦର୍ଶନ ହେବ | #କୁନିକୁନି_କାଶଦଣ୍ଡୀ କେଣ୍ଡା ସାଙ୍ଗରେ ମନ୍ଦ ମଳୟରେ ନାଚି ଉଠୁଛନ୍ତି ଓଡ଼ିଆଣୀ ତଅପୋଇ ମାନେ . . !
ଭାଲୁକୁଣୀ ଓଷା ନିଚ୍ଛକ ଓଡ଼ିଆ ପୁଆଣୀଟିଏ | ରମ୍ୟ ସୁଲଳିତ କଣ୍ଠରେ ଭୂଆସୁଣୀ ସବୁ ଗାଇବେ ମା ମଙ୍ଗଳା ଙ୍କ ସ୍ତୁତି | ନୁଆଁଣିଆ ଚାଳ ଉପରେ, ବିଦ୍ୟୁତ ଖୁଣ୍ଟରେ ଲାଗିଥିବା କାହାଳି (ଫନେଲ ) ସବୁ ଗଗନ ପବନ ପ୍ରକମ୍ପିତ କରିଦେଉଥିବ | ସେପଟେ ବିରାଟ ବିରାଟ #କଦଳୀଗଛ ସବୁ ଦାଣ୍ଡରେ ପୋତା ସରିଲାଣି, #ଝୁଣା_ଦୁହୁଡି ମରାହେବ . . ଝୁଣାସିକ୍ତ ଅନଳ ଶିଖା ଆକାଶକୁ ଛୁଇଁ ଯିବ ଯେମିତି |
ସେପଟେ ଦୋଳ ମଣ୍ଡପ ସାହିରେ ପରଦା ଟଣା ହେଲାଣି, ଓଡ଼ିଆ ସିନେମା (vcr)ରେ ଲାଗିବ . . ପୂଜା ପାଖରେ ମାଙ୍କ ଭୋଗ ଥାଳି ପ୍ରସ୍ତୁତ ହେଇଗଲା | ଚୁଡାଘଷା, କାକୁଡି, ଜହ୍ନିଫୁଲ, ଶେଷ ପାଳିର ବିଶେଷ ଆକର୍ଷଣ #ଚିତଉପିଠା | ସବୁ ସଜା ହେଇଗଲାଣି ତାଟି ଉପରେ | ଖୁଦୁରୁକୁଣୀ ଓଷା ଗୀତ ବୋଲା ସରିଲେ ଶେଷ ହେବ ପୂଜା |
ସଂଗୀତର ମୂର୍ଚ୍ଛନାରେ ଉତ୍କଳୀୟ #ନୌବାଣିଜ୍ୟ ପରମ୍ପରା ର ସ୍ୱର୍ଣ୍ଣାଭ ଇତିହାସ, ଭାଇ -ଭଉଣୀର ସ୍ନେହମୟ ସମ୍ପର୍କ ର ଚିରଞ୍ଜୀବ କାହାଣୀ ଶୁଣି କଳ୍ପନାର ଚିତ୍ର ସବୁ ନାଚି ଉଠନ୍ତି ଯେମିତି | କିପରି ମେକଙ୍ଗ ଡେଲଟା (Mekong Delta) ନୌବାଣିଜ୍ୟର ମୁଖ୍ୟ ପାଲଟିବା ସହ ଦକ୍ଷିଣ ଏସିଆର ପ୍ରଥମ ଭାରତୀୟ ସାମ୍ରାଜ୍ୟ ହେଲା | ଓଡ଼ିଆ ପୁଅ #କୌଣ୍ଡିଣ୍ୟ ଙ୍କ ବିଜୟଗାଥା | କିପରି ଚିଲିକା ଥିଲା ଓଡ଼ିଆ ସାଧବ ପୁଅଙ୍କ ପାଇଁ ସୁଗମ ପୋତାଶ୍ରୟ | ପଶ୍ଚିମରେ ଇଜିପ୍ଟ ଠାରୁ ପୂର୍ବରେ ଭିଏତନାମ ଯାଏଁ ବାଣିଜ୍ୟର ସୁନେଲି ଇତିହାସ | କିପରି କଳିଙ୍ଗ ହିଁ ସମୁଚା ଭାରତ ର ପରିଚୟ ହୋଇପାରିଥିଲା, ମଳୟ ଦ୍ବୀପ ଓ ଜାଭାର ଲୋକମାନେ ସମଗ୍ର ଭାରତୀୟ ଲୋକଙ୍କୁ #କେଲିଙ୍ଗ (Keling ) ବୋଲି ସମ୍ଭୋଧାନ କରୁଥିଲେ | ଓଡ଼ିଆ ପୁଅ #ନିଶଙ୍କ_ମଲ୍ଲଙ୍କ ଶ୍ରୀଲଙ୍କା ଶାସନର ରୋମାଞ୍ଚକ କାହାଣୀ . .
କଳିଙ୍ଗ ମହୋଦଧିରେ ଓଡ଼ିଆ ସାଧବ ପୁଅର ଫେରିବାର ପ୍ରତିଜ୍ଞା ଦେଇ ଦୁଃସାହାସିକ ରୋମାଞ୍ଚକର ଯାତ୍ରା | ଉତ୍ତରା ପବନରେ ପୂର୍ଣ୍ଣ ଚନ୍ଦ୍ରମାରେ ଚହଳି ଯାଉଥିବ ଚିକମିକ ଜୁଆର ଆଉ ତଅପୋଇର ଅପେକ୍ଷା . .
Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

38 minutes ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 hours ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 hours ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

7 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago