ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଆମଭାଷାରେ ଗୋଟିକିଆ ଅକ୍ଷରଯୁକ୍ତ ଶବ୍ଦରେ ମାତ୍ରା ବଦଳିଗଲେ ଅର୍ଥ ମଧ୍ୟ ବଦଳିଯାଏ । ନିମ୍ନରେ ଵର୍ଗ୍ଯ ‛ବ’ ରେ ଏହି ପ୍ରକ୍ରିୟାର ଉଦାହରଣ ପ୍ରଦାନ କରାଗଲା ।

ବ ―
୧. ବଅ ଵା ବସ; ବସ କ୍ରିୟା ଶବ୍ଦର ଏକ ରୂପ
୨. ପାନଗଛର ଚେର (ଉତ୍ତର ଓଡ଼ିଶା)
୩. ବୋହୂ (ଦକ୍ଷିଣ ପଶ୍ଚିମ ଓଡ଼ିଶା)

ବା ―
୧. ବାପା
୨. କିଂଵା, ଅଥଵା ଅର୍ଥରେ ପ୍ରୟୋଗ କରାଯାଉଥିଵା ‛ଵା’ ଅଵ୍ଯୟର ଅଶୁଦ୍ଧ ଲିଖନ
୩. ହେ !, ରେ (Oh !), ବାଃ
୪. (ବାକ୍ଯାନୁପ୍ରାସ) ପୂର୍ଵାଞ୍ଚଳରେ ‘ମ’, ‘ମଁ’ ଓ ‘ପା’ ଭଳି ଦକ୍ଷିଣ ଓଡ଼ିଶାରେ ‛ବା’ ଶବ୍ଦ ଵ୍ଯଵହାର ହୋଇଥାଏ ତେଵେ ଏହା ଦକ୍ଷିଣ ଓଡ଼ିଶାରେ ‛ଵା’ ଉଚ୍ଚାରିତ ହୋଇଥାଏ । ଏହି ଶବ୍ଦ ଭଳି ପଶ୍ଚିମ ଓଡ଼ିଶାରେ ‘ବୋ’ ବୋଲି ଏକ ଵ୍ଯାକ୍ଯାନୁପ୍ରାସ ଶବ୍ଦ ଚଳୁଅଛି ।

ବି —
୧. ଅପି; ସୁଦ୍ଧା; ମଧ୍ୟ
୨. ଅପିଚ; ଆହୁରି ମଧ୍ୟ
୩. ଏଵଂ

ବୀ —
୧. ମାଈଚଢେ଼ଇ

ବୁ —
୧. ମାତୃସ୍ତନ
୨. ଗନ୍ଧ

ବୂ —
୧. ଗନ୍ଧ

ବେ —
୧. ଅବଜ୍ଞା ବା ତୁଚ୍ଛାର୍ଥକ ସମ୍ବୋଧନ (ରେ, ଆରେ, ଇରେ, (ସ୍ତ୍ରୀ) ଲୋ, ଆଲୋ, ଇଲୋ, ବେ, ଆବେ, ଇବେ, ହାଁବେ)
୨. ଉପସର୍ଗ (ବେହିଆ, ବେଦମ)

ବୋ —
୧. ଦୁର୍ଗନ୍ଧ
୨. ମଁ, ମ, ବା (ଵା)
୩. ବିଭିନ୍ନ ଭାବସୂଚକ ଅଵ୍ଯୟ ପଦ; ଗୋ, ବେ, ରେ ପର୍ଯ୍ୟାୟଭୁକ୍ତ ।
ଵାକ୍ଯ ଉଦାହରଣ:
● ହଏ ବୋ ସୁନୁଛୁ କାଏଁ?
● ଦେଖ୍ ତ ବୋ, କେନ୍‌ତା ବଢିଆ ଦିସୁଛେ
● ପାଏନ୍ ଗଡ଼େ ଆନ୍ ନ ବୋ
● ଇନ୍‍ତା ହଏରାନ୍ ନାଇଁ କର୍‍ବୁ ବୋ
● କେନ ଆଡ଼୍‌କେ ଯାଇଥିଲୁ ବୋ ?
● ଇଟା ତ ଗୁଟେ ମ‍ଉକା ବୋ
● ଚାଲ୍ ବୋ ଚାଲ୍ ନାଇଁ ହେଲେ ଗାଡ଼ି ଫେଲ୍ ହେମା

ବଁ ―
୧)କ୍ରୋଧ,ଵିରକ୍ତି

ବଂ ―
୧. ବମ୍ ବମ୍ ଭୋଲା ବାବା ଵାକ୍ଯରେ ଥିଵା ବଂ ଶବ୍ଦ

© ଶବ୍ଦଭେଦ

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago