ଉପସ୍ଥାପନା: ଶିଶିର ସାହୁ ମନୋଜ

ଗୋଣ୍ଡି ପୁନେମ ଦର୍ଶନ ଅନୁସାରେ ଗୋଣ୍ଡି ଭାଷାର କିପରି ଉତ୍ପତ୍ତି ହୋଇଛି ତାହାର ପରିଚୟ ମିଳିଥାଏ । ଏଥିରେ ଉଲ୍ଲେଖ ରହିଛି ଯେ ଶମ୍ଭୁଶେକଙ୍କର ଡମ୍ଵରୁରୁ ଗୋଣ୍ଡି ଭାଷା ଉତ୍ପନ୍ନ ହୋଇଛି ।

ଏହି  ଶମ୍ଭୁଶେକ ବହୁତ ସମ୍ଭଵ ଶିଵଶଙ୍କର ଭଗବାନଙ୍କ ଵ୍ଯତୀତ ଆଉ କେହି ନୁହନ୍ତି । କୁହାଯାଏ ଗଣ୍ଡ ଆଦି ଧର୍ମଗୁରୁ ପାରିକୁପାର ଲିଙ୍ଗୋ ସେହି ଶମ୍ଭୁଶେକ ଦେଵତାଙ୍କର ସେହି ଡମ୍ବରୁ ଧ୍ଵନିକୁ ଶୁଣି ଗୋଣ୍ଡି ଭାଷାକୁ ରଚନା କରିଥିଲେ ।

ଡମ୍ବରୁ ଶବ୍ଦକୁ ଶୁଣି ସେହି ସ୍ଵରରେ ସେ ଵର୍ଣ୍ଣ, ଶବ୍ଦ ଏଵଂ ଵାକ୍ଯ ତିଆରି କରୁ କରୁ ଗୋଣ୍ଡି ବୋଲି ଏକ ନୂଆ ଭାଷା ସୃଷ୍ଟି କରି ଦେଇଥିଲେ । ଏହାକୁ ହିଁ ଗୋଏନ୍ଦାଡ଼ୀ ଵାଣୀ ଵା ଗଣ୍ଡଵାଣୀ କୁହାଯାଏ । ଗୋଣ୍ଡି ଭାଷାରେ ଡମ୍ବରକୁ ଗୋଏନ୍ଦାଡ଼ୀ କୁହାଯାଏ ।

ଅଵଶ୍ୟ ଏହି ଲୋକକଥା କେଵଳ ଏକ ଲୋକଵିଶ୍ଵାସ ନା ଏହ ପଛରେ କୌଣସି ଐତିହାସିକ କଥା ରହିଛି ତାହା ନିଶ୍ଚୟ ଗଵେଷଣା ସାପେକ୍ଷ । ତେଵେ ଗୋଣ୍ଡ, ଗୋଣ୍ଡି, ଗଣ୍ଡ, କୋଣ୍ଡା, କୋଟିଆ, କନ୍ଧକୋୟା ଇତ୍ୟାଦି ଏ ସମସ୍ତ ଶବ୍ଦର ମୂଳ ହେଉଛି ଏକ ଦ୍ରାଵିଡ ଶବ୍ଦ କୁ ଵା କୋ ଏଵଂ ଏହାର ଅର୍ଥ ପର୍ଵତ ଅଟେ । ସେଇଭଳି ଦ୍ରାଵିଡ ଜନଜାତି ଗୁଡ଼ିକର ଗୋଣ୍ଡ, କୋଣ୍ଡା ଓ କନ୍ଧ ଇତ୍ୟାଦି ନାମକରଣର ଅର୍ଥ  ମଧ୍ୟ ସ୍ପଷ୍ଟ ହେଉଛି  ଯେ ସେମାନେ ପର୍ଵତଵାସୀ ଅଟନ୍ତି । ତେଵେ ସମୟ ସହ ଗୋଟିଏ ପଟେ ଦକ୍ଷିଣ ଭାରତର ଦ୍ରାଵିଡ ଲୋକେ ସମତଳରେ ଵସତିସ୍ଥାପନ କରିଵା ଶିଖିଗଲାଵେଳେ ଉତ୍ତର ଭାରତର ଗୋଣ୍ଡ ଜାତି ମଧ୍ୟ କେତେକ ଅଞ୍ଚଳରେ ଶାସନ କରିଵା ଆରମ୍ଭ କରିଦେଇଥିଲେ । ଓଡ଼ିଶାରେ ମଧ୍ୟ ଅନୁଗୋଳ ଠାରୁ କନ୍ଧମାଳ ଓ ନଵରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳରେ ଅନେକ ଵର୍ଷ ଯାଏଁ ଏହି ଯୁଦ୍ଧପ୍ରିୟ ଜାତିର ପ୍ରତ୍ଯକ୍ଷ କ୍ଷମତା ରହିଥିଵା ଜଣାଯାଏ । 

କୁ ଓ କୋ ଶବ୍ଦ ସହିତ ସମଦ୍ଧୃତ ଓ ସମସାଦୃଶ୍ଯ ଥିଵା ପର୍ଵତ ଅର୍ଥଜ ଅନେକ ଶବ୍ଦ ଦ୍ରାଵିଡ ଭାଷା ପରିଵାରର ଵିଭିନ୍ନ ଭାଷାରେ ମିଳିଯାଏ ଏଇ ଯେମିତି କୁଈ ଭାଷାରେ ପାହାଡ଼କୁ “କୁପ୍’ଡା଼” କୁହାଯାଏ ଠିକ୍ ସେଇଭଳି ତାମିଳରେ  #குட்டரி (kuṭṭari) ବୋଲି ଏକ ଶବ୍ଦ ରହିଛି ଯାହାର ଅର୍ଥ ପାହାଡ଼ ଵା ପର୍ଵତ ଅଟେ ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago