ଲେଖା: ରବୀନ୍ଦ୍ର କୁମାର ରଣା
ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରୁ ୫ କି.ମି. ଦୂରରେ ଅବସ୍ଥିତ କୁଲାଡ଼ଗଡ଼ରେ ଥିବା ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ତେବେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା ।
ଇଂରେଜମାନଙ୍କ ବିରୋଧରେ ଘୁମୁସରର କନ୍ଧବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ । ତେବେ ଏହି ଗୁମସର (Gumsorr) ଗୁମ ଅର୍ଥାତ ଗୃହ ବା ଗଡ଼ ଏବଂ ସର ଅର୍ଥାତ ପୋଖରୀ । ତେଣୁ ପୋଖରି ପାଖରେ ଗଡ଼ ନିର୍ମିତି ହେଇଥିବାରୁ ଏହା ଗୁମସର୍ ବା ପ୍ରକାରାନ୍ତରେ ଘୁମୁସର ନାମରେ ନାମିତ ।
ଇତିହାସ କହେ ଯେ ଗୁମସର ବା ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ୮୩୨ ମସିହା ରୁ ୧୮୩୫ ମସିହା ପାଖାପାଖି ୧୦୦୦ ବର୍ଷ ମଧ୍ୟରେ ୫୮ ଜଣ ଭଞ୍ଜ ବଂଶୀ ରାଜା ଶାସନ କରୁଥିଲେ । ଏହି ସମୟ ମଧ୍ୟରେ ଗୁମସରର ରାଜାମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ସୁନ୍ଦର ଐତିହ୍ୟମାନ ଦେଖିବାକୁ ମିଳେ ।
ଇତିହାସ କହେ ଯେ, ୧୧୯୦ରୁ ୧୨୦୭ ମସିହାର ସମୟକାଳ ମଧ୍ୟରେ ଗୁମସର ରାଜା ଶ୍ରୀ ପ୍ରତାପ ଭଞ୍ଜ କୁଲାଡ଼ଗଡ଼ ସ୍ଥାପନ କରିଥିଲେ ଓ ବ୍ୟାଘ୍ରଦେବୀ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ବ୍ୟାଘ୍ରଦେବୀ ଠାକୁରାଣୀ ହେଉଛନ୍ତି ଭଞ୍ଜବଂଶୀ ରାଜାମାନଙ୍କ କୂଳଦେବୀ ।
ଓଡ଼ିଆ ସାହିତ୍ୟର ସମ୍ରାଟ କୁହାଯାଉଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଏହି କୁଲାଡ଼ଗଡ଼ର ଭଞ୍ଜବଂଶୀ ରାଜା ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର । ବ୍ୟାଘ୍ରଦେବୀଙ୍କ ଆଶିର୍ବାଦରୁ କବିସମ୍ରାଟଙ୍କ କାଳଜୟୀ ସୃଷ୍ଟିରେ ଆଜି ଓଡ଼ିଆ ସାହିତ୍ୟଭଣ୍ଡାର ସମୃଦ୍ଧ । ସେହି କୁଲାଡ଼ଗଡ଼ରେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଜଗନ୍ନାଥ ମନ୍ଦିର ଓ ବ୍ୟାଘ୍ରଦେବୀ ମନ୍ଦିର ଅବସ୍ଥିତ ।
ମନ୍ଦିର ପରିବେଶ ବହୁତ ସୁନ୍ଦର ଓ ପରିଷ୍କାର ପରିଚ୍ଛନ୍ନ । ରେଖ ଶୈଳୀର ବିମାନ ଏବଂ ପୀଢ଼ ଶୈଳୀର ଜଗମୋହନ ଓ ନାଟମଣ୍ଡପ ସହିତ ଜଗନ୍ନାଥଙ୍କ ମନ୍ଦିର ପରିସର ବହୁତ ବଡ଼ ଓ ସୁନ୍ଦର୍ ମନ୍ଦିର ମଧ୍ଯ ବହୁତ ବଡ । ଜଗନ୍ନାଥ ମନ୍ଦିରର ପ୍ରାଚୀରକୁ ଲାଗି ମା’ ବ୍ୟାଘ୍ରଦେବୀଙ୍କ ମନ୍ଦିର ପରିସର । ଏହା ମଧ୍ଯ ବହୁତ ସୁନ୍ଦର । ଏହି ମନ୍ଦିର ପରିସରରେ କବି ସମ୍ରାଟଙ୍କ ପ୍ରତିମୂର୍ତ୍ତି ରହିଛି । କିନ୍ତୁ ବ୍ୟାଘ୍ରଦେବୀଙ୍କ ମୂଳ ମନ୍ଦିର ରହିଛି ପାହାଡ଼ ଉପରେ । ତଳେ ବ୍ୟାଘ୍ରଦେବୀଙ୍କ ମନ୍ଦିର ଠାରୁ ୫୦୦ ମିଟର ଦୂରରେ ପାହାଡ଼ ଉପରେ ଗୋଟିଏ ଛୋଟ ଗୁମ୍ଫାରେ ପୂଜା ପାଉଛନ୍ତି ମା ବ୍ୟାଘ୍ରଦେବୀ । ପାଖାପାଖି ୨୦୦ ପାହାଚ ଚଢ଼ି ମା ‘ଙ୍କ ଆସ୍ଥାନ ପାଖରେ ପହଞ୍ଚିହେବ । ପାହାଚ ମଝିରେ ଲୁହା ପାଇପ୍ ଦିଆ ଯାଇଛି ଧରି ଚଢ଼ିବା ପାଇଁ ଏବଂ ମଝିରେ ବସିବା ପାଇଁ ଓ ପାଣି ପିଇବା ପାଇଁ ମଧ୍ଯ ସୁବିଧା ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଏହି ସ୍ଥାନଟିରେ ପାହାଡ଼ ଚଢ଼ି ମା’ ଙ୍କ ପୀଠରେ ପହଁଞ୍ଚିବା ପରେ ଚତୁଃପାର୍ଶ୍ଵର ଅତ୍ୟନ୍ତ ମନମୁଗ୍ଧକର ଦୃଶ୍ୟ ମନକୁ ବିଭୋର କରିଥାଏ ।
ଘୁମୁସରର ଭଞ୍ଜବଂଶୀ ରାଜାମାନଙ୍କ ପ୍ରାଚୀନ ଐତିହ୍ୟକୁ ବହନ କରୁଥିବା କୁଲାଡ଼ଗଡ଼ ନିଶ୍ଚିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । ଏହା ଭଞ୍ଜନଗରରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ । କୁଲାଡ଼ ଯିବା ସମୟରେ ଭଞ୍ଜନଗରର ଓଡିଶା ପ୍ରସିଦ୍ଧ ବିଜୁପଟ୍ଟନାୟକ ପାର୍କକୁ ମଧ୍ଯ ବୁଲି ଦେଖିହେବ । ଏହା ପରିବାର ନେଇ ଦେଖିଲା ଭଳି ଜାଗାଟିଏ । ଏଠାରେ ଶିବଙ୍କ ବିଶାଳ ମୂର୍ତ୍ତି, Bhanjanagar Dam, Musical Water Fountain Show, Toy Train, Museum, ରାମଦୋଳି, ବିଜୁ ମିନାର ଆଦି ବହୁତ କିଛି ଦେଖିବାର ସ୍ଥାନ ରହିଛି ।
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…