ଲେଖା: ରବୀନ୍ଦ୍ର କୁମାର ରଣା

ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ ।

ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର ନୀତିକାନ୍ତି ଓ ପୂଜା ପରମ୍ପରା ତାଠାରୁ ବେଶୀ ବିଚିତ୍ର । ଏହି ଠାକୁରଙ୍କର ମୁଖ୍ୟପର୍ବ ହେଉଛି ଅଶୋକାଷ୍ଟମୀ । ଭୁବନେଶ୍ୱରର ଲିଙ୍ଗରାଜ ଦେବ ଏବଂ ଡି଼ଆ ଗ୍ରାମର କପିଳେଶ୍ୱର ଦେବଙ୍କ ପୀଠରେ ଏକା ତିଥି ଅଶୋକାଷ୍ଟମୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ, କିନ୍ତୁ ଉଭୟ ପୀଠରେ ବହୁ ପାର୍ଥକ୍ୟ ରହିଛି । ଲିଙ୍ଗରାଜ ଦେବଙ୍କ ରୁକୁଣାରଥ ଅଣଲେଉଟା ହୋଇଥାଏ, ମାତ୍ର କପିଳେଶ୍ୱର ଦେବଙ୍କର ରଥ ଲେଉଟିଥାଏ ତାହା ପୁଣି ଅର୍ଦ୍ଧରାତ୍ରରେ । ଖାଲଖମା ବିଲରାସ୍ତା ଓ ଶ୍ମଶାନ ମଧ୍ୟ ଦେଇ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି ସେ ରଥକୁ । ପୁରୀ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରୁ ଚନ୍ଦନକାଠ, ଆଜ୍ଞାମାଳ, ପାଟପତନୀ, ଯାତ୍ରାପାହୁଣା ଆଦି ପଠାଯିବାର ବିଧି ମାଦଳାପାଞ୍ଜି ରେ ଉଲ୍ଲିଖିତ ରହିଛି । ଏହି ପ୍ରାଚୀନ ପରମ୍ପରା ଏବେ ମଧ୍ୟ ପ୍ରଚଳିତ । ଅଶୋକାଷ୍ଟମୀ ତିଥିରେ ପ୍ରଭୁ କପିଳେଶ୍ୱର ରଥାରୂଢ ହୋଇ ଯାତ୍ରା ଆରମ୍ଭ କରିଥିବା ବେଳେ ଦ୍ଵାଦଶ ତିଥିରେ ହୋଇଥାଏ ବାହୁଡ଼ା ଯାତ୍ରା


ଆଉ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ଏଠାରେ ହରିହର ଭେଟ ସମୟରେ, ସାଧାରଣତଃ ସବୁ ସ୍ଥାନରେ ମହାଦେବଙ୍କ ସହ ବିଷ୍ଣୁଙ୍କ ମଧ୍ୟରେ ହରିହର ଭେଟ ହୋଇଥାଏ କିନ୍ତୁ ଏଠାରେ ମହାଦେବଙ୍କ ସହ ମହାଦେବଙ୍କ ଭେଟ ହୋଇଥାଏ । ଏଠାରେ କପିଳେଶ୍ୱର ଦେବଙ୍କର ସହିତ ନିକଟସ୍ଥ ଗ୍ରାମର ଗ୍ରାମେଶ୍ୱର ମହାଦେବଙ୍କ ସହ ହୋଇଥାଏ ହରିହର ଭେଟ । ପରେ ଦୁଇ ଠାକୁର ଏକତ୍ର ରଥାରୂଢ ହୋଇ ଯାତ୍ରା କରନ୍ତି ।


କେତେକ ଐତିହାସିକଙ୍କ ମତ ଯେ ମହାଦେବଙ୍କ ଏହି ପୀଠ ବାସ୍ତବରେ ପ୍ରଥମେ ଏକ ଶକ୍ତିପୀଠ ଥିଲା । ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ ପୀଠ ଅଟେ । କାରଣ ଏହି ମନ୍ଦିରରେ ଚାମୁଣ୍ଡାଙ୍କ ସହିତ ବୈଷ୍ଣବୀ ଏବଂ ମହିଷାମର୍ଦ୍ଦିନୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହୁଅନ୍ତି । ମୂଳ ମନ୍ଦିରର ଉତ୍ତର ଦିଗରେ ଅନ୍ୟ ଏକ ମନ୍ଦିରରେ ଏହି ତିନି ଦେବୀ ଗୋଟିଏ ଆସ୍ଥାନରେ ବିରାଜମାନ । ସାଧାରଣତଃ ମହାଦେବଙ୍କ ପୀଠରେ ଏପରି ତିନି ଦେବୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହେବା ବିରଳ । ଏହା ଏକ ଶୈବପୀଠ ହେଲେ ମଧ୍ୟ ଦେବୀ ମାନଙ୍କ ପାଖରେ ଆମିଷ ଭୋଗ ଓ ବଳିପ୍ରଥା ରହିଛି । ଆଉ ମଧ୍ଯ ଏହି ଶୈବ ପୀଠ ନିକଟରେ ଶ୍ମଶାନ ରହିଛି । ସାଧାରଣତଃ ତନ୍ତ୍ର ସାଧନାର ନୀତିକାନ୍ତି ପ୍ରାୟ ରାତିରେ ହିଁ ହୋଇଥାଏ । ତେବେ ଏଠାରେ ରାତିରେ ରଥଟଣା ପରମ୍ପରା ହୁଏ, ଏହା ତନ୍ତ୍ରପୀଠକୁ ଅଧିକ ଦୃଢ଼ୀଭୂତ କରୁଛି ।


ଏବେ ଏଠାରେ ଥିବା ଏହି ସୁନ୍ଦର ମନ୍ଦିରଟି ଗଜପତି କପିଳେଶ୍ୱର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୁହାଯାଏ । ଗଜପତି ପ୍ରଥମେ ଏଠାରେ ମହାଶକ୍ତିଙ୍କୁ ଆରାଧନା କରୁଥିଲେ, ପରେ ଏଠାରେ ପାତାଳଫୁଟା ହୋଇ ମହାଦେବ ଉଭା ହେବା ପରେ ଏଠାରେ ଶିବ ମନ୍ଦିରଟି ନିର୍ମାଣ ହୋଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସର ପୃଷ୍ଠଭୂମି ବହନ କରୁଥିବା ଏହି କପିଳେଶ୍ଵର ମନ୍ଦିର ବାସ୍ତବରେ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ । 

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

16 minutes ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago