ଲେଖା: ରବୀନ୍ଦ୍ର କୁମାର ରଣା

ନୟାଗଡ଼ ଜିଲ୍ଲା ରଣପୁର ବଜାରରୁ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟର ପ୍ରାଚୀନ କିର୍ତ୍ତିରାଜି ଦେଖିବାକୁ ମିଳେ। ରଣପୁର-ଟାଙ୍ଗି-ଚାନ୍ଦପୁର ରାସ୍ତାର ଗୋପାଳପୁର ବଜାର ଛକରୁ ଡାହାଣକୁ ମଝିଆଖଣ୍ଡ ଦେଇ ଜାମୁଗଣ୍ଡକୁ ଯାଇଥିବା ରାସ୍ତାରେ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ।

ମନ୍ଦିର କହିଲେ କେବଳ ଶିବଲିଙ୍ଗ। ଚାରିପାଖ ଟିଣ ଆବଦ୍ଧ ଏକ ଆସ୍ଥାନ। ଏବଂ ଆସ୍ଥାନ ଚାରିପାଖରେ ବିକ୍ଷିପ୍ତ ଭାବରେ ପଡିଥିବା ମନ୍ଦିରର ପଥରଖଣ୍ଡ ଓ ଗୋଟିଏ ଚଟାଣରେ ଥୁଆ ହୋଇଥିବା କିଛି ପ୍ରାଚୀନ ମୂର୍ତ୍ତୀ। ମନ୍ଦିରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଲିଙ୍ଗ ଚାରିପାଖରେ ପ୍ରାଚୀନ ମୂଳଦୁଆ ବି ଦେଖାଗଲା ନାହିଁ। ହୁଏତ ଏହା ମାଟି ଭିତରେ ପୋତି ହୋଇ ରହିଛି କିନ୍ତୁ ମନ୍ଦିରର ପଥର ଗୁଡିକ ଏଣେତେଣେ ଗଦା ହୋଇ ରହିଛି।

ମନ୍ଦିରର ପଥର ଓ ମୂର୍ତ୍ତିଗୁଡ଼ିକର ଗଠନ ଶୈଳୀରୁ ଅନୁମାନ କରାଯାଏ ଏହା ସୋମବଂଶୀ ଶାସନ ସମୟର । କିଛି ଲୋକଙ୍କ କହିବା କଥା ଏହି ଗଙ୍ଗେଶ୍ୱର ମନ୍ଦିର ଗଙ୍ଗରାଜା ଚୋଳଗଙ୍ଗ ଦେବଙ୍କ ଦ୍ଵାରା ନିର୍ମିତ, ତେଣୁ ଏହାର ନାମ ଗଙ୍ଗେଶ୍ୱର । ମାତ୍ର ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ। ମନ୍ଦିର ପାଖରେ ଗୋଟିଏ ଆଶ୍ରମ କରି ରହୁଥିବା ମନ୍ଦିରର ପୂଜକ କୁହନ୍ତି ଏବେ କିଛି ବର୍ଷ ହେଲା ରଣପୁରର କିଛି ଲୋକ ଏହାକୁ ଗଙ୍ଗେଶ୍ୱର ମନ୍ଦିର ବୋଲି କହୁଛନ୍ତି କିନ୍ତୁ ତାଙ୍କ ବାପା ଜେଜେବାପାଙ୍କ ସମୟରେ ଏହାକୁ ସେମାନେ ଖଣ୍ଡିଆ ଦେଉଳ ବୋଲି କହୁଥିଲେ। ଏବଂ ଚୋଡ଼ଗଙ୍ଗଦେବ ଏହି ମନ୍ଦିର ନିର୍ମାଣ କରିଥିବାର କୌଣସି ପ୍ରମାଣ ନାହିଁ !

ମନମୋହିଲା ଭଳି ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ସ୍ଥାନଟି ଅବସ୍ଥିତ। ମନ୍ଦିରଠାରୁ ୧୨ କି.ମି. ପୂର୍ବରୁ କୌଣସି ଗାଁ ନାହିଁ ଏବଂ ୩ କି.ମି. ଆଗକୁ ଆଉ ରାସ୍ତା ନାହିଁ। ୧୫ କି.ମି. ଘଞ୍ଚ ଜଙ୍ଗଲ ଓ ହାତୀ ଚଳପ୍ରଚଳ ରାସ୍ତା ଦେଇ ଯିବାକୁ ହେବ।

ସୁନ୍ଦର ମନୋରମ ପରିବେଶରେ ଅବସ୍ଥିତ ଏହି ପ୍ରାଚୀନ କୀର୍ତ୍ତରାଜି ବିଷୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ। ତେଣୁ ଏହି ପ୍ରାଚୀନ ଐତିହ୍ୟସ୍ଥଳୀଟିର ସୁରକ୍ଷା ଓ ଉନ୍ନତି ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ ପଦକ୍ଷେପ ନେବା ଉଚିତ।

ଏହି ମନ୍ଦିରକୁ ବୁଲି ଆସିବାକୁ ହେଲେ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ।
୧. ଦୀର୍ଘ ୧୨ କି.ମି. ନିଛାଟିଆ ଜଙ୍ଗଲ ରାସ୍ତାରେ ଯିବାକୁ ହେବ।                                                                                        ୨. ରାସ୍ତାରେ ହାତୀ ଓ ଅନ୍ୟନ୍ୟ ଜୀବଙ୍କ ପ୍ରତି ସତର୍କ ରହିବେ।
୩. ବର୍ଷା ହେଲେ ବାଟରେ ରହିବାକୁ କୌଣସି ସୁବିଧା ନାହିଁ।
୪. ସବୁଠାରୁ ବଡ ଅସୁବିଧା ହେଲା ଏହି ଜଙ୍ଗଲ ରାସ୍ତାରେ Mobile Network ନାହିଁ।

ତେବେ ଏଇ ଅତି ପ୍ରାଚୀନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଠାରୁ ୨ କି.ମି. ପୂର୍ବରୁ ରଣପୁର ରାଜାଙ୍କର କୁଳଦେବୀ ମା’ ଖିଲାମୁଣ୍ଡାଙ୍କ ମନ୍ଦିର ରହିଛି ଏହା ମଧ୍ଯ ଦର୍ଶନ କରିପାରିବେ, କିନ୍ତୁ ବର୍ଷା ଦିନେ ଏଠାକୁ ଦୁଇଚକିଆ ଯାନରେ ଯିବା ମଧ୍ୟ କଷ୍ଟ। ମାତ୍ର ଗଙ୍ଗେଶ୍ୱର ମନ୍ଦିର ପାଖକୁ ଚାରିଚକିଆ ଯାନରେ ଯାଇହେବ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago