ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ । ୧. ହିନ୍ଦୀରେ – ନୈହର, ନୟା, କସ୍ତୀ, କିସ୍ତୀ ଶବ୍ଦ ରହିଛି ଅଵଶ୍ଯ ସିଂହଳୀରେ බෝට්ටුව (bōṭṭuva) ଶବ୍ଦ ରହିଛି ଏଵଂ ଏ ଶବ୍ଦଟି ଓଡ଼ିଆ ମୂଳର କି ୟୁରୋପୀୟ ମୂଳରୁ ଆସିଅଛି ତାହା ଗଵେଷଣାର ଵିଷୟ । ପୁଣି ପ୍ରାକୃତର ???? (beḍaga) ସଂସ୍କୃତର ବେଡ଼କ ଓ ବେଡ଼ ଇତ୍ଯାଦି ଶବ୍ଦ ସହିତ ଓଡ଼ିଆ ବୋଇତ ଶବ୍ଦ ସହ ଵାହ୍ଯ ସାଦୃଶ୍ୟ ଦେଖାଯାଏ କିନ୍ତୁ ଏହାର ମୂଳ ଭିନ୍ନ ଅଟେ । ପ୍ରକାରାନ୍ତରେ, ୟୁରୋପୀୟ ଭାଷା ସମୂହରେ ଏହି ଶବ୍ଦର ପାଖାପାଖି ଶବ୍ଦ ଅନେକ ରହିଛି । ଯଥା: ଜଳ ଜାହାଜ ଅର୍ଥରେ ଵ୍ଯଵହୃତ ଵିଭିନ୍ନ ୟୁରୋପୀୟ ଭାଷାର ଶବ୍ଦଗୁଡ଼ିକ ଓଡ଼ିଆ ବୋଇତ ଶବ୍ଦ ସହ ସମଦ୍ଧୃତ କି ନୁହେଁ ସେ ଵିଷୟରେ ଆହୁରି ଗଵେଷଣାର ଆଵଶ୍ଯକତା ରହିଛି । ବୋଇତ, ବହିତ୍ର ଓ Boat ସମଦ୍ଧୃତ କି ନାହିଁ ତାହା ଏବେ ବି ଅନୁସନ୍ଧାନର ଵିଷୟ ତେବେ ପାଶ୍ଚାତ୍ୟ ଭାଷାଵିଦମାନେ boat ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ରୂପ *bheid ବୋଲି ଅନୁମାନ କରିଅଛନ୍ତି । ଏହି P.I.E. rootର ଅର୍ଥ to break ଓ to split ଅଟେ ।ଭାରତୀୟ ଵୈଜ୍ଞାନିକ ମୂଳ ଧାତୁ ଶବ୍ଦ ଭିଦ୍ ଧାତୁ ସହିତ ଏହା ସମଦ୍ଧୃତ । ଭିଦ୍ ଧାତୁରୁ ଅନେକ ଭାରତୀୟ ଶବ୍ଦ ନିଷ୍ପନ୍ନ ହୋଇଅଛି । ଭେଦ କରିଵା, ଭିଜିଵା, ଭେଦିଵା, ଭୁସିଵା, ଭେଟ ଇତ୍ୟାଦି ଇତ୍ୟାଦି । ସମୁଦ୍ର ଜଳରେ ଭିଜି ତାକୁ ଭେଦକରି ଵା ଭେଦିଯାଇ ଏକ ସମୁଦ୍ର କୂଳରୁ ଅନ୍ୟ ଏକ କୂଳରେ ପହଞ୍ଚି ଭେଟିପାରୁଥିଵା ଯାନ ନିଶ୍ଚୟ ବୋଟ୍ ହୋଇଥିଵ । ତେବେ ସଂସ୍କୃତ ବହିତ୍ର ଶବ୍ଦ ଓଡ଼ିଆ ବୋଇତ ସହ ସମଦ୍ଧୃତ ବୋଲି ଭାରତରେ ଗୋଟିଏ ସାଧାରଣ ମତଵାଦ ପ୍ରଚଳିତ ହୋଇଛି । ଏହି ବହିତ୍ର ଶବ୍ଦକୁ ଵହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵହ୍ ଧାତୁର ଅନେକ ଅର୍ଥ ! ଯଥା: ଵହନ କରିଵା, ପ୍ରଵାହିତ ହେଵା, ବହିଵା, ଚଳାଇଵା, ବାଟ କଢ଼ାଇ ନେଵା, ଵିସ୍ତାରିତ କରିଵା, ଧାରଣ କରିଵା, ଘେନି ପଳେଇଯିଵା, ହରଣ କରିଵା, ପିନ୍ଧିଵା, ଗର୍ଭ ଧାରଣ କରିଵା, ଟାଣିଵା, ଟେକି ଧରିଵା, ଵିଵାହ କରିଵା, ସହ୍ଯ କରିଵା, ଅନୁଭଵ କରିଵା ଓ ନିଶ୍ବାସ ମାରିଵା ଇତ୍ୟାଦି । ଅର୍ଥାତ୍ ଯିଏ ଜୀଵ ଓ ଵସ୍ତୁକୁ ବହନକରେ ଵା ଆପଣା ଉପରେ ଟେକିଧରେ ଓ ସ୍ଵୟଂ ବହିଯାଏ,ତାକୁ ପ୍ରଵାହିତ ହେଵା ପାଇଁ ଚଳାଇଵାକୁ ହୁଏ, ଜୀଵ ଓ ଵସ୍ତୁଗୁଡି଼କୁ ଯେ ସମୁଦ୍ର ଭୀଷଣ ଝଡ଼ ତୋଫାନ ସହି ଯେଉଁ ଜଳଯାନ ବାଟ କଢ଼ାଇ ନିଏ ସେ ବହିତ୍ର ଵା ବୋଇତ ଅଟେ । ନିରୁକ୍ତି ଦୃଷ୍ଟିରୁ ଦେଖିଲେ ଇଂରାଜୀ boat ଓ ବହିତ୍ର ତଥା ବୋଇତ ଶବ୍ଦ ମଧ୍ୟରେ କୌଣସି ସାମ୍ଯ ଥିଵା ଦୃଶ୍ୟ ହୁଏ ନାହିଁ । ପୁଣି ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀରେ ବାରଶହ ଶତାବ୍ଦୀ ଯାଏଁ ଛୋଟ ଡଙ୍ଗାକୁ ହିଁ Boat କୁହାଯାଉଥିଲା କିନ୍ତୁ ଓଡ଼ିଶାରେ ବଡ଼ ବଡ଼ ଜାହଜକୁ ବୋଇତ କୁହାଯାଉଥିଲା । ଏଠାରେ ଦୁଇଟି କଥା ସମ୍ଭଵ ହୋଇଥାଇପାରେ… ୧. ହୁଏତ ଵୈଦେଶିକ ଭାଷାଵିଦମାନେ Boat ଶବ୍ଦର ମୂଳ ନିର୍ଣ୍ଣୟରେ କୌଣସି ତ୍ରୁଟି କରିଅଛନ୍ତି । ଏଠାରେ ଧ୍ୟାନ ଦେଲାଭଳି କଥା ହେଲା ବୋଇତ ଓ ବୋଟ୍ ଏ ଉଭୟ ଶବ୍ଦ ଵର୍ଗ୍ଯ “ବ” ଯୁକ୍ତ କିନ୍ତୁ ତତ୍ସମ ବହିତ୍ର ଶବ୍ଦ ଵହ୍ ଧାତୁରୁ ନିଷ୍ପନ୍ନ ହେଵା ପରେ ସଂସ୍କୃତରେ ଵହିତ୍ର ହୋଇଅଛି । ୨. ବୋଇତ ଵା ଵହିତ୍ର ଓ boat ଉଭୟ ଭିନ୍ନ ଭିନ୍ନ ମୂଳର ଶବ୍ଦ ଓ ଏମାନଙ୍କ ମଧ୍ୟରେ କେଵଳ ଅର୍ଥଗତ ତଥା ଵାହ୍ଯ ସାମଞ୍ଜସ୍ୟ ଦୃଶ୍ୟ ହେଉଅଛି । ଅଵଶ୍ଯ ଏହାର ସଂସ୍କୃତରେ ଵ୍ଯଵହାର ଆଧୁନିକ ଓ ସ୍ଵଳ୍ପ । ସର୍ଵପ୍ରଥମେ ବହିତ୍ର ଶବ୍ଦ ଉତ୍କଳୀୟ କଵି ଜୟଦେଵ ତାଙ୍କ ଗୀତଗୋଵିନ୍ଦରେ ଵ୍ଯଵହାର କରିଥିଲେ, ଏହାର ବହୁତ ପରେ ତୁଳସୀ ଦାସ ଅଵଧିଭାଷାରେ ବହିତ୍ର ଶବ୍ଦର ଥରେ ମାତ୍ର ଵ୍ଯଵହାର କରିଅଛନ୍ତି । ତୁଳସୀ ଦାସ ଓଡ଼ିଶାରେ ଅନେକ ଦିନ ଅଵସ୍ଥାନ କରିଥିଲେ ଓ କେତେକଙ୍କ ଅନୁସାରେ ତ ତୁଳସୀ ଦାସ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ଛଡ଼ା ଅନ୍ୟ କେହି ଉତ୍ତର ଭାରତୀୟ କଵି ବହିତ୍ର ଶବ୍ଦ ଵ୍ଯଵହାର କରିଥିଵା ଜଣାଯାଏ ନାହିଁ । ~ ଓଡ଼ିଆ ସାହିତ୍ୟରେ ବୋଇତ ଶବ୍ଦ ~ ବାୟୁ ଦେଖି ସାଧୁମାନେ । ସୁନ୍ଦରୀର ତରୀ ସମ ବିଭୁଷିତ, ସେ କାହିଁ ତରିବ ସଂସାର । ଚନ୍ଦ୍ରାଲୋକେ ଯହିଁ ନିଶୀଥେ ଜଳଦେବୀ ସଙ୍ଗୀତ, ଉତ୍କଳେ ଅସଙ୍ଗେ-ପ୍ରବାହେ ତ୍ୱରିତ, ଗଙ୍ଗ-ଶିଉଳୀ ଟଗରେ, “ବୋଇତ ଲାଗିଲା ଆସି ସିଂହଳ ଦ୍ଵୀପରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳୀୟ କଵି ଜୟଦେଵଙ୍କ ପଦାଙ୍କ ଅନୁସରଣରେ ତାଙ୍କ ଵୈଦେହୀଶ ଵିଳାସର ଵିଭିନ୍ନ ସ୍ଥାନରେ ବହିତ୍ର ଶବ୍ଦକୁ ଵ୍ଯଵହାର କରିଅଛନ୍ତି । ଵାର୍ଭଟ କି ଗଜଯୂଥ ଭେଳା ହୟ । ବଳେ ବସାଇ ସ୍ୟନ୍ଦନେ ଵିହି ଶାପ ତୋର ମୃତ୍ୟୁ ଏ ଶୈଳେ ଆସିଲେ ~ ବୋଇତ ସମ୍ବନ୍ଧୀୟ କେତେକ ଐତିହାସିକ ତଥ୍ୟ ~ ଚିଲିକାରୁ ମିଳିଥିଵା ଵିଭିନ୍ନ କାଠକାମ ଯନ୍ତ୍ର ଓ ଅନ୍ୟାନ୍ୟ ଵସ୍ତୁରୁ ପ୍ରମାଣ ମିଳେ ଯେ ନିକଟରେ ଥିଵା ଗୋଳାବାଇଠାରେ ଏକ ବୋଇତ ତିଆରି କାରଖାନା ଥିଲା । ବଣଗଡ଼ ଓ ଚନ୍ଦ୍ରକେତୁଗଡ଼ରୁ ମିଳିଥିଵା ଖ୍ରୀ.ପୂ. ୪୦୦-୧୦୦ ଭିତରର ପୋଡ଼ାମାଟି ମୋହରରୁ ଜଣାପଡ଼େ ଯେ ବୋଇତରେ ମକା ଆଦି ଶସ୍ୟ ବୋଝେଇ ହୋଇ ସମୁଦ୍ରରେ ଯାଉଥିଲା । ବୋଇତାଳୁ ଓ ବୋଇତିକଖାରୁ ଶବ୍ଦରୁ ଅନୁମାନ କରାଯାଏ ଯେ ଏ ଜାତୀୟ କଖାରୁକୁ ଓଡ଼ିଶାର ବୋଇତାଳମାନେ ବୋଇତରେ ନେଇ ଯାଉଥିଲେ । ଓଡ଼ିଆ ଭାଷାରେ ମୁର୍ମୂଷୁ ହେଲେ ହେଁ ହଜାର ହଜାର ବୋଇତିଆ ଶବ୍ଦ ରହିଛି ପୁଣି ସାରା ଭାରତରେ ନିଆରା ଆମ ଜାତିର ସ୍ଵତନ୍ତ୍ର ଦିଗ ନିର୍ଣ୍ଣୟ ପଦ୍ଧତି ମଧ୍ୟ ରହିଥିଲା । ଓଡ଼ିଶାରେ ପ୍ରଥମ ବୋଇତର ଚିତ୍ର ଏକ ମୂର୍ତ୍ତିରେ ଖୋଦିତ ଦୁଇଟି ଜାହାଜ । ଏହା ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରୁ ମିଳିଵା ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ହୋଇରହିଛି । ପ୍ରଥମ ବୋଇତଟିର ଆଗ ଭାଗରେ ଛିଡ଼ାହୋଇଥିଵା ହାତୀ ଥିଲା ବେଳେ ମଝିରେ ଦୁଇଜଣ ଲୋକ ବସିଛନ୍ତି ଓ ତାଙ୍କ ଭିତରୁ ଜଣେ ନାବିକ ମଙ୍ଗ ଧରି ବୋଇତଟିକୁ ଚଳାଉଛନ୍ତି । ଭୁବନେଶ୍ୱରର ଏକ ଦେଉଳର ଉପରିଭାଗ ଓଲଟା ବୋଇତସମ ହୋଇଥିଵାରୁ ଏହାର ନାମ ବୋଇତାଳ ଦେଉଳ । ଲିଙ୍ଗରାଜ ମନ୍ଦିରରେ ଥିଵା ୧୧ଶ ଖୀଷ୍ଟାବ୍ଦର ଏକ ମୂର୍ତ୍ତିରେ ନାରୀଜଣେ ବୋଇତଟି ଚଳାଉଥିଵା ଖୋଦିତ । କୋଣାର୍କରେ ୧୩ଶ ଶତାବ୍ଦୀର ଏକ ମୂର୍ତ୍ତିରେ ବୋଇତଟିଏ ଚାରିଜଣ ନାବିକଙ୍କ ଦେଇ ଚାଳିତ ହେଵା ଦେଖିଵାକୁ ମିଳେ । ଏହି ବୋଇତରେ ମଝିଭାଗରେ ଏକ ଛୋଟ କୋଠରୀ ଭିତରେ ଧନୁଶର ଧରି ବସିଥିଵାର ଦେଖିବାକୁ ମିଳେ । କୋଣାର୍କ ମନ୍ଦିରରେ ଥିବା ଏକ ବୋଇତରେ କଳିଙ୍ଗ ସହ ଆଫ୍ରିକାର ଵାଣିଜ୍ୟିକ କାରବାର ବାବଦରେ ଜଣାଉଥିଵା ଜିରାଫଟିଏ ଖୋଦିତ ହୋଇଅଛି । ଦଶମରୁ ତ୍ରୟୋଦଶ ଶତାବ୍ଦୀ ସମୟର କଵି ସାରଳା ଦାସ ତାଙ୍କ ମହାଭାରତ ଗ୍ରନ୍ଥରେ କୁନ୍ତୀ ଓ ପାଣ୍ଡୁଙ୍କ ଵିଵାହ ପ୍ରସଙ୍ଗ ଉଲ୍ଲେଖ ସମୟରେ “ଆ କା ମା ଭୈ” ଶବ୍ଦର ଵ୍ଯଵହାର କରି ଲେଖିଛନ୍ତି … “କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ବୁଧଵାର ଯେ ପୂର୍ଣ୍ଣିମା ତଥ୍ୟ: ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ Boita | |
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…