ଲେଖା: ଶିଶିର ସାହୁ ମନୋଜ

ବ୍ରେକ୍’ର ଆଵିଷ୍କାର କିଏ କରିଥିଲା ପଚାରିଲେ ଲୋକେ କହିଵେ ପାଶ୍ଚାତ୍ୟ ଦେଶର ଲୋକେ କିନ୍ତୁ ଆମ ଦେଶର ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଶ୍ରୀମନ୍ଦିରର ରଥଗୁଡି଼କରେ ସହସ୍ରାଧିକ ଵର୍ଷ ଆଗରୁ ରହିଆସିଛି ଏହି ବ୍ରେକ୍ ଵ୍ଯଵସ୍ଥା । ରଥରେ ଥିଵା ଏହି ବ୍ରେକ୍’କୁ ଆମ ଭାଷାରେ କୁହାଯାଏ ହଡ଼ିକାଠ

ହଡ଼ିକାଠ ଶବ୍ଦଟି ଆଜି ଓଡ଼ିଶାରେ କେଵଳ ରଥନିର୍ମାତା କାରିଗରଙ୍କ ପାଖରେ ସୀମିତ ହୋଇ ରହିଯାଇଛି, ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବ୍ରେକ୍ ଅର୍ଥରେ ହଡ଼ିକାଠ ଶବ୍ଦର ଉଲ୍ଲେଖ ଦେଖାଯାଏ ନାହିଁ । ତେଵେ ଏ ଭାଷାକୋଷରେ “ହଡି଼” ଶବ୍ଦ ଓ ଏହାର ଅନେକ ଅର୍ଥ ଵିଷୟରେ ନିଶ୍ଚୟ ତଥ୍ୟ ରହିଅଛି ।


ହଡି଼ ଶବ୍ଦର ନିମ୍ନୋକ୍ତ ଅର୍ଥଗୁଡି଼କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।
୧. ହାଡ଼, ଅସ୍ଥି ଵା Bone: ଆମ ଭାଷାରେ ହାଡ଼ ଶବ୍ଦର ଏକ ରୂପ ହାଡି଼ ଅଟେ ।
୨. ପ୍ରତି ବନ୍ଧକ ଵା ବାଧା:
କଵିସୂର୍ଯ୍ୟ ଵଳଦେଵ ରଥ ଏହି ଅର୍ଥରେ ହଡି଼ଶବ୍ଦର ଵ୍ଯଵହାର କରି “ଅଟକାଇ ପଦ ନୁହଇ ହଡ଼ି” ପଦ ଲେଖିଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି।୩. କୁକୁର:
ହାଡ଼ ଖାଏ ବୋଲି କୁକୁରକୁ ହଡି଼ ବି କୁହାଯାଏ । ସାଧାରଣତଃ କୁକୁରମାନେ ଖାଇଵାକୁ ନପାଇଲେ ମରାଖଣ୍ଡି ଵା ଯୋଉଠି ମଲା ଗୋରୁଙ୍କୁ ଫିଙ୍ଗାଯାଏ ସେଠାରୁ ହାଡ଼ ଆଣି ଚୋଵାଉ ଥାଆନ୍ତି । ସ୍ତ୍ରୀଲୋକମାନେ ବଡ଼ଲୋକଙ୍କ ନାମ ଧରିଵାରୁ ଵିରତ ହେଵା ହେତୁ କୁକୁରକୁ ହଡି଼ କହିଥାଆନ୍ତି ।

୪. ହରିକାଠ; କାଷ୍ଠ ନିର୍ମିତ ଯନ୍ତ୍ର ଵିଶେଷ:
ଏହି ଯନ୍ତ୍ରର ଛିଦ୍ରମାନଙ୍କରେ ଅପରାଧୀ ଗୋଡ଼କୁ ଓ ହାତକୁ ଗଳାଇଦେଇ ଏଥିରେ ଚାବି ପକାଇ ଦେଲେ ଵା କୀଳିଣୀ ମାରି ଦେଲେ ଅପରାଧୀ ତହିଁରୁ ହାତଗୋଡ଼ ବାହାର କରିପାରୁନଥିଲା ।

୫. ହଡ଼ିକାଠ; ପଶୁବଳି ଦେଵାରେ ପଶୁର ବେକ କାଟିଵାପାଇଁ ଵ୍ଯଵହୃତ ଯୂପକାଠ । ଏହାକୁ ଆଡ଼କାଠ ବି କୁହାଯାଏ ।

କଥିତ ଓଡ଼ିଆ ଶବ୍ଦକୋଷରେ ହଡି ଶବ୍ଦର ଦୁଇଗୋଟି ଅନ୍ୟ ଅର୍ଥର ଉଲ୍ଲେଖ ରହିଛି
୬. ଶୃଙ୍ଖଳ
୭. ହୁରି; ଉଚ୍ଚୈସ୍ଵରେ ଡାକ

ହଡି଼ ଶବ୍ଦର ସମସ୍ତ ଆଭିଧାନିକ ଅର୍ଥ ମଧ୍ୟରେ ଦ୍ଵିତୀୟ ଅର୍ଥ “ବାଧା, ପ୍ରତିବନ୍ଧକ” ରଥର ବ୍ରେକ୍ ଅର୍ଥରେ ଵ୍ଯଵହାର ହଡ଼ିକାଠ ଶବ୍ଦ କ୍ଷେତ୍ରରେ କାର୍ଯ୍ୟ କରୁଅଛି ।

ଗାଡ଼ିରେ ବ୍ରେକ୍ ଦେଲେ ଗାଡ଼ି ଅଟକେ, ଫଳରେ ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଓ ବାଧା ଉପୁଜିଥାଏ । ରଥକୁ ରୋକିଵା ପାଇଁ ଆମ ପୂର୍ଵଜ ସହସ୍ରାଧିକ ଵର୍ଷ ପୂର୍ଵେ ଆଜି ଭଳି ନହେଲେ ହେଁ ଯୁଗାନୁରୂପ ବ୍ରେକ୍ ଵ୍ଯଵସ୍ଥାର ପ୍ରଣୟନ କରିଥିଲେ । ଯଥାର୍ଥରେ ସହସ୍ରାଧିକ ଵର୍ଷ ପୂର୍ଵେ ଭାରତୀୟମାନେ ଆଵିଷ୍କାର କରିଥିଲେ ବ୍ରେକ୍ କାରଣ ଵିଶ୍ଵରେ ସର୍ଵପ୍ରଥମେ ଭାରତୀୟମାନେ ହିଁ ରଥ ନିର୍ମାଣ କରିଥିଵା ଅନେକ ପ୍ରାଚ୍ଯ ଓ ପାଶ୍ଚାତ୍ଯ ପଣ୍ଡିତ ମତ ଦିଅନ୍ତି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago