ଲେଖା: ରବୀନ୍ଦ୍ର କୁମାର ରଣା
ଢେଙ୍କାନାଳ ଜିଲ୍ଲାର ଭୁବନ । ଏକ ପରିଚିତ ନାମ ଓଡ଼ିଆଙ୍କ ପାଇଁ । କୁହାଯାଏ ଏହି ଭୁବନ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ ଗାଁ । କଂସା ଓ ପିତଳ ବାସନ ପାଇଁ ଓଡ଼ିଶା ପ୍ରସିଦ୍ଧ। କେବଳ ସେତିକି ନୁହେଁ ଏହି ଗ୍ରାମ ମଧ୍ୟ “ବଳଦଯାତ୍ରା” ପାଇଁ ଓଡ଼ିଶା ପ୍ରସିଦ୍ଧ ।
୨୦୦ ବର୍ଷର ପ୍ରାଚୀନ ପରମ୍ପରା ହେଉଛି ଏହି ବଳଦଯାତ୍ରା । ପ୍ରାଚୀନ କାଳର ବାଣିଜ୍ୟ ବ୍ୟବସାୟରେ ବଳଦଙ୍କ ମହତ୍ତ୍ୱକୁ ପ୍ରତିପାଦନ କରିବାକୁ ଯାଇ ଏହି ଗ୍ରାମର ବଣିକମାନେ ଆରମ୍ଭ କରିଥିଲେ ବଳଦ ଯାତ୍ରା । ପ୍ରସିଦ୍ଧ ବାଣିଜ୍ୟପେଣ୍ଠ ଭୁବନର ବଣିକମାନେ ଶଗଡ଼ ବଳଦ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ ବାଣିଜ୍ୟ କାରବାର କରୁଥିଲେ। ବର୍ଷ ସାରା ବାଣିଜ୍ୟ ବ୍ୟବସାୟ ଚାଲୁଥିଲା, କିନ୍ତୁ ଦଶହରା ସମୟରେ କିଛିଦିନ ପାଇଁ ବାଣିଜ୍ୟ କାରବାର ବନ୍ଦ ରହୁଥିଲା। ଏହି ସମୟରେ ବଳଦମାନଙ୍କୁ କିଛି ଦିନ ବିଶ୍ରାମ ମିଳୁଥିଲା ଓ ସେମାନଙ୍କୁ ଭଲ ଖାଇବାକୁ ଦେବା ସହିତ ଆଦର ଯତ୍ନ କରାଯାଉଥିଲା। ତେବେ ବାଣିଜ୍ୟ କାରବାରର ଏହି ପ୍ରାଚୀନ ପରମ୍ପରାକୁ ମନେରଖିବାକୁ ଯାଇ ଏଠାରେ ପବିତ୍ର ଦଶହରାକୁ ଖୁବ ଧୁମଧାମରେ ପାଳନ କରାଯାଏ।
ବଳଦମାନଙ୍କୁ ଘଣ୍ଟିଘାଗୁଡି, ବିଭିନ୍ନ ଅଳଙ୍କାର ଓ ରଙ୍ଗୀନ କନାରେ ସଜ୍ଜିତ କରାଇ ଗ୍ରାମଦେବତୀଙ୍କ ମନ୍ଦିରକୁ ନେଇ ପୂଜାର୍ଚ୍ଚନା କରାଯାଏ। ଭସାଣି ଦିନ ବିଭିନ୍ନ ମେଢ଼ ସହିତ ବଳଦମାନଙ୍କୁ ସୁସଜ୍ଜିତ କରାଇ ସାହି ପରିକ୍ରମା କରାଯାଏ।
ଏହି ବାଣିଜ୍ୟ ପେଣ୍ଠ ଭୁବନ ଗ୍ରାମରେ ରହିଛି ପ୍ରାଚୀନ ବୁଦ୍ଧେଶ୍ୱର ମହାଦେବ ମନ୍ଦିର। ବ୍ରାହ୍ମଣୀ ନଦୀ କୂଳରେ ଅତି ସୁନ୍ଦର ଓ ବିଶାଳ ପ୍ରାକୃତିକ ପରିବେଶରେ ମନ୍ଦିରଟି ଅବସ୍ଥିତ। ୧୦୦ ରୁ ଉର୍ଦ୍ଧ୍ବ ବଉଳକୋଳି ଗଛ ଓ ଅନ୍ୟାନ୍ୟ ଗଛପତ୍ରରେ ମନ୍ଦିର ପରିସର ପରିପୂର୍ଣ୍ଣ। ମନ୍ଦିର ପରିସରଟି ବହୁତ ବଡ଼। ମନ୍ଦିରର ଗଠନଶୈଳୀ ନୂଆ ହେଲେ ହେଁ ଏହା ଏକ ପ୍ରାଚୀନ ପୀଠ। ମୁଖ୍ୟ ମନ୍ଦିର ସହିତ ଏକାଧିକ ପାର୍ଶ୍ଵମନ୍ଦିର ରହିଛି ମନ୍ଦିର ପରିସରରେ। କିନ୍ତୁ ସବୁଠାରୁ ଦେଖିଲା ଭଳି ଏକ ବିଶେଷ ଆକର୍ଷଣ ହେଉଛି ଏହି ମନ୍ଦିରର ଶିବଲିଙ୍ଗ। ବିଶାଳ ଶିବଲିଙ୍ଗ ଉପରେ ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବିମାନ ଶୋଭା ପାଉଛି। ଏହି ସୁନ୍ଦର ଦର୍ଶନୀୟ ସ୍ଥାନଟି ଭୁବନ ବଜାରରୁ ୧ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…