ଲେଖା: ରବୀନ୍ଦ୍ର କୁମାର ରଣା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗଡ଼ମାଣତିର ଗ୍ରାମରେ ଅବସ୍ଥିତ ମା’ ରାମଚଣ୍ଡୀ ପୀଠ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ ଓ ବଣଭୋଜି ସ୍ଥଳୀ ।

ଖୋର୍ଦ୍ଧାରୁ ୨୫କିମି ଏବଂ ବେଗୁନିଆରୁ ୧୨ କିମି ଦୂରରେ ଅବସ୍ଥିତ ଏହି ସ୍ଥାନ। ବର୍ଷ ତମାମ ଏଠାରେ କିଛି ନା କିଛି ଯାନିଯାତ୍ରା, ବିବାହବ୍ରତ, ବଣଭୋଜି ଆଦି ଚାଲିଥାଏ ଏବଂ ଜନଗହଳି ରହିଥାଏ। ଗାଁ ଠାରୁ ଟିକେ ଦୂରରେ ଥିବା ଛୋଟିଆ ଜଙ୍ଗଲିଆ ଅଞ୍ଚଳରେ ଏକ ଛୋଟ ପାହାଡ ଉପରେ ରହିଛି ମା ରାମଚଣ୍ଡୀଙ୍କ ଆସ୍ଥାନ।

କାହିଁ କେତେ କାଳରୁ ମା’ ରାମଚଣ୍ଡୀ ଏହି ପାହାଡ଼ ଉପରେ ପୂଜା ପାଇ ଆସୁଛନ୍ତି ତାହାର ଐତିହାସିକ ପ୍ରମାଣ ନାହିଁ କାହାରି ପାଖରେ। ମା’ଙ୍କର ମନ୍ଦିର ନାହିଁ କେବଳ ଖମ୍ବ ଆକୃତିର ଏକ ବିଶାଳ ପଥର ତଳେ ପୂଜା ପାଉଛନ୍ତି। ଠାକୁରାଣୀଙ୍କ ପୀଠକୁ ପାହାଚ ଚଢ଼ିବା ସ୍ଥାନରେ ଏକ ବାଘକୁ ଗୋଟିଏ ବଳଦ ସହ ଯୁଆଳିରେ ଯୋଚି ଜଣେ ଲୋକ ହଳ କରୁଥିବାର ମୂର୍ତ୍ତି ନଜରକୁ ଆସେ। ଏହିଠାରୁ ହିଁ ଠାକୁରାଣୀଙ୍କ କିମ୍ବଦନ୍ତୀ ଆରମ୍ଭ ହୁଏ।



ଛୋଟିଆ ପାହାଡ଼ର ଗୋଟିଏ ପଥର ଉପରେ ମା’ ପୂଜା ପାଉଥିଲେ। ଏହି ପଥର ପାଖରେ ଏକ ଛୋଟ ତେନ୍ତୁଳି ଗଛ ରହିଥିଲା । ସମୟ କ୍ରମେ ତେନ୍ତୁଳି ଗଛଟି ବଢ଼ିବାକୁ ଲାଗିଲା, ତଦନୁସାରେ ମା’ ଙ୍କ ଆସ୍ଥାନ ଥିବା ପଥରଟି ମଧ୍ୟ ବଢ଼ିବାକୁ ଲାଗିଲା। ଦୁହେଁ ପ୍ରତିଯୋଗିତାମୂଳକ ଏତେ ବଢ଼ିଲେ ଯେ ପୂଜକଙ୍କୁ ପୂଜା କରିବାରେ ଅସୁବିଧା ହେଲା। ସେହି ଦିନଠାରୁ ପୂଜକ ଠାକୁରାଣୀଙ୍କୁ ଆଣି ସେହି ବିଶାଳ ପଥର ତଳେ ପୂଜା କଲେ। ଏବେ ବି ସେହିଠାରେ ମା’ ପୂଜା ପାଉଛନ୍ତି। ଏବେ ସେହି ଛୋଟ ତେନ୍ତୁଳି ଗଛଟି ଏକ ବିରାଟ ଗଛ ହେଲାଣି ଏବଂ ମା’ ପୂଜା ପାଉଥିବା ସେଇ ପଥର କିନ୍ତୁ ଗଛଠାରୁ ସର୍ବଦା ଟିକେ ଉଚ୍ଚ ହେଇ ରହିଛି ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଲାଗେ ୫୦ ଫୁଟ ଉଚ୍ଚ ଖମ୍ବ ଆକାରର ଏହା ବିଶାଳ ପଥର ଉପରେ ମସ୍ତକ ଆକାରର ଆଉ ଗୋଟିଏ ବିଶାଳ ପଥର ଥୁଆ ହେଇ ରହିଛି।


ଠାକୁରାଣୀଙ୍କ ବାହନ ହେଉଛି ବାଘ। ଦିନେ ପୂଜକଙ୍କ ଗୋଟିଏ ବଳଦକୁ ବାଘ ଖାଇଗଲା। ତହିଁ ପରଦିନ ପୂଜକ ଆସି ମା’ଙ୍କୁ ଗୁହାରି ଜଣାଇଲା । ପୂଜକଙ୍କୁ ଠାକୁରାଣୀଙ୍କ ଶୂନ୍ୟବାଣୀ ହେଲା ଯେ ତହିଁ ପରଦିନ ସକାଳୁ ବିଲକୁ ଗୋଟିଏ ବଳଦ ସହ ହଳ ନେଇ ଯିବୁ। ବିଲରେ ଯେଉଁ ଜୀବଟି ଠିଆ ହୋଇ ଥିବ ତାକୁ ଯୁଆଳିରେ ଯୋଚି ହଳ କରିବୁ। ସତକୁସତ ସକାଳୁ ବିଲରେ ବାଘଟିଏ ଠିଆ ହେଇଛି ଏବଂ ପୂଜକ ସେଇ ବାଘକୁ ଗୋଟିଏ ବଳଦ ସହ ଯୁଆଳିରେ ଯୋଚି ହଳ କରିଥିବା କିମ୍ବଦନ୍ତୀ କହେ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଏହି ସ୍ଥାନଟି ଆଜି ସର୍ବଦା ଚଳଚଞ୍ଚଳ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago