ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~
ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ । ସେ ଯାହା ହେଉ ଏହି ଢଗରେ ଥିଵା “ବୁଢ଼” ଶବ୍ଦଟିର ଅର୍ଥ “ବୁଢ଼ୀ” ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବୁଢ଼ ଶବ୍ଦ ସ୍ଥାନିତ ହୋଇଛି । ଏହା ଏକ ଓଡ଼ିଆ ଵିଶେଷ୍ୟ ସ୍ତ୍ରୀଵାଚକ ଶବ୍ଦ ଏଵଂ ଓଡ଼ିଆ ବୁଢ଼ୀ ତଥା ସଂସ୍କୃତ ବୃଦ୍ଧା ସହିତ ଏହା ସମ୍ପର୍କିତ ।
ପୁଣି ଓଡ଼ିଶାରେ କୁହାଯାଏ…
“ଲିପିଲେ ପୋଛିଲେ କୁଢ଼ ସୁନ୍ଦର
ଖାଇଲେ ପିଇଲେ ବୁଢ଼ ସୁନ୍ଦର ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଗାଈ’ ଶବ୍ଦ ତଳେ (ପୃଷ୍ଠା—୨୧୮୦) ଦ୍ରଷ୍ଟଵ୍ୟରେ କୁହାଯାଇଛି “ଓଡ଼ିଶାରେ ପ୍ରସଵ କରିନଥିଵା ମାଈ ବାଛୁରୀକୁ ‘ଛଡ଼ା’ ବୋଲାଯାଏ ଓ ବୃଦ୍ଧା ଗାଭୀକୁ ‘ବୁଢ଼’ ବୋଲାଯାଏ।” ଏହି ଧରଣର ଅନ୍ୟ ଏକ ଓଡ଼ିଆ ଶବ୍ଦ ହେଉଛି ‘ବୁଡ଼୍‌ଗା’ ଏଵଂ ଏ ଶବ୍ଦଟି କୋରାପୁଟ ଜିଲ୍ଲାରେ ‘ବୃଦ୍ଧ ବଳଦ’ ଅର୍ଥରେ ପ୍ରୟୋଗ ହୋଇଥାଏ ।
ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ମହାପ୍ରାଣ ଶବ୍ଦ ନିମ୍ନପ୍ରାଣରେ ପରିଣତ ହେଆଥାଏ । ଫଳତଃ ବୁଢ଼ା, ବୁଢ଼ୀ ଶବ୍ଦ ଏ ଅଞ୍ଚଳରେ ବୁଡ଼ା, ବୁଡୀ଼ ରୂପେ ପ୍ରଚଳିତ ।
ପୁନଶ୍ଚ ପାଣିରେ ନିମଜ୍ଜନ ପୂର୍ଵକ ସ୍ନାନକୁ ଓଡ଼ିଆ ଭାଷାରେ ଆମେ ‘ବୁଡ଼’ କହିଥାଉ ଏଵଂ ସେହି ବୁଡ଼ ଶବ୍ଦ ମଧ୍ୟରେ ଥିଵା ‘ଡ’ ଵର୍ଣ୍ଣ କେତେକ ଅଞ୍ଚଳରେ ମହାପ୍ରାଣ ରୂପେ ‘ଢ’ରେ ପରିଵୃତ୍ତ ହୋଇଥାଏ ଅର୍ଥାତ୍ ଓଡ଼ିଶାରେ ‘ବୁଡ଼’ ଶବ୍ଦ କେତେକ ଅଞ୍ଚଳରେ ‘ବୁଢ଼’ ରୂପେ ମଧ୍ୟ ପ୍ରଚଳିତ ।
ତେବେ ମରାଠୀ ଭାଷାରେ ମଧ୍ୟ ଗୋଟିଏ ବୁଢ ଶବ୍ଦ ଥିଵା ଜଣାଯାଏ ଏଵଂ ତାହା ଵୃକ୍ଷ ମୂଳ ଅର୍ଥରେ ପ୍ରଚଳିତ ଥିଵା ଏଵଂ ତତ୍ସମ “ବୁଧ୍ନ” ସହିତ ସମୋଦ୍ଧୃତ ହୋଇଥିଵା A dictionary of old Marathiରେ ଉଲ୍ଲେଖ ଅଛି । ମରାଠୀ ଭାଷାର ବୁଢ଼ ଶବ୍ଦ ଭିନ୍ନ ମୂଳର ଅର୍ଥାତ୍ ତତ୍ସମ ବୁଧ୍ନ ଶବ୍ଦ ସହିତ ସମୋଦ୍ଧୃତ ଓ ଚେର; ମୂଳ ଅର୍ଥରେ ଵ୍ୟଵହୃତ ହେଉଥିଵାରୁ, ସଂସ୍କୃତ, ହିନ୍ଦୀ, ଅହମିଆ ତଥା ବଙ୍ଗାଳୀର କୌଣସି ଅଭିଧାନରେ ଏ ଶବ୍ଦଟି ମିଳୁନଥିଵାରୁ ସ୍ପଷ୍ଟ ହୁଏ ଯେ ଏହା ବୃଦ୍ଧ ଅର୍ଥରେ କେଵଳ ଓଡ଼ିଆ ଭାଷାରେ ହିଁ ପ୍ରଚଳିତ ।
ତେବେ କ’ଣ ଏ ଶବ୍ଦଟି ଆଜି ବି ଓଡ଼ିଶାର କୌଣସି ଅଞ୍ଚଳରେ ପ୍ରଚଳିତ ନା ଓଡ଼ିଆ ଲୋକଵାଣୀ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ହିଁ ରହିଯାଇଛି ଗୋଟିଏ ସ୍ମୃତି ଭଳି ?
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago