ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~
ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ । ସେ ଯାହା ହେଉ ଏହି ଢଗରେ ଥିଵା “ବୁଢ଼” ଶବ୍ଦଟିର ଅର୍ଥ “ବୁଢ଼ୀ” ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବୁଢ଼ ଶବ୍ଦ ସ୍ଥାନିତ ହୋଇଛି । ଏହା ଏକ ଓଡ଼ିଆ ଵିଶେଷ୍ୟ ସ୍ତ୍ରୀଵାଚକ ଶବ୍ଦ ଏଵଂ ଓଡ଼ିଆ ବୁଢ଼ୀ ତଥା ସଂସ୍କୃତ ବୃଦ୍ଧା ସହିତ ଏହା ସମ୍ପର୍କିତ ।
ପୁଣି ଓଡ଼ିଶାରେ କୁହାଯାଏ…
“ଲିପିଲେ ପୋଛିଲେ କୁଢ଼ ସୁନ୍ଦର
ଖାଇଲେ ପିଇଲେ ବୁଢ଼ ସୁନ୍ଦର ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଗାଈ’ ଶବ୍ଦ ତଳେ (ପୃଷ୍ଠା—୨୧୮୦) ଦ୍ରଷ୍ଟଵ୍ୟରେ କୁହାଯାଇଛି “ଓଡ଼ିଶାରେ ପ୍ରସଵ କରିନଥିଵା ମାଈ ବାଛୁରୀକୁ ‘ଛଡ଼ା’ ବୋଲାଯାଏ ଓ ବୃଦ୍ଧା ଗାଭୀକୁ ‘ବୁଢ଼’ ବୋଲାଯାଏ।” ଏହି ଧରଣର ଅନ୍ୟ ଏକ ଓଡ଼ିଆ ଶବ୍ଦ ହେଉଛି ‘ବୁଡ଼୍‌ଗା’ ଏଵଂ ଏ ଶବ୍ଦଟି କୋରାପୁଟ ଜିଲ୍ଲାରେ ‘ବୃଦ୍ଧ ବଳଦ’ ଅର୍ଥରେ ପ୍ରୟୋଗ ହୋଇଥାଏ ।
ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗରେ ମହାପ୍ରାଣ ଶବ୍ଦ ନିମ୍ନପ୍ରାଣରେ ପରିଣତ ହେଆଥାଏ । ଫଳତଃ ବୁଢ଼ା, ବୁଢ଼ୀ ଶବ୍ଦ ଏ ଅଞ୍ଚଳରେ ବୁଡ଼ା, ବୁଡୀ଼ ରୂପେ ପ୍ରଚଳିତ ।
ପୁନଶ୍ଚ ପାଣିରେ ନିମଜ୍ଜନ ପୂର୍ଵକ ସ୍ନାନକୁ ଓଡ଼ିଆ ଭାଷାରେ ଆମେ ‘ବୁଡ଼’ କହିଥାଉ ଏଵଂ ସେହି ବୁଡ଼ ଶବ୍ଦ ମଧ୍ୟରେ ଥିଵା ‘ଡ’ ଵର୍ଣ୍ଣ କେତେକ ଅଞ୍ଚଳରେ ମହାପ୍ରାଣ ରୂପେ ‘ଢ’ରେ ପରିଵୃତ୍ତ ହୋଇଥାଏ ଅର୍ଥାତ୍ ଓଡ଼ିଶାରେ ‘ବୁଡ଼’ ଶବ୍ଦ କେତେକ ଅଞ୍ଚଳରେ ‘ବୁଢ଼’ ରୂପେ ମଧ୍ୟ ପ୍ରଚଳିତ ।
ତେବେ ମରାଠୀ ଭାଷାରେ ମଧ୍ୟ ଗୋଟିଏ ବୁଢ ଶବ୍ଦ ଥିଵା ଜଣାଯାଏ ଏଵଂ ତାହା ଵୃକ୍ଷ ମୂଳ ଅର୍ଥରେ ପ୍ରଚଳିତ ଥିଵା ଏଵଂ ତତ୍ସମ “ବୁଧ୍ନ” ସହିତ ସମୋଦ୍ଧୃତ ହୋଇଥିଵା A dictionary of old Marathiରେ ଉଲ୍ଲେଖ ଅଛି । ମରାଠୀ ଭାଷାର ବୁଢ଼ ଶବ୍ଦ ଭିନ୍ନ ମୂଳର ଅର୍ଥାତ୍ ତତ୍ସମ ବୁଧ୍ନ ଶବ୍ଦ ସହିତ ସମୋଦ୍ଧୃତ ଓ ଚେର; ମୂଳ ଅର୍ଥରେ ଵ୍ୟଵହୃତ ହେଉଥିଵାରୁ, ସଂସ୍କୃତ, ହିନ୍ଦୀ, ଅହମିଆ ତଥା ବଙ୍ଗାଳୀର କୌଣସି ଅଭିଧାନରେ ଏ ଶବ୍ଦଟି ମିଳୁନଥିଵାରୁ ସ୍ପଷ୍ଟ ହୁଏ ଯେ ଏହା ବୃଦ୍ଧ ଅର୍ଥରେ କେଵଳ ଓଡ଼ିଆ ଭାଷାରେ ହିଁ ପ୍ରଚଳିତ ।
ତେବେ କ’ଣ ଏ ଶବ୍ଦଟି ଆଜି ବି ଓଡ଼ିଶାର କୌଣସି ଅଞ୍ଚଳରେ ପ୍ରଚଳିତ ନା ଓଡ଼ିଆ ଲୋକଵାଣୀ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ହିଁ ରହିଯାଇଛି ଗୋଟିଏ ସ୍ମୃତି ଭଳି ?
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago