ଲେଖା: ଗୋକୁଳାନନ୍ଦ ସାହୁ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ନିଳକଣ୍ଠପୁର । ବ୍ରାହ୍ମଣୀ ନଦୀକୂଳରେ ଥିବା ଛୋଟ ଗାଁଟିଏ । ସେହି ଗାଁରେ ଗୋଟିଏ ଗରିବ ପରିବାରରେ ଜନ୍ମ ହୋଇଥିଲେ ଭାରତର ସର୍ବକନିଷ୍ଠ କିଶୋର ବିପ୍ଳବୀବାଜି ରାଉତ“। ଈଂରେଜ ଅମଳର କଥା । ବାଜିଙ୍କ ଜନ୍ମ ପରେ ତାଙ୍କ ବାପା ଅସୁସ୍ଥ ଅବସ୍ଥାରେ ଆରପାରିକୁ ଚାଲିଗଲେ। ଘରେ ଅନ୍ୟକିଛି ସମ୍ବଳ ନଥିଲା । ମାଆ ପରଘରେ ମଜୁରୀ କରି, ଧାନ କୁଟି, ବାଜିକୁ ପାଳୁଥିଲେ । ସେତିକିବେଳକୁ ବାଜି ସାଙ୍ଗ ମାନଙ୍କ ସହିତ ବ୍ରାହ୍ମଣୀ ନଦୀରେ ଏକୁଳରୁ ସେକୁଳ ପହଁରିବା ଡଙ୍ଗା ଚାଳନା ଅଭ୍ୟାସ କରିବା ନଦୀକୂଳରେ ଥିବା ଆମ୍ବ ଗଛରୁ ଭରା ନଦୀକୁ ଡେଇଁବା ଓ ପୁଣି ପ୍ରତିକୂଳ ସ୍ରୋତରେ ନଟ, ଗୁରୀ, ଫଗୁ, ଲକ୍ଷ୍ମଣ ପ୍ରଭୃତି ସାଙ୍ଗଙ୍କ ସହ ପ୍ରତିଯୋଗିତା କରିବା ସହ ଭାରତବର୍ଷର ଲୋମହର୍ଷକାରୀ କାହାଣୀ ଶୁଣି ବ୍ୟଥିତ ହେଉଥିଲେ।
ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନର କାହାଣୀ ଗାଁ ଅଞ୍ଚଳରେ ଥିବା କଲାଣ୍ଡ କ୍ୟାମ୍ପ, ଯେଉଁଠି ରାଜବିରୋଧୀ ବିପ୍ଳବୀ କ୍ୟାମ୍ପ ଚାଲେ, ସେ କ୍ୟାମ୍ପ ପରିଚାଳକ ଶ୍ରୀଧର ସାହୁ, ମହନ୍ତ ପ୍ରଧାନ ବାଇଧର ପଣ୍ଡା, ଧନେଶ୍ଵର ଦାସ ଓ କୃତିବାସ ପ୍ରଧାନ ବାଜିଙ୍କ ଗାଁରେ ସଭା କରି “ପ୍ରଜା ମଣ୍ଡଳ” ନାମକ ଏକ ରାଜତନ୍ତ୍ର ବିରୋଧୀ ସଂଗଠନ ଗଢ଼ି ଥିଲେ, ବାଜିର ପ୍ରଥମ ଟ୍ରେନିଙ୍ଗ ସେହି କ୍ୟାମ୍ପରେ ।
ଉପରୋକ୍ତ କର୍ମୀମାନେ ବାରମ୍ବାର ନିଳକଣ୍ଠପୁର ଗାଁର ସାଧାରଣ ଲୋକଙ୍କ ସହିତ ମିଶି ରାଜ ତନ୍ତ୍ର ବିରୋଧୀ ସଂଗଠନ ମଜଭୁତ କରି “ବାନର ସେନା” ନାମକ କିଶୋର ସଂଗଠନ ଗଢିଥିଲେ । ବାନର ସେନା ଦାୟିତ୍ୱରେ ଥିଲେ ବାଜି।
ବାଜି ରାଉତ ବେଳେ ବେଳେ ସାଙ୍ଗମାନଙ୍କ ସହିତ କଲାଣ୍ଡ କ୍ୟାମ୍ପ ଦେଖିବାକୁ ଯା’ନ୍ତି ବାନର ସେନା ପ୍ରଜାମଣ୍ଡଳ ମୁଖପାତ୍ର “ରଣଭେରି” ପ୍ରସାରଣ କାମରେ ସାହାଯ୍ୟ କରିଥାନ୍ତି । ତତସହିତ ଗାଁ ଗାଁରେ ଖବର ପହଞ୍ଚାଇବା, କିଛି ବିପଦ ବିଷୟରେ ସୂଚନା ମିଳିଲେ ତତକ୍ଷଣାତ୍ କଲାଣ୍ଡ କ୍ୟାମ୍ପକୁ ଯୋଗାଯୋଗ କରିବା ଇତ୍ୟାଦି।
ପ୍ରଜାମଣ୍ଡଳ ପ୍ରଥମ ସଭାପତି ହରମୋହନ ପଟ୍ଟନାୟକ ଭୁବନରେ ଥିବା ଖବରପାଇ ତାଙ୍କୁ ଗିରଫ କରିବା ପାଇଁ ବେଜେଲଗେଟ୍ ସୈନ୍ୟ ହଠାତ୍ ଭୁବନ ଆକ୍ରମଣ କରିଥିଲା ।
ହରମୋହନ ସେଠାରୁ ନମିଳିବାରୁ ସନ୍ଦେହରେ କିଛି ଲୋକଙ୍କ ଘରେ ଖୋଜା ଖୋଜି କରି ସୁନା ଗହଣା ଲୁଟ୍ କଲେ ଏବଂ ଗୁଳି ଚଳାଇଲେ . . ଗୁଳିଚାଳନା ଯୋଗୁଁ ଦୁଇ ସାଧାରଣ ଲୋକଙ୍କ ଜୀବନ ଗଲା। ଚାରିଆଡ଼େ ଖାଲି କାନ୍ଦଣା ସ୍ୱର  . . ଆସ୍ତେ ଆସ୍ତେ ବହୁତ ଲୋକ ସମାଗମ ହେବାରୁ ଇଂରେଜ ସୈନ୍ୟ ସେ ଜାଗାରୁ ଫେରାର ହେବାକୁ ଚେଷ୍ଟା କଲେ । ଦୂରରୁ ସମବେତ ଶଙ୍ଖ ଧ୍ଵନୀ ଶୁଣି ନିକଟସ୍ଥ ନିଳକଣ୍ଠପୁର ଡଙ୍ଗା ଘାଟ ଆଡ଼କୁ ଚାଲିଲା ମାର୍ଚ୍ଚିଂ ସେତେବେଳକୁ ଡଙ୍ଗା ଘାଟରେ ବି କିଛି ଲୋକ ଜମା ହେଲେଣି।
ସେଦିନ ରାତିରେ ଘାଟ ସୁରକ୍ଷା ଦାୟିତ୍ବ ବାଜିଙ୍କର ପ୍ରଜାମଣ୍ଡଳ ର କଡା ନିର୍ଦ୍ଦେଶ ରାଜା ହେଉ ପୋଲିସ ହେଉ କିମ୍ବା ଇଂରେଜ କାହାରିକୁ ଘାଟ ଡଙ୍ଗା ଯୋଗେ ପାର କରା ଯିବନି।
ମେଘ ଅନ୍ଧାର ରାତି ଦୂରରୁ ଇଂରେଜ ପୋଲିସର ଜୋତା ଶବ୍ଦ ପାଖେଇ ଆସୁଛି । ସେତେବେଳକୁ ବାଜି ଓ ତାଙ୍କ ବନ୍ଧୁ ସତର୍କ ରହିବାକୁ ଶଙ୍ଖ ଧ୍ବନିରେ ଗାଁ ଲୋକେ ସୂଚନା ଦେଇଛନ୍ତି ।
ବନ୍ଧ ନିକଟରେ ପହଞ୍ଚି ଇଂରେଜ ସୈନିକ ଗର୍ଜି ଉଠିଲା “କିଏ ଡଙ୍ଗାରେ ଅଛ ଆମକୁ ନଦୀ ପାର କର।”
ଡଙ୍ଗାରୁ ଜବାବ୍ ଆସିଲା “ପ୍ରଜାମଣ୍ଡଳର ନିର୍ଦ୍ଦେଶ ନାହିଁ”!
ଆସ୍ତେ ଆସ୍ତେ ଲୋକଙ୍କ ସଂଖ୍ୟା ବଢୁଛି, ବିପଦ ଆଶଙ୍କାରେ ଘନ ଘନ ଶଙ୍ଖଧ୍ଵନୀ ଶୁଭୁଚି।
ଇଂରେଜ ସୈନ୍ୟ ବିବ୍ରତ ହୋଇ ଡଙ୍ଗାର ରସି କାଟିବାକୁ ଚେଷ୍ଟା କଲେ । ଏଥର ବାଜି ଚିତ୍କାର କରି ଗାଁ ଲୋକଙ୍କୁ ସାହାଯ୍ୟ ମାଗିଲେ “ଭାଇମାନେ ମିଳିତ ଭାବେ ଘାଟ ରକ୍ଷା କର । ଏମାନେ ଡଙ୍ଗା ଜୋର୍ ଜବରଦସ୍ତ ନେଇଯିବା ପାଇଁ ଚେଷ୍ଟା କଲେଣି !”
ବନ୍ଧ ଉପରୁ ବହୁ ଲୋକଙ୍କ ସ୍ୱର ଶୁଭିଲା, ମାର ମାର . . ଧର . . ଧର . . ଇତ୍ୟାଦି !
ହଠାତ୍ ବାଜି ଚିତ୍କାର କରୁଥିଲା ଆଃ . . ଦୋୖଡି ଆସିଲେ ଫଗୁ, ନଟ, ଲକ୍ଷ୍ମଣ, ହୃଷି, ଘୂରି . . . ସେତେବେଳକୁ ବାଜି ରକ୍ତ ଯୁଡୁବୁଡୁ ଅବସ୍ଥାରେ ! ଡଙ୍ଗା ଯୋଗେ ନଦୀ ପାର ହୋଇ ଅଧା ନଈରୁ . .ଚାଲିଲା ଅନ୍ଧାଧୂନ ଗୁଳିମାଡ଼ ! ବାଜି ଓ ତାଙ୍କ ବନ୍ଧୁମାନେ ଟଳି ପଡ଼ିଥିଲେ . . ଓଃ! କି କରୁଣ ଚିତ୍କାର !
ବ୍ରାହ୍ମଣୀ ନଦୀର ଜଳ କିଶୋର ସହିଦ ମାନଙ୍କ ରକ୍ତରେ ଲାଲ ହୋଇଗଲା । ସେତେବେଳେ ବୈଷ୍ଣବ ପଟ୍ଟନାୟକ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଗ୍ରଗଣ୍ୟ । ଘଟଣା ପରେ ଜେନାପୁର ଷ୍ଟେସନ ଯାଇ ମାଲଗାଡ଼ିରେ ଶବ କଟକ ନିଆଗଲା । କଟକ ସହରର ଅନେକ ବୁଦ୍ଧିଜୀବି ବୈଷ୍ଣବ ଓ ସଚି ରାଉତରାୟ,ଉତ୍ତରା ଚୋୖଧୁରୀ ଏକ ବିରାଟ ଶୋଭଯାତ୍ରାରେ ଖାନନଗର ଶ୍ମଶାନ ପର୍ଯ୍ୟନ୍ତ ଯାଇଁ ଶବ ସଂସ୍କାର କଲେ . . !
କାନ୍ଦୁଥିବା ଆତ୍ମୀୟଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ କବି ସଚ୍ଚି ରାଉତରାୟ ଗାଇଲେ . .
“ନୁହେଁ ବନ୍ଧୁ ନୁହେଁ ଏହା ଚିତା,
ଏ ଦେଶ ତିମିର ତଳେ ମୁକତିର ଅଲିଭା ସଲିତା ଓ
ନୁହେଁ ଏହା ଜଳିଜିବା ପାଇଁ
ଏହାର ଜନମ ଏଥି ଜାଳିପୋଡ଼ି ଦେବାକୁ ଧଶାଇ”।
ବିଶିଷ୍ଟ ନାଟ୍ୟକାର ସୁକାନ୍ତ ଦାସଙ୍କ ସତ୍ୟ ଉପରେ ପର୍ଯ୍ୟବେଷିତ ଏକ ବାସ୍ତବ ଧର୍ମୀ ନାଟକ “ଅମର ଶହିଦ ବାଜି ରାଉତ” ଅଶି ଦଶକରେ ନିଜେ ରଚନା କରି ଯାଜପୁର ଜିଲ୍ଲାର ପାଇକରାଏପୁର ଠାରେ ମଞ୍ଚସ୍ଥ କରିଥିଲେ । ଏହି ନାଟକ ରଚନା କରିବା ପାଇଁ ଢେଙ୍କାନାଳର କୋଣ ଅନୁକୋଣରେ ଥିବା ବିଭିନ୍ନ ଚରିତ୍ର, ଯେଉଁ ମାନଙ୍କୁ ନେଇ ନାଟକ ରଚନା କରିଥିଲେ, ବ୍ୟକ୍ତିଗଭାବେ ସେମାନଙ୍କୁ ଅନେକ ଥର ସାକ୍ଷାତ ଓ ଆଲୋଚନା କରିଥିଲେ । ସେହିଭଳି ଅନେକ ଥର ମୋ ବାପା (ସ୍ବର୍ଗତ ସାଧିନତା ସଂଗ୍ରାମୀ ଶ୍ରୀଧର ସାହୁଙ୍କୁ ) ସାକ୍ଷାତ ଆଲୋଚନା କରିବାକୁ ଆମ ଘରକୁ ଆସିଥିଲେ । ନାଟକରେ ମୋ ବାପାଙ୍କର ଚରିତ୍ର ଥିଲା, ସେହି ଅବସରରେ ସୁକାନ୍ତ ବାବୁ ମୋ ସହିତ ଢେର ଥର ଆଲୋଚନା କରିଥିଲେ। ନାଟକର ମୁଖବନ୍ଧରେ ମୋତେ କୃତଜ୍ଞତା ଜଣାଇଥିଲେ । ନାଟକ ଉଦଘାଟନ ବେଳେ ନିଜେ ଆମ ଘରକୁ ଆସି ବାପାଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରିଥିଲେ । ଅସୁସ୍ଥତା ସତ୍ତ୍ଵେ ବାପା ନାଟକର ଉଦ୍ଘାଟନ କରିଥିଲେ।
ସୋସିଆଲ ମଡିଆରେ ବାଜି ରାଉତଙ୍କ ପ୍ରସଙ୍ଗକୁ ନେଇ ଖୁବ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ସୁକାନ୍ତ ଦାସଙ୍କ ନାଟକର ଅନ୍ୟତମ ମୂକ୍ଷ୍ୟ ଚରିତ୍ର ଥିଲେ ବାଜି ରାଉତଙ୍କ ମାଆ “ମାଣିଆ” ! ସୁକାନ୍ତ ଦାସ ଅନେକ ଥର ଶହୀଦଙ୍କ ଘରକୁ ତାଙ୍କ ମା’ଙ୍କୁ ସାକ୍ଷାତ ଆଲୋଚନା କରିବାକୁ ଯାଇଥିବା ତାଙ୍କଠୁ ଶୁଣିଛି ।
କିଛି ଲୋକ ସହିଦ ବାଜି ରାଉତଙ୍କୁ ଏକ କାଳ୍ପନିକ ଚରିତ୍ର ଏବଂ ବିପ୍ଳବୀ କବି ସଚ୍ଚି ରାଉତରାୟଙ୍କ ମାନସସନ୍ତାନ କହି ସତ୍ୟର ଅପଳାପ କରୁଛନ୍ତି ! ନାଟ୍ୟକାର ସୁକାନ୍ତ ଦାସଙ୍କ “ଅମର ଶହିଦ ବାଜି ରାଉତ” ନାଟକ ତଥ୍ୟ ଆଧାରିତ ଏବଂ ବିପ୍ଳବୀ କବିଙ୍କ ଉପରୋକ୍ତ ସୃଷ୍ଟି, ଏହା ଢେଙ୍କାନାଳ ରାଜ୍ୟରେ ସୃଷ୍ଟିକରିଥିଲା ଅପୂର୍ବ ଆଲୋଡନ ଓ ଶୋଷିତ ପ୍ରଜାଙ୍କ ମନରେ ସାହସ ଭରିଦେଲା ରାଜତନ୍ତ୍ରର ପତନ ଘଟାଇବାକୁ ।
ସେ ମହାନ ବିପ୍ଳବୀ ଶହୀଦ ବାଜି ରାଉତଙ୍କୁ ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ପ୍ରଣାମ ଜଣାଉଛି।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago