ଲେଖା: ଦାମୋଦର ମହାନ୍ତି
~ ଶ୍ରୀକ୍ଷେତ୍ରରେ ଗୋସାଣୀ ଯାତ ~
ଶ୍ରୀକ୍ଷେତ୍ରରେ ପ୍ରଚଳିତ ସମସ୍ତ ପ୍ରଥା ଓ ପରମ୍ପରା ଅନନ୍ୟ ଓ ନିଆରା । ଶାକ୍ତ ପରମ୍ପରା ଅନୁଯାୟୀ ଦୁର୍ଗା ପୂଜା ମଧ୍ୟ ଶ୍ରୀକ୍ଷେତ୍ରରେ ଅତି ପ୍ରାଚୀନ ଏବଂ ଗୌରବୋଜ୍ଜ୍ଵଳ ପରମ୍ପରା ଉପରେ ପର୍ଯ୍ୟବେସିତ । ଦେବୀ ପୂରାଣ ଅନୁଯାୟୀ ଦକ୍ଷ ଯଜ୍ଞ ବେଳେ ଅପମାନିତ ଓ କ୍ରୋଧାନ୍ୱିତ ମହାଦେବଙ୍କ କାନ୍ଧରୁ ଖଣ୍ଡବିଖଣ୍ଡିତ ମାତା ସତୀଙ୍କର ଶରୀରର ପାଦ ଅ°ଶ ଶ୍ରୀକ୍ଷେତ୍ରରେ ପତିତ ହୋଇଥିଲେ । ତେଣୁ ଶାକ୍ତ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରକୁ ପାଦପୀଠ ବା ଆଦ୍ୟ ପୀଠ କୁହାଯାଏ । ସେଥିପାଇଁ ଶ୍ରୀକ୍ଷେତ୍ରର ଅଧିଶ୍ଵରୀ ରୂପେ ମାତା ବିମଳାଙ୍କୁ ପୂଜା କରାଯାଏ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ଭୋଗ ଲାଗିବା ପରେ ଉକ୍ତ ପ୍ରସାଦକୁ ସର୍ବପ୍ରଥମେ ମାତା ଵିମଳାଙ୍କୁ ଅର୍ପଣ କରାଯାଇଥାଏ ଏବଂ ତାହା ମା’ପ୍ରସାଦ ଏବଂ ମହାପ୍ରସାଦ ନାମରେ ଭକ୍ତଙ୍କୁ ମିଳିଥାଏ ।
.
ସେହିପରି ଶାକ୍ତ ପରମ୍ପରାରେ ନଵଦୂର୍ଗା, ଦଶମହାଵିଦ୍ୟା, ଦୂର୍ଗାମାଧବ, ଅଷ୍ଟକାଳୀ ଆଦି ସମସ୍ତ ପ୍ରଥା, ପୂଜା ଓ ପରମ୍ପରା ପ୍ରଚଳିତ । ତେଣୁ ଶ୍ରୀକ୍ଷେତ୍ରରେ ମା’ ବିମଳାଙ୍କ ବ୍ୟତୀତ ମା’ ବାଟମଙ୍ଗଳା, ମା’ ଶ୍ୟାମାକାଳୀ, ମା’ ଦକ୍ଷୀଣକାଳି, ମା’ ଭଦ୍ରକାଳୀ, ମା’ ରାମଚଣ୍ଡି, ମା’ ବାରାହୀ, ମା’ ହରଚଣ୍ଡି, ମା’ ମଶାଣି ଚଣ୍ଡି, ମା’ ଆଲାମଚଣ୍ଡି, ମା’ ବାଟକାଳି, ମା’ କାମାକ୍ଷୀ, ମା’ ଵନଦୁର୍ଗା, ମା’ ମଙ୍ଗଳା, ମା’ ଝାଡେଶ୍ଵରୀ ଇତ୍ୟାଦି ପୀଠେଶ୍ଵରୀ ପୂଜା ପାଉଛନ୍ତି । ପ୍ରତ୍ୟେକ ମାତୃପୀଠରେ ଷୋଡ଼ଷ ଦିନାତ୍ମକ ମା’ଙ୍କର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । କିନ୍ତୁ ସବୁ ପୀଠରେ ମା’ଙ୍କର ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଏ ନାହିଁ । କୁହାଯାଏ ହୁଏତ ମୃଣ୍ମୟ ମୂର୍ତ୍ତି ପୂଜା ବଙ୍ଗୀୟ ପରମ୍ପରାର ପ୍ରଭାବ ହୋଇପାରିଥାଏ । କିନ୍ତୁ ଶ୍ରୀକ୍ଷେତ୍ରର ପ୍ରାଚୀନତା, ମହାନତା ଏବଂ ସୁଦୀର୍ଘ ଗୈ।ରଵମୟ ପରମ୍ପରା ଏ ଯୁକ୍ତିକୁ ସମର୍ଥନ କରେନାହିଁ । ଏତଦ୍ ବ୍ୟତୀତ ଶ୍ରୀକ୍ଷେତ୍ରରେ ସମସ୍ତ ଯାଗା, ଆଖଡ଼ା, କୋଟ ଆଦି ସ଼°ସ୍କୃତି ରକ୍ଷା ଓ ଶରୀରଚର୍ଯ୍ୟା ବ୍ୟାୟାମ ସ୍ଥାନରେ ମଧ୍ୟ ମହାବୀର ହନୁମାନଙ୍କ ଆରାଧନା ସହିତ ଶକ୍ତି ସ୍ଵରିପିଣି ମା’ ଙ୍କୁ ବିଭିନ୍ନ ନାମରେ ଆରାଧନା କରାଯାଏ । ଶ୍ରୀକ୍ଷେତ୍ର ଚତୁଃପାର୍ଶ୍ଵରେ ଅବସ୍ଥିତ ପ୍ରା‌ୟ ପ୍ରତ୍ୟେକ ଗ୍ରାମରେ ମଧ୍ୟ ଗ୍ରାମଦେବତୀଙ୍କ ସହିତ ମା’ କାଳିକା, ମା’ ଚଣ୍ଡୀ ମା’ କନକଦୁର୍ଗା ବିଭିନ୍ନ ସ୍ଥାନୀୟ ନାମରେ ପୂଜା ପାଆନ୍ତି । ଶ୍ରୀକ୍ଷେତ୍ରରେ ମଧ୍ୟ ଅନେକ ଲୋକଙ୍କ ଘରେ ମା’ ବର୍ଷସାରା ପୂଜା ପାଆନ୍ତି । ସାରା ବର୍ଷ ଲୋକମାନେ ଘରେ ଘରେ ମା’ଙ୍କୁ ଫଳଭୋଗ ଓ ଅନ୍ୟାନ୍ୟ ସାତ୍ତ୍ୱିକ ନୈବେଦ୍ୟ ପ୍ରଦାନ କରୁଥିଲେ ମଧ୍ୟ ତିନିପୂଜା ସମୟରେ ମା’ଙ୍କୁ ଆମିଷ ଭୋଗ କରାଯାଇଥାଏ । ସବୁଠାରୁ ଗୋଟିଏ ବଡ଼ ବ୍ୟତିକ୍ରମ ଏହିକି ଯେ ସାରା ଭାରତବର୍ଷରେ ମା’ଙ୍କର ଶାରଦୀୟ ପୂଜାକୁ ଦୁର୍ଗାପୂଜା, ଦଶହରା ପୂଜା, ମାତୃପୂଜା, ଶକ୍ତିପୂଜା, ଠାକୁରାଣୀ ପୂଜା ଆଦି ନାମରେ ନାମିତ କରାଯାଇଥିବା ବେଳେ କେବଳ ଶ୍ରୀକ୍ଷେତ୍ରରେ “ଗୋସାଣୀ ପୂଜା” ନାମରେ ନାମାଙ୍କିତ କରାଯାଇଛି ।
ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରମ୍ପରା ଆଧାରରେ ଗୋସାଣୀ ପୂଜା ଅପେକ୍ଷା “ଗୋସାଣୀ ଯାତ” ନାମରେ ଅଧିକ ଖ୍ୟାତ । ଜନଶୃତିରୁ ଜଣାଯାଏ ଯେ ମହିଷାସୁର ସହିତ ଯୁଦ୍ଧ କଲାବେଳେ ଅସୁରର ମାୟା ଜାଲ ଭେଦକରି ଯୁଦ୍ଧରେ ସହାୟତା ନିମନ୍ତେ ମା’ ଆଦ୍ୟାଶକ୍ତି ନିଜ ଅ°ଶରୁ ସ୍ଵୟଂ କିଛି ଉପଶକ୍ତିଙ୍କର ସୃଷ୍ଟି କରିଥିଲେ । ସେମାନେ ଚଣ୍ଡୀ, ଚାମୁଣ୍ଡା, ଗୋସାଣୀ, ଡାହାଣୀ, ଚିରଗୁଣି ନାମରେ ନିଜର ସ୍ଵାତନ୍ତ୍ର୍ୟ ବଜାୟ ରଖି ମା’ ମହାଶକ୍ତିଙ୍କୁ ଯୁଦ୍ଧରେ ସହାୟତା ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ଡାହାଣୀ ଚିରଗୁଣି ଆଦି ଅପଶକ୍ତି ନାମରେ ଖ୍ୟାତ । ଚଣ୍ଡି ଓ ଚାମୁଣ୍ଡା ବିଭିନ୍ନ ଶକ୍ତିରୂପରେ ପୀଠାସିନ ଓ ପୂଜାପ୍ରାପ୍ତ । ମହାପ୍ରଭୁ ଜଗନ୍ନାଥ ତାଙ୍କର ଅନନ୍ୟ ରଥଯାତ୍ରା ଉପରାନ୍ତ ରଥ ଉପରେ ଅଧରପଣା ପ୍ରଦାନ କରି ସ୍ଵୀକୃତି ପ୍ରଦାନ କରିଥାନ୍ତି ।
ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପ୍ରତିନିଧି ରୂପେ ମୃଣ୍ମୟ ମୂର୍ତ୍ତି ରୂପରେ ଶ୍ରୀମନ୍ଦିରର ପୂର୍ବ ଓ ଦକ୍ଷିଣ କୋଣରେ ମା’ କାକୁଡିଖାଇ ପୂଜା ପାଆନ୍ତି । “ମା’ କାକୁଡିଖାଇ” ଙ୍କୁ ଆଦ୍ୟାଶକ୍ତି ମା’ ଦୁର୍ଗା ମନେ କରାଯାଇ ଶ୍ରୀକ୍ଷେତ୍ରର ଅନ୍ୟ ସମସ୍ତ ମୃଣ୍ମୟ ମୂର୍ତ୍ତିଙ୍କୁ ଗୋଷାଣୀ ନାମରେ ନାମିତ କରାଯାଇଥାଏ । ପ୍ରକାଶ ଥାଉ କି ମା’ କାକୁଡିଖାଇଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ଏହି ତିନିଦିନ ପୂଜା ପରେ ଦଶହରା ନିଶାର୍ଦ୍ଧରେ ଵିସର୍ଜନ କରିଦିଆଯାଏ । କିନ୍ତୁ ଅନ୍ୟ ଗୋଷାଣୀଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ଏକାଦଶୀ ତିଥିରେ ବିସର୍ଜନ କରାଯାଏ । ଏକାଦଶୀ ତିଥି ସନ୍ଧ୍ୟାରେ ସମସ୍ତ ଗୋଷାଣୀ ମୂର୍ତ୍ତିଙ୍କୁ ନିଜ ନିଜ ଆସ୍ଥାନରୁ ବର୍ଣ୍ଣାଢ଼୍ୟ ପଟୁଆରରେ ଆଣି ଶ୍ରୀମନ୍ଦିର ସାମନାରେ ସିଂହ ଦ୍ଵାରରେ ସମାଗମ କରାଯାଏ । ଅତି ସୁନ୍ଦର ସୋଲଫୁଲ କାରିଗରୀର କାରୁକାର୍ଯ୍ୟ ଓ ବିଭିନ୍ନ ଉଜ୍ଜ୍ଵଳ ଆଲୋକ ସଜ୍ଜାରେ ମା’ଙ୍କର ବିଶାଳକାୟ ମୃଣ୍ମୟ ମୂର୍ତ୍ତିର ଗୋଷାଣୀ ମାନେ ଝଲସୁଥାନ୍ତି । ଏହା ଗୋସାଣୀ ଯାତର ଅନ୍ତିମ ଓ ସବୁଠୁ ଆକର୍ଷଣୀୟ ପର୍ଯ୍ୟାୟ । ଲକ୍ଷାଧିକ ଭକ୍ତ ସି଼°ହଦ୍ଵାରରେ ଏ ଅପୂର୍ବ ଶୋଭା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରୁଥାନ୍ତି ।
ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମୂର୍ତ୍ତିଙ୍କ ମଧ୍ୟରେ ମା’ ବାରବାଟୀ (ବାରବାଟି ଯାଗା), ମା’ ଜହ୍ନିଖାଇ (ଦୋଳମଣ୍ଡପ ସାହି), ମା’ ଭୋଗ ଯାଗା (ମାଟିମଣ୍ଡପ ସାହି), ମା’ ଶୂନ୍ୟ ଗୋଷାଣୀ (ମାଟି ମଣ୍ଡପ ସାହି), ମା’ ଜହ୍ନିଖାଇ (ବାଲି ସାହି), ହଜୁରୀ ଗୋଷାଣୀ (ହରଚଣ୍ଡି ସାହି), ମା’ ଵନଦୁର୍ଗା ( ଵାସେଳି ସାହି), ମା’ ଵନଦୁର୍ଗା (ପାଟଣାହାଟ ସାହି), ମା’ ପଣାପ୍ରିୟା (ପଣା ପ୍ରିୟା ଲେନ୍), ମା’ ଗେଲବାଇ, ମା’ ବେଲବାଇ ଓ ଅନ୍ୟାନ୍ୟ ଶତାଧିକ ମୃଣ୍ମୟ ମୂର୍ତ୍ତି ପୂଜା ପାଆନ୍ତି ।
ଏମାନଙ୍କ ବାଦ ଦୁର୍ଗାବାଡି, ଷ୍ଟେସନ ବଜାର, ବଡ଼ଶଙ୍ଖ, ମାର୍କେଟ ଛକ ଇତ୍ୟାଦି ସ୍ଥାନରେ ମଧ୍ୟ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଆନ୍ତି ଏବଂ ମା’ କାକୁଡିଖାଇଙ୍କ ଭଳି ଦଶହରା ରାତ୍ରିରେ ଵିସର୍ଜିତ ହୁଅନ୍ତି ।
ଏତଦ୍ ବ୍ୟତୀତ ଶକ୍ତି, ବୀରତ୍ଵ ଓ ଶୈର୍ଯ୍ୟର ପ୍ରତୀକ ଭାବରେ ବିଶାଳକାୟ ନାଗା ମୂର୍ତ୍ତି ପୂଜା ପାଇ ଗୋଷାଣୀ ଯାତ ର ଭଷାଣୀ ଉତ୍ସବରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଆନ୍ତି । ବାଲି ସାହି, ହରଚଣ୍ଡି ସାହି, ଦୋଳମଣ୍ଡପ ସାହି, ପଶ୍ଚିମ ଦ୍ଵାର, ଵଳଗଣ୍ଡି ଓ ସିଦ୍ଧ ମହାବୀର ଅଞ୍ଚଳରୁ ବିଶାଳ ନାଗାମୂର୍ତ୍ତି ସି଼°ହଦ୍ଵାର ନିକଟରେ ସମାଗମ ହୁଅନ୍ତି ।
ଅନନ୍ୟ କଳାକୃତି ଭାବେ ବୁଢାବୁଢୀଙ୍କର ଜୀବନ୍ତ ଭଳି ଲାଗୁଥିବା କ୍ରୀଡାନକ ମୂର୍ତ୍ତି ମାର୍କଣ୍ଡେଶ୍ୱର ସାହି ସ୍ଥିତ ବଢେଇ ସାହିରୁ ବାହାରି ଠେଲା ଗାଡ଼ି ଉପରେ କ୍ରୀଡା ପ୍ରଦର୍ଶନ କରନ୍ତି । ସେହିପରି ମାର୍କଣ୍ଡେଶ୍ୱର ସାହିର ସାତ ବଖରା ଯାଗାରେ ସମ୍ପାତ୍ତି ଚଢ଼େଇ ବାନର ଵୀରମାନଙ୍କ ସହିତ ପୂଜା ପାଇ ସି଼°ହଦ୍ଵାରକୁ ଆସନ୍ତି ଗୋସାଣୀ ଯାତର ଭଷାଣୀ ଉତ୍ସବରେ ସାମିଲ ହେବା ପାଇଁ ।
ବିଭିନ୍ନ ପୈ।ରାଣୀକ ଓ ସାମାଜିକ ବାର୍ତ୍ତା ବହନ କରୁଥିବା ଅନେକ ଛୋଟବଡ଼ ମୂର୍ତ୍ତି ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଘରେ ପୂଜା ପାଇ ସି଼°ହଦ୍ଵାରରେ ଭଷାଣି ଉତ୍ସବରେ ସାମିଲ ହୁଅନ୍ତି ।
ଆଦ୍ୟାଶକ୍ତି ମା’ ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ରରେ ମଧ୍ୟ କରୁଣାର ବାରି ଭକ୍ତଜନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି ଏହି ଶାରଦୀୟ ଦୂର୍ଗାପୂଜା ଓ ଗୋସାଣୀ ଯାତ ମାଧ୍ୟମରେ ।
ସର୍ଵମଙ୍ଗଲ୍ୟ ମାଙ୍ଗଲ୍ୟେ ଶିବେଇ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ରୈମ୍ଵକେ ଗୈ।ରୀ ନାରାୟଣୀ ନମୋସ୍ତୁତେ ।।
ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣୀ
ସର୍ଵସ୍ୟାର୍ତ୍ତି ହରେର୍ଦେବୀ ନାରାୟଣୀ ନମୋସ୍ତୁତେ ।।
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 day ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

1 week ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago