ଲେଖା: ରବୀନ୍ଦ୍ର କୁମାର ରଣା
ଗଙ୍ଗବଂଶର ରାଜା ମଦନ ସୁନ୍ଦର ଦେବଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଖୋର୍ଦ୍ଧା-ଡେଲାଙ୍ଗ ରାସ୍ତାରେ ଅବସ୍ଥିତ ।
ପ୍ରବାଦ ଅନୁଯାୟୀ ଭଗବାନ ଶିବ ବଣି ରୂପରେ ରାଜାଙ୍କ ଗାଈଠାରୁ କ୍ଷୀର ପିଇ ଦେଉଥିଲେ ତେଣୁ ଗାଈମାନେ କ୍ଷୀର ନ ଦେବାରୁ ରାଜାଙ୍କର ଗୋପାଳ ପ୍ରତି ସନ୍ଦେହ ହେଲା । ରାଜା ଘଟଣାର ସତ୍ୟତା ପାଇଁ ଯାଇ ଦେଖିଲେ ଯେ ଗୋଟେ ବଣି କ୍ଷୀର ପାନ କରୁଛି । ରାଜାଙ୍କୁ ଦେଖି ବଣିଟି ବକ୍ର ଆଖିରେ ଅନାଇ ଗୋଟିଏ ଗାତ ଭିତରେ ପଶିଗଲା ଓ ସେଠାରେ ରାଜାଙ୍କୁ ଭଗବାନ ଶିବଙ୍କର ସ୍ଵପ୍ନାଦେଶ ହେଲା । ତେଣୁ ଏହି ମନ୍ଦିରର ନାମ ବଣି ବକ୍ରେଶ୍ଵର ହେଇଥିବା ଜଣାଯାଏ ।
ଏହି ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଠାରୁ ୧କି.ମି. ଦୂରରେ ଘୋରଡିଆ ଗ୍ରାମରେ ଗଙ୍ଗବଂଶର ରାଜାଙ୍କ ଦ୍ଵାରା ନିର୍ମିତ ଅନ୍ୟ ଏକ ପ୍ରାଚୀନ ମନ୍ଦିର ସୋମନାଥ ମହାଦେବ ମନ୍ଦିର ଅବସ୍ଥିତ । ବହୁ ପ୍ରାଚୀନ ଓ ସୁନ୍ଦର ମନ୍ଦିର ଏବଂ ପ୍ରାଚୀନ ରାଧାକାନ୍ତ ମଠ ମଧ୍ଯ ଅବସ୍ଥିତ ।
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…