ଲେଖା: ଶ୍ରୀକାନ୍ତ ସିଂହ

ବିଚିତ୍ରବର୍ଣ୍ଣା ଧରଣୀ ଓ ତାର ଅପରୂପ ସୌନ୍ଦର୍ଯ୍ୟ ମଣିଷ ମନରେ କେତେବେଳେ ଆନନ୍ଦ ସୃଷ୍ଟି କରେ ତ କେତେବେଳେ ତାର ଉଗ୍ର ରୂପ ମନରେ ଭିତ୍ତି ସଂଚାର କରେ, ଆଉ କେତେବେଳେ ଅବା ଅସୁମାରୀ ପ୍ରଶ୍ନବାଚୀ l ମାତ୍ର ପ୍ରକୃତି ଓ ପୁରୁଷ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ଆଉ ସେଇ ସୃଷ୍ଟି ସମ୍ଭାର ମଣିଷ ଜୀବନକୁ ସଦା ସର୍ବଦା ପ୍ରଭାବିତ କରିଥାଏ l ସେଇ ପ୍ରକୃତିର ଏକ ଅନନ୍ୟ ସୃଜନ ହେଉଛି ରଞ୍ଜନା ଏବଂ ତା’ର ପାଷାଣ ଚଟାଣ l


ସ୍ରୋତସ୍ୱିନୀ ଝରଣାର ନିରବଛିନ୍ନ ଜଳଧାରା ପ୍ରବାହରେ ପାଷାଣ ଚଟାଣର ଏପରି ବିଗଳିତ ରୂପ, ଯେ କୌଣସି ଦର୍ଶକ ପାଇଁ ଯେତିକି ବିଚିତ୍ର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ l ପ୍ରଥମ ଦୃଷ୍ଟିପାତରେ ହିଁ ମଣିଷ ମନରେ ସୃଷ୍ଟି ହୁଏ ଏକ ଅପୂର୍ବ ଶିହରଣ ଓ ଭିନ୍ନ ଏକ ଭାବାବେଗ l

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହରଠାରୁ ମାତ୍ର ଚାରି-ପାଞ୍ଚ କିଲୋମିଟର ଦୂରରେ ଜଙ୍ଗଲ ମଝିରେ ରହିଛି ଏହି ଐତିହାସିକ ସ୍ଥଳ ରଞ୍ଜନା l


ଜଙ୍ଗଲ ପରିବେଶରେ ପ୍ରକୃତିର ଏହି ସୁନ୍ଦର ସଂରଚନା ପଛରେ ଥିବା ଐତିହାସିକ ତଥ୍ୟକୁ ଖୋଜି ବସିଲେ ଜଣାପଡେ ଯେ, ଦ୍ୱାପର ଯୁଗରେ ପାଣ୍ଡଵମାନେ ଅଜ୍ଞାତବାସ ସମୟରେ ଏହି ଅଞ୍ଚଳରେ କିଛି କାଳ ପାଇଁ ଅବସ୍ଥାନ କରିଥିଲେ l ଆଉ ଘୋଡ଼ା ପିଠିରେ ବସି ଶତ୍ରୁର ପଶ୍ଚାତଧାବନ କଲାବେଳେ ଭୀମ ଏହି ରଞ୍ଜନା ନାଳ ବା ଝରଣାକୁ ପାର କରିଥିଲେ l ଆଉ ସେହି ଘୋଡ଼ାଟାପୁର ଆଘାତରେ ହିଁ ପାଷାଣ ଚଟାଣ ଉପରେ ଘୋଡ଼ାଟାପୁ ଆକୃତିର ଚିହ୍ନସବୁ ସୃଷ୍ଟି ହୋଇଥିଲା l

କିମ୍ବଦନ୍ତୀର ଏହି ଉପାଖ୍ୟାନଟିର ସତ୍ୟତା ଯାହାବି ହେଉନା କାହିଁକି, ରଞ୍ଜନା ଯେ ପ୍ରକୃତିର ଏକ ସୁନ୍ଦର ସୃଜନ ଏଥିରେ ଦ୍ବିମତ ନାହିଁ l 

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago