ଲେଖା: ଅରବିନ୍ଦ ମହାନ୍ତି

ଆମର ପାରମ୍ପରିକ ଦୀପାବଳୀର ମୁଖ୍ୟ ବିଶେଷତ୍ୱ ହେଉଛି ବଡ଼ବଡୁଆ ଡ଼କା

ମହାଳୟା ଦିନ ପିତୃପୁରୁଷମାନେ ପିଣ୍ଡଦାନ ଗ୍ରହଣ କରିବା ପାଈଁ ମର୍ତ୍ତ୍ୟ ମଣ୍ଡଳକୁ ଆସିଥାନ୍ତି। ଏହି ଦିନୁ ପନ୍ଦର ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥାଏ। ଦୀପାବଳୀ ଦିନ ସନ୍ଧ୍ୟାପରେ ବଡ଼ବଡୁଆ ଡ଼କା ଆରମ୍ଭ ହୁଏ।


ବୋଇତ ଆକୃତିର ଚିତା ପକାଯାଇ ସେଥିରେ ପିଢ଼ା ଥୁଆଯାଏ। ପାଖରେ ଗଣେଶ ସ୍ୱରୁପ ଶୁଭ କଳସୀ ସ୍ଥାପନା ହୁଅନ୍ତି। ଚନ୍ଦନ, ସିନ୍ଦୂର ଆଦି ଲଗାଯାଇ ପିଢ଼ାକୁ ସଜାଯାଏ। ଖରିଫୁଲ, ଲାଜକୁଳି ଫୁଲ, ଧାନ ଵାଳୁଙ୍ଗା ଆଦି ଦେଇ ପିତୃପୁରୁଷଙ୍କୁ ଆବାହନ କରାଯାଏ ସେଇ ପିଢ଼ା ଦିହରେ। ଧୂପ, ଦୀପ, କର୍ପୁର ଓ ନୈବେଦ୍ୟ ଅର୍ପଣ ପରେ ବଡ଼ବଡୁଆ ଡ଼କା ଆରମ୍ଭ କରା ଯାଇଥାଏ।

ଘରର ପିଲାଠୁ ବୁଢ଼ା ଯାଏଁ ପୁରୁଷମାନଙ୍କ ଦ୍ୱାରା ଲମ୍ବ ଲମ୍ବ କାଉଁରିଆ କାଠିରେ ଅଗ୍ନି ଧରାଯାଇ ପିତୃପୁରୁଷଙ୍କୁ ପଥପ୍ରଦର୍ଶିତ କରାଯାଏ ଓ ସାତଥର ବଡ଼ବଡୁଆ ଡ଼କା ଯାଇଥାଏ।

“ବଡ଼ବଡୁଆ ସାଆନ୍ତେ ହୋ
ଅନ୍ଧାରେ ଆସ ଆଲୁଅରେ ଯାଅ।
ଗଙ୍ଗା ଯାଅ, ଗୟା ଯାଅ
ଶ୍ରୀ ପୁରୁଷୋତ୍ତମ ଯାଅ, ମହାପ୍ରସାଦ ପାଅ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।।”

ସତରେ, ପିତୃପୁରୁଷଙ୍କ ସମ୍ମାନାର୍ଥେ କେଡେ ମହନୀୟ ଆମ ପରମ୍ପରା ବଡ଼ବଡୁଆ ଡ଼କା।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago