ଲେଖା: ଶିବାଶିଷ ମହାପାତ୍ର

“ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠି ଘର ।
ଜଳିବ ପୁଣି ସେଇଠି ଶେଷେ,  ମୋହରି ଚିତା ନିଆଁଟି,
ଛୋଟ ମୋର ଗାଁଟି ।”

ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ ଲେଖା ମା’ ଏବଂ ମାଟିକୁ ଭଲ ପାଉଥିବା ମଣିଷ ସମାଜ । ଏହିପରି ନୂତନତା ତଥା କଳାତ୍ମକ ଓଡ଼ିଆ କବିତାର ଜନ୍ମ ହୁଏ ୧୯୧୬ ମସିହା ମେ ମାସ ୧୩ ତାରିଖ ଆଜିର ଦିନରେ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ (ସଚ୍ଚି ରାଉତରାୟ) ନାମରେ, ଅଧୁନା ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ ।

ପିତା ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ରାଉତରାୟ ଏବଂ ମାତା ଥିଲେ ଶ୍ରୀମତି ମୁକ୍ତା ଦେବୀ, କିନ୍ତୁ ଘଟଣା କ୍ରମେ ତାଙ୍କ ବଡ଼ ବାପା ତାଙ୍କୁ ପୁଅ କରି ରଖିଥିଲେ । ଛୋଟ ଦିନରୁ ସେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ଏହି କାରଣ ଯୋଗୁଁ ପରବର୍ତ୍ତୀ କାଳରେ ତାଙ୍କୁ ଗ୍ରାମ ବିଦ୍ୟାଳୟରୁ ବାହାର କରିଦିଆଯାଇଥିଲା । ପରେ ସେ କଲିକତା ଯାଇ ନିଜର ବିଦ୍ୟାଳୟ ପାଠ୍ୟକ୍ରମ ସମାପ୍ତ କରିଥିଲେ । ସ୍ବାଧୀନଚେତା ତଥା ସାଲିସ ବିହିନ ରାଜନୀତି ଯୋଗୁଁ ସ୍ନାତକୋତ୍ତର ବିଦ୍ୟାଲାଭରୁ ବଞ୍ଚିତ ହୋଇଥିଲେ ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟରୁ । ଗୋଳାପଲ୍ଲୀର ତେଲୁଗୁ ରାଜଜେମାଙ୍କୁ କରିଥିଲେ ବିବାହ ।

“ସାହିତ୍ୟ ନୁହଁଇ ଖାଲି ସୁକୁମାର ବିଳାସର ଫୁଲ,
ଜାତିକୁ ଦେବ ମୁକ୍ତି ତେବେଯାଇ ଚରମ ତା’ ମୁଲ ।”

ଖୁବ ଚମତ୍କାରିତା ପ୍ରଦର୍ଶନ କରି କବିତାର ଅର୍ଥ ବୁଝାଇଥିବା କବିଙ୍କ ଲେଖନୀ ଚାଳନା ହୋଇଥିଲା ୧୧ ବର୍ଷ ବୟସରୁ । ଗଡ଼ଜାତ ପ୍ରଜା ଆନ୍ଦୋଳନ, ଛାତ୍ର ଏବଂ କୃଷକ ଆନ୍ଦୋଳନ ଯୋଗୁଁ ଭୋଗିଥିଲେ ତିନି ଥର କାରାବାସ ଓ ଅନେକ ଥର ଯୋରିମାନା ଏବଂ ହୋଇଥିଲା ଅନେକ ବହି ବାଜ୍ୟାପ୍ତ । ପ୍ରଥମ କବିତା ପୁସ୍ତକ “ପାଥେୟ” ପ୍ରକାଶ ପାଇଥିଲା ୧୯୩୨ ମସିହାରେ ଏବଂ ପରେ ପରେ ଅନେକ ଗୁଡ଼ିଏ କବିତା, ଗଳ୍ପ ଏବଂ ଉପନ୍ୟାସ ସବୁ ପ୍ରକାଶ ପାଇଥିଲା । ତାଙ୍କ କୃତି ମଧ୍ୟରେ ରହିଛି ପୁର୍ଣିମା, ପଲ୍ଲୀଶ୍ରୀ, ପାଣ୍ଡୁଲିପି, କବିତା -୧୯୬୨, ମଶାଣିର ଫୁଲ, ମାଟିର ଡାକ, ଚିତ୍ରଗ୍ରିବ ଇତ୍ୟାଦି ।

ବାର ବର୍ଷର ରାଉତ ପିଲା ବ୍ରାହ୍ମଣୀ ନଦୀକୂଳ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଘାଟ ଯଗିଥିଲା । ଗୋରା ପୁଲିସର ଗୁଳି ମାଡରେ ପାଲଟି ଗଲା ସହିଦ ବାଜି ରାଉତ । ତାହାର ଜଳୁଥିବା ଅଗ୍ନିଶିଖା ଦେଖି କବି ସଚ୍ଚି ରାଉତରାୟ ଲେଖିଲେ ବୈପ୍ଳବିକ କଥା  ୧୯୩୮ ମସିହାରେ “ବାଜି ରାଉତ” କାବ୍ୟରେ । ଏହି କାବ୍ୟ ୧୯୪୩ ମସିହାରେ ପ୍ରକାଶିତ ହୋଇ ବିଦ୍ରୋହୀ ସ୍ବରକୁ ଦେଇଥିଲା ଏକ ନୂତନ ପଥ । 

“ନୁହେଁ ବନ୍ଧୁ, ନୁହେଁ ଏହା ଚିତା ,
ଏ ଦେଶ ତିମିର ତଳେ
ଏ ଅଲିଭା ମୁକତି ସଳିତା। “

କଲିକତାର ଏକ ମିଲ୍’ରେ କାମ କରିଥିଲେ ୧୯୪୨-୧୯୬୨ ମସିହା ପର୍ଯ୍ୟନ୍ତ । ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ, ଋଷିଆ ତଥା ବାଂଲାଦେଶ ଆଦି ବିଭିନ୍ନ ଦେଶରେ ଆନ୍ତର୍ଜାତୀୟ ସାହିତ୍ୟ ସେମିନାର ମାନଙ୍କରେ ଯୋଗଦାନ କରି ଭାଷଣ ସବୁ ରଖିଛନ୍ତି । ତାଙ୍କୁ ସମ୍ମାନିତ କରାଯାଇଛି ପଦ୍ମଶ୍ରୀ – ୧୯୬୨, ଆନ୍ଧ୍ର ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଡ଼ି. ଲିଟ -୧୯୭୭-୧୯୭୮, ଜ୍ଞାନପୀଠ ସମ୍ମାନ – ୧୯୮୬, ସାହିତ୍ୟ ଭାରତୀ -୧୯୯୭ ଇତ୍ୟାଦି ।

ଆଜି ଏହି ମାଟିର ମହାକବି ପଦ୍ମଶ୍ରୀ ଡ଼କ୍ଟର ସଚ୍ଚିଦାନନ୍ଦ ରାଉତରାୟ ଅମ ଗହଣରେ ନାହାନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଅନେକ ଅମୁଲ୍ୟ ସମ୍ପଦ ।

Spread the love
admin

Recent Posts

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

2 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

2 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

2 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

5 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

5 months ago