ଲେଖା: ଅରବିନ୍ଦ ମହାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ଭୌମୀ ଏକାଦଶୀ ଯାତ୍ରା ମୁଖ୍ୟଯାତ୍ରା ନ ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ସ୍ୱତନ୍ତ୍ରତା ରହିଅଛି। ଦ୍ଵାପର ଯୁଗରେ ପାଣ୍ଡବମାନଙ୍କ ବନବାସ ସମୟରେ ସେମାନେ ନାନାଦି ସ୍ଥାନ ପରିକ୍ରମା କରିଥିଲେ। କିଛି ସମୟ ଗତେ ଦିନେ ପାଣ୍ଡବମାନଙ୍କ ସୌଭାଗ୍ୟ ହେତୁ ଏକାମ୍ର କାନନ ଦର୍ଶନ କରିବାକୁ ସୁଯୋଗ ମିଳିଲା। ସେମାନେ ଏକାମ୍ରାଧିଶ୍ବର ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ତାଙ୍କୁ ସ୍ତୁତି ଅର୍ଚ୍ଚନା ଆଦି କରିଥିଲେ।

ସ୍ୱର୍ଣାଦ୍ରି ମହୋଦୟ ଅନୁସାରେ ଦ୍ବିତୀୟ ପାଣ୍ଡବ ଭୀମ ଏକ ସ୍ଥାନରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ତ୍ରିଭୁବନେଶ୍ଵରଙ୍କୁ ଆରାଧନା ଆରମ୍ଭ କଲେ। ଭୀମଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ଶ୍ରୀ ତ୍ରିଭୁବନେଶ୍ୱର ମହାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଓ କହିଲେ – “ହେ ମହାବଳୀ ଭୀମ, ଆମ୍ଭେ ତବ ସ୍ତୁତିରେ ପ୍ରସନ୍ନ ହୋଇଅଛୁ। ତୁମ୍ଭ ସହିତେ ତୁମ୍ଭର ଚତୁଃ ଭ୍ରାତାଙ୍କୁ ଆମ୍ଭେ ଆଶୀର୍ବାଦ କରି ତୁମ୍ଭର ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧରେ ବିଜୟ ପାଈଁ ମଙ୍ଗଳ କାମନା କରୁଅଛୁ ଏବଂ ଆଜିଠାରୁ ତୁମ୍ଭ ପ୍ରତିଷ୍ଠିତ ଏହି ଶିବଲିଙ୍ଗ ଭୀମେଶ୍ବର ଲିଙ୍ଗ ନାମେ ପ୍ରସିଦ୍ଧ ହେଉ ବୋଲି ଆଜ୍ଞା ପ୍ରଦାନ କରୁଅଛୁ। ଆମ୍ଭେ ବଚନ ଦେଉଅଛୁ ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତୁମ୍ଭ ସ୍ଥାନକୁ ସପରିବାର ସହିତେ ତୁମ୍ଭ ପ୍ରିତ୍ୟାର୍ଥେ ଯାତ୍ରା କରିବୁ ଏହା ଭୌମୀ ଏକାଦଶୀ ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିବ।”

ଭୀମେଶ୍ବର ! ନମସ୍ତେଽସ୍ତୁ ଭୀମସେନେନ ପୂଜିତଃ ।
ତ୍ରାହି ମାଂ ପାତକାଦ୍ ଘୋରାଦ୍ ଭୀମରୂପ ନମୋଽସ୍ତୁତେ।।

ଏହି ବଚନକୁ ପୂର୍ଣ୍ଣ କରିବାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ, ଦେବୀ ଭୁବନେଶ୍ଵରୀ ଓ ବସୁଦେବଙ୍କ ସହିତେ ପୁରୁଣା ଭୁବନେଶ୍ବରର ଭୀମଟାଙ୍ଗି ସ୍ଥିତ ଭୀମେଶ୍ବର ଦେଉଳକୁ ବିଜେ କରିଥାନ୍ତି। ସେଠାରେ ଉତ୍ସବ ମଣ୍ଡପରେ ବିଜେ କଲା ଉତ୍ତାରୁ ପୂଜାନୀତି ଅନୁଷ୍ଠିତ ହୋଇ ଭେଟ ଆଳତି ହୋଇଥାଏ। ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ବାହୁଡା ବିଜେ କରିଥାନ୍ତି।  ଭୀମେଶ୍ବର ଦେଉଳ ବେଢା ମଧ୍ୟରେ ପାଣ୍ଡବଭ୍ରାତାଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମେଶ୍ବର ସହିତେ ଯୁଧିଷ୍ଠିରେଶ୍ବର, ଅର୍ଜୁନେଶ୍ବର, ନକୁଳେଶ୍ବର ପୂଜା ପାଇ ଆସୁଛନ୍ତି।

କ୍ଷୟୀତ ଆକାର ଏହି ଦେଉଳର ପ୍ରାଚୀନତାର ମୂକସାକ୍ଷୀ। ଏକ ବିରାଟ ପଦଚିହ୍ନ ଏହି ଦେଉଳ ବେଢା ମଧ୍ୟରେ ରହିଅଛି। ଯାହା ଭୀମଙ୍କର ବୋଲି ଲୋକ ମୁଖରେ ପ୍ରଚଳିତ। ଏହି ଭେଟ ଯାତ୍ରାର ଅନୁଭବ ସତରେ ସ୍ବତନ୍ତ୍ର। ଭାଗ୍ୟରେ ଥିଲେ ଦର୍ଶନ ସୁଯୋଗ ମିଳେ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago