ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା
ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର !
ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି ଏକ ସେବା ଯେଉଁଥିରେ ମହାପ୍ରଭୁଙ୍କ ଜ୍ବରଜନିତ ଅଙ୍ଗମର୍ଦ ବା Malaise ବା ଶରୀର ପିଡ଼ା ଲାଘବ ହୁଏ !
ପରମ୍ପରା ଅନୁଯାୟୀ ଏହି ସେବା ପ୍ରଭୁଙ୍କୁ ଅଣସର ପଞ୍ଚମୀରେ ଲାଗି ହୋଇଥାଏ ! ଏହି ଫୁଲୁରିଲାଗି ନୀତି ସେବା ପାଇଁ ବଡଦେଉଳର ମଧ୍ୟାହ୍ନ ଧୂପ ସରିଲା ପରେ ଶ୍ରୀମନ୍ଦିରର ବରକନ୍ଦାଜଙ୍କ ଜରିଆରେ ଫୁଲୁରି ତୈଳ ବିଜେ ପାଇଁ ବଡ଼‌ଓଡ଼ିଆ ମଠକୁ ଖବର ଯାଏ, ଏହି ବାର୍ତ୍ତା ପରେ ମହନ୍ତ ମହାପ୍ରଭୁଙ୍କ ପାଇଁ ଏହି ତେଲ ବ୍ୟବସ୍ଥା କରନ୍ତି ! ଏହି ମହୌଷଧି ଯୁକ୍ତ ତେଲକୁ ବଡ଼ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିରରେ ବିଜେ କରାଯାଇଥାଏ !
ପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ପାଇଁ (ମର୍ଦ୍ଦନ/ମାଲିସ) ପାଇଁ ଉଦ୍ଦିଷ୍ଟ ଏହି  ମହୌଷଧି ଯୁକ୍ତ ସୁବାସିତ ତୈଳ, ବଡ଼ ଓଡ଼ିଆ ମଠ ତରଫରୁ ପ୍ରଭୁଙ୍କ ସେବା ପାଇଁ ନିମ୍ନମତେ ପ୍ରସ୍ତୁତ ହୁଏ !
ଘଣାପେଡ଼ା ୫ ସେର ରାଶିତୈଳ, ଚୁଆ, ଚନ୍ଦନ, କର୍ପୁର, ମାଳତୀ, କିଆ, କେତକୀ ଆଦି ସୁଗନ୍ଧିତ ଔଷଧୀୟ ଗୁଣଯୁକ୍ତ ଦ୍ରବ୍ୟ ଓ ସୁଗନ୍ଧଯୁକ୍ତ ପୁଷ୍ପକୁ ମାଟିପାତ୍ରରେ ମୃତ୍ତିକା ତଳେ ପୋତି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରଖାଯାଇଥାଏ ଏବଂ ଏହି ତୈଳ ପ୍ରସ୍ତୁତିରେ ଅଗ୍ନିସଂଯୋଗ ହୁଏ ନାହିଁ । ଠାକୁରଙ୍କ ଫୁଲୁରିଲାଗି ନୀତି ସେବା ପାଇଁ ଖବର ଆସିଲେ ଏହାକୁ ମାଟିରୁ ବାହାର କରି ଛାଣି ପୁଣି ମାଟିପାତ୍ରରେ ଶୋଭାଯାତ୍ରା ସହ ଶ୍ରୀମନ୍ଦିରରେ ବିଜେ କରାଯାଏ !
ପ୍ରଭୁଙ୍କର ଶ୍ରୀଅଙ୍ଗରେ ମର୍ଦ୍ଦନ ବା ମାଲିସ୍ ହେଲା ପରେ ପ୍ରଭୁଙ୍କ ଶରୀରର ପିଡ଼ା ଲାଘବ ହେବା ସହିତ ପ୍ରଭୁ ନବଯୌବନ ପ୍ରାପ୍ତ ହୁଅନ୍ତି ଓ ରତ୍ନବେଦୀରେ ବସିବାକୁ ପ୍ରସ୍ତୁତ ହୁଅନ୍ତି !
ସତରେ ! ଅଦ୍ଭୁତ ମାନବୀୟ ଲୀଳା ପ୍ରଭୁଙ୍କର !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago