ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଶାଳଗ୍ରାମ ପୂଜା କଲେ ଶତଜନ୍ମର ପାପ କ୍ଷୟ ହୋଇଥାଏ ।
ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ ସ୍ୱରୂପ, ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପ ଓ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରାଯାଏ; ଶାଳଗ୍ରାମ ହେଉଛନ୍ତି ଦୁର୍ଲଭ; ଏହା ଖୁବ କମ ମିଳିଥାଏ; ଏହା ମୁଖ୍ୟତଃ ନେପାଳର ମୁକ୍ତିନାଥ, ଗଣ୍ଡକି ନଦୀର ତଟରେ ମିଳିଥାଏ
ଶାଳଗ୍ରାମଙ୍କ ଉତ୍ପତ୍ତିକୁ ନେଇ ପୁରାଣରେ ଏକ କଥା ରହିଛି; ଜଳନ୍ଧର ନାମକ ଏକ ରାକ୍ଷସର ଉତ୍ପାତରେ ଦେବତାମାନେ ଅତିଷ୍ଠ ହୋଇଯାଇଥିଲେ; ଯେବେ ସେ ସ୍ୱର୍ଗଲୋକ ଜିତିବାକୁ ଯାଇଥିଲେ; ଜଳନ୍ଧରଙ୍କ ପତ୍ନୀ ବୃନ୍ଦାରାଣୀଙ୍କ ପାଖରେ ତାଙ୍କ ପତିଙ୍କ ବିଜୟ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଇଥିଲେ; କାଳେ ଜଳନ୍ଧର ବିଜୟୀ ହୋଇ ସ୍ୱର୍ଗଲୋକ ଅକ୍ତିଆର କରିବେ; ତେଣୁ ଦେବତାମାନେ ଏକାଠି ହୋଇ ବିଷ୍ଣୁଙ୍କୁ ନିବେଦନ କରି ତାଙ୍କ ପତ୍ନୀଙ୍କ ଦ୍ୱାରା ଆୟୋଜିତ ପୂଜାକୁ ଭଙ୍ଗ କରିବାକୁ କହିଲେ ।
ବିଷ୍ଣୁ ଜଳନ୍ଧରର ରୂପ ନେଇ ଜଳନ୍ଧରଙ୍କ ପତ୍ନୀଙ୍କ ସାମ୍ନାରେ ପହଞ୍ଚିବାରୁ ସେ ପୂଜାରୁ ଉଠିଆସିଥିଲେ । ତେଣୁ ତାଙ୍କ ପୂଜାଭଙ୍ଗ ହେଲା ଏବଂ ଦେବତାମାନେ ମିଶି ଜଳନ୍ଧରଙ୍କ ମୁଣ୍ଡକାଟ କରିବାରୁ ସେ ମୁଣ୍ଡ ଆସି ତାଙ୍କ ପତ୍ନୀଙ୍କ ପାଦପାଖେ ପଡିଲା । ବିଷ୍ଣୁ ତାପରେ ନିଜ ଅସଲ ରୂପରେ ଦର୍ଶନ ଦେଇଥିଲେ; ଜଳନ୍ଧରର ପତ୍ନୀଙ୍କ ସହ ବିଷ୍ଣୁ ଛଳ କରିଥିବାରୁ କ୍ରୁଦ୍ଧ ହୋଇ ସେ ବିଷ୍ଣୁଙ୍କୁ ଶିଳା ରୂପରେ ପଡିରହିବାକୁ ଅଭିଶାପ ଦେଲେ; ତେଣୁ ସେଇଦିନଠାରୁ ବିଷ୍ଣୁ ଶିଳା ଆକାରରେ ଗଣ୍ଡକି ନଦୀର ତଟରେ ପଡିରହିଲେ ଏବଂ ଶାଳଗ୍ରାମ ସ୍ୱରୂପରେ ପୂଜା ପାଇଲେ
ଶାଳଗ୍ରାମ ପୂଜାର ଅନେକ ମହତ୍ୱ ରହିଛି; ଏହା ଏକ ଶିଳା ଆକାରର ଦେଖିବାକୁ ହୋଇଥାଏ । ଏହି ଶିଳା କଳା ବା ମାଟିଆ ରଙ୍ଗର ହୋଇଥାଏ; କେତେକାଂଶ କ୍ଷେତ୍ରରେ ଧଳା, ନୀଳ ରଙ୍ଗ କିମ୍ବା ଜ୍ୟୋତିର୍ମୟ ହୋଇଥାଏ । ଜ୍ୟୋତିର୍ମୟ ଶାଳଗ୍ରାମ ଏକ ଦୁର୍ଲଭ ଶାଳଗ୍ରାମ; ଯାହା କେବଳ ଭାଗ୍ୟବାନ ମାନଙ୍କୁ ହିଁ ପ୍ରାପ୍ତ ହୋଇଥାଏ । ପୂର୍ଣ୍ଣ ଶାଳଗ୍ରାମରେ ବିଷ୍ଣୁଙ୍କ ଚକ୍ରଚିହ୍ନ ଅଙ୍କିତ ହୋଇଥାଏ । ପ୍ରାୟ ୩୩ ପ୍ରକାର ଶାଳଗ୍ରାମ ଅଛନ୍ତି; ତନ୍ମଧ୍ୟରୁ ୨୪ ପ୍ରକାର ଶାଳଗ୍ରାମ ବିଷ୍ଣୁଙ୍କ ୨୪ ଅବତାରକୁ ନେଇ ସୃଷ୍ଟି ହୋଇଛି ।
କୁହାଯାଏ ଯେ ୨୪ ପ୍ରକାର ଶାଳଗ୍ରାମ ବର୍ଷତମାମ ୨୪ଟି ଏକାଦଶୀ ବ୍ରତ ସହ ସମ୍ବନ୍ଧ ରହିଛି; କିଛି ଶାଳଗ୍ରାମ ଗୋଲ ଆକାରର ହୋଇଥାଏ ଯାହା ଗୋପାଳ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ ମତ୍ସ୍ୟ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ କଚ୍ଛପ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ କଚ୍ଛପ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମରେ ଚକ୍ର ଚିହ୍ନ ଥାଏ ତାହା କୃଷ୍ଣଙ୍କ ସ୍ୱରୂପ
~ ଶାଳଗ୍ରାମଙ୍କୁ ପୂଜା କରିବା ବିଧି ~
ଘରେ କେବଳ ଗୋଟିଏ ଶାଳଗ୍ରାମଙ୍କୁ ପୂଜା କରିବା ବିଧେୟ, ବିଷ୍ଣୁଙ୍କ ମୂର୍ତ୍ତି ବା ଫଟୋ ଅପେକ୍ଷା ଶାଳଗ୍ରାମଙ୍କୁ ପୂଜା କରିବା ଅତ୍ୟଧିକ ଉତ୍ତମ ।
ପ୍ରତିଦିନ ଶାଳଗ୍ରାମଙ୍କୁ ପଞ୍ଚାମୃତ ବା ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ ଲଗାଇ ତୁଳସୀ ଅଭିଷେକ କରିବା ଆବଶ୍ୟକ । ଯେଉଁ ଗୃହରେ ଶାଳଗ୍ରାମଙ୍କୁ ପ୍ରତିଦିନ ପୂଜା କରାଯାଏ ସେହି ଗୃହରେ ସର୍ବଦା ଲକ୍ଷ୍ମୀ ବାସ କରିବା ସହ ଗୃହ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ। ଶାଳଗ୍ରାମଙ୍କୁ ପ୍ରତିଦିନ ପୂଜା କରିବା ଦ୍ୱାରା ପୂର୍ବଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷର ମାର୍ଗ ସୁଗମ ହୋଇଥାଏ ।
ଶାଳଗ୍ରାମ ହେଉଛନ୍ତି ପବିତ୍ର ସ୍ୱୟଂ ବିଷ୍ଣୁଙ୍କ ସ୍ୱରୂପ; ତେଣୁ ଶାଳଗ୍ରାମଙ୍କୁ ପୂଜା କରିବା ସମୟରେ ଶୁଦ୍ଧତାର ଧ୍ୟାନ ରଖିବା ଆବଶ୍ୟକ। ଶାଳଗ୍ରାମଙ୍କ ଏକ ମନ୍ଦିର ମଧ୍ୟ ନେପାଳ ମୁକ୍ତିନାଥରେ ରହିଛି; ଏହି ମନ୍ଦିର ବୈଷ୍ଣବ ସମ୍ପ୍ରଦାୟର ପ୍ରମୁଖ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ସ୍ଥାନକୁ ଯିବା ସହଜ ନୁହେଁ; ଏହାର ରାସ୍ତା ଅତ୍ୟନ୍ତ ଦୁର୍ଗମ ସହ କଷ୍ଟଦାୟକ।
ଶାଳଗ୍ରାମ ପଥର ଭିତରେ ଚକ୍ର ଏବଂ ରେଖାମାନ ତିଆରି ହୋଇଥାଏ ଏବଂ ଏହି ଚକ୍ର ଏବଂ ରେଖା ବିଷ୍ଣୁଙ୍କର ଅବତାରମାନ ଏବଂ ତାଙ୍କ କୁଳର ଲୋକ ମାନଙ୍କର ପ୍ରତୀକ ବୋଲି କୁହାଯାଏ । ପ୍ରତିବର୍ଷ ଲୋକ ମାନଙ୍କ ଦ୍ୱାରା ଶାଳଗ୍ରାମର ବିବାହ ତୁଳସୀ ସହିତ ହୋଇଥାଏ ଏବଂ ସେଥିପାଇଁ ତାଙ୍କୁ ତୁଳସୀଙ୍କ ସ୍ୱାମୀ ବୋଲି କୁହାଯାଏ ।
ଶାଳଗ୍ରାମଙ୍କ ପୂଜା କରିବା ସହିତ କିଛି ନିୟମ ଜଡ଼ିତ ଥାଏ ଏବଂ ଏହି ନିୟମ ଅନୁସାରେ ହିଁ ତାଙ୍କ ପୂଜା କରିବା ଉଚିତ । ଏହି ନିୟମ ଏହି ପ୍ରକାରର। ଶାଳଗ୍ରାମର ପୂଜା କରିବା ଆଗରୁ ଆପଣ ସର୍ବପ୍ରଥମେ ଶାଳଗ୍ରାମକୁ ପଞ୍ଚାମୃତରେ ସ୍ନାନ କରାନ୍ତୁ । ପଞ୍ଚାମୃତରେ ସ୍ନାନ କରିବା ପରେ ଆପଣ ଚନ୍ଦନ ଲଗାଇ ଏହା ଉପରେ ଏକ ତୁଳସୀ ପତ୍ର ରଖିଦିଅନ୍ତୁ । ବାସ୍ତବରେ ତୁଳସୀକୁ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ବୋଲି ମନେକରାଯାଏ । ତେଣୁ ଯେତେବେଳେ ବିଷ୍ଣୁଙ୍କ ପୂଜା କରାଯାଏ ସେତେବେଳେ ତୁଳସୀ ପତ୍ର ନିହାତି ଲାଗିଥାଏ । ଏହାପରେ ଆପଣ ଶାଳଗ୍ରାମକୁ ଫୁଲ ଅର୍ପଣ କରନ୍ତୁ ଏବଂ ତାଙ୍କ ପୂଜା କରନ୍ତୁ ।
ଶାଳଗ୍ରାମଙ୍କ ପୂଜା ଆପଣ ପ୍ରତିଦିନ କରନ୍ତୁ ଏବଂ ଶାଳଗ୍ରାମକୁ ସବୁବେଳେ ଲାଳି ରଙ୍ଗର କପଡ଼ା ଉପରେ ରଖନ୍ତୁ । ଶାଳଗ୍ରାମକୁ କେବଳ ମନ୍ଦିରରେ ରଖିବା ଆବଶ୍ୟକ ଏବଂ ଏହାକୁ ସବୁବେଳେ ବିଷ୍ଣୁଙ୍କ ମୂର୍ତ୍ତି ପାଖରେ ସ୍ଥାପନ କରିବା ଉଚିତ ।ଏମିତି କୁହାଯାଏ ଯେ ଶାଳଗ୍ରାମକୁ ପୂଜା କରିଲେ ବିଷ୍ଣୁ ଖୁବଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଏବଂ ଅପଣଙ୍କର ସମସ୍ତ କାମନା ପୂରଣ ହୋଇଥାଏ ।
~ ଶାଳଗ୍ରାମକୁ ପୂଜା କରିବା ଦ୍ୱାରା ମିଳୁଥିବା ଲାଭ ~
ଶାଳଗ୍ରାମକୁ ପୂଜା କରିଲେ ବିଷ୍ଣୁ ଖୁବଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଏବଂ ଅପଣଙ୍କର ସମସ୍ତ କାମନା ପୂରଣ ହୋଇଥାଏ । ଯେଉଁ ଘରେ ଶାଳଗ୍ରାମର ପୂଜା ପ୍ରତିଦିନ ହୋଇଥାଏ ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘରେ କେବେ ଧନର ଅଭାବ ହୋଇନଥାଏ । ପବିତ୍ର ମନରେ ଶାଳଗ୍ରାମର ପୂଜା କରିଲେ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ ଏବଂ ଏହି ପାପର ଦଣ୍ଡରୁ ମୁକ୍ତି ମିଳିଥାଏ ।
ଶାଳଗ୍ରାମର ପୂଜା କରିବା ଦ୍ୱାରା ମସ୍ତିଷ୍କ ଶୁଦ୍ଧ ହୋଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ । ଶାଳଗ୍ରାମ ଘରେ ରହିଲେ ନକରାତ୍ମକ ଶକ୍ତି ଘରଠାରୁ ଦୂରେଇ ରହିଥାଏ ଏବଂ ଘର ସୁଖ ଶାନ୍ତିରେ ଭରିଯାଏ ।
Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago