ଲେଖା: ଶିଶିର ସାହୁ ମନୋଜ
ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ  ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର ମିଳିଯିଵେ ।
ଵିଚ୍ଛିନ୍ନାଞ୍ଚଳ ଵସ୍ତରରୁ ଆପଣ ଓଡ଼ିଶା ଆଡକୁ ଚାଲିଲେ । ଏଇ ତ ପିଜୁଳି ପାଚିଵା କାଳ !  ସେଠାକାର ଭତ୍ରୀ ଲୋକେ ବଡ଼ ସରଳ ସେମାନେ ଆଦର ସହକାରେ ଆପଣଙ୍କୁ ବେଲାତି ଖାଆନ୍ତୁ କହି ପିଜୁଳି ଖାଇଵାକୁ ଦେଵେ !!!
କ୍ରମଶଃ ଓଡ଼ିଶା ସୀମାରେ ପଶିଲେ ପିଜୁଳି ଫଳର ଶୁଣାଯିଵ ମେଓଆ, ମେଉଆ, ମଇଆ, ମୟା, ମାୟା, ମେଗୁଆ,ମେଘୁଆ, ଜମ୍ରୁଖ୍, ବିଦୁର ଆଦି ଅନେକ ନାଆଁ !  ସୁନ୍ଦରଗଡ଼ରେ ତାମରସ ଓ ବଣାଇଁର ଲୋକେ ପିଜୁଳିକୁ ବଦାମ୍ କହୁଥିଵାର ଶୁଣିଵାକୁ ପାଇଵେ । ଦେଓଗଡ଼ରେ ଶୁଣିଵେ ‘ତମସ’ ନାଆଁ ପୁଣି ବାମଣ୍ଡାର ଗ୍ରାମାଞ୍ଚଳରେ ମଧ୍ୟ ତମରସ/ଟମରସ ବୋଲି ଆଉ ଏକ ନାମ ଶୁଣିଵାକୁ ପାଇଵେ । ବଲାଙ୍ଗୀରର କଥିତ ଓଡ଼ିଆରେ ପିଜୁଳିକୁ କେଉଁଠି କେଉଁଠି ବିହି, ପେରୁଆ, ପେରୁ ଆଦି ବି କହୁଥିଵା ଜାଣି ଆଚମ୍ବିତ ହେଵେ । ବୌଦ୍ଧ ଜିଲ୍ଲାର କେତେ ସ୍ଥାନରେ ମଧ୍ୟ ପିଜୁଳିକୁ ‘ମେଗୁଆ’ ହିଁ କହନ୍ତି । ଟିକିଏ ଉତ୍ତର ପୂର୍ଵକୁ ଆସିଲେ କେନ୍ଦୁଝରଗଡ଼ରେ ପିଜୁଳିକୁ ଲୋକେ ବଦାମ କହୁଥିଵାର ଶୁଣିଵାକୁ ମିଳିଥାଏ ପୁଣି ଆନନ୍ଦପୁର ଅଞ୍ଚଳର ଲୋକେ ପିଜୁଳିକୁ ‘ଦରଖିଆ‘ ମଧ୍ୟ କହିଥାନ୍ତି ।
ଆଉଟିକିଏ ଉତ୍ତର ଆଡ଼କୁ ଗଲେ ମୟୂରଭଞ୍ଜ ଅଞ୍ଚଳରେ ପିଜୁଳିକୁ ପେଡା଼ କୁହାଯାଉଥିଵା ଶୁଣିଵାକୁ ପାଇଵେ ପୁଣି ପଡୋ଼ଶୀ ସିଂହଭୂମି ଵିଚ୍ଛିନ୍ନାଞ୍ଚଳ ଆଡୁ଼ ପିଜୁଳିର ଆଉ ଏକ ନାଆଁ ସୋଇତାମ୍ବ ଶୁଣାଯିଵ ।
ମେଦିନୀପୁର ଵିଚ୍ଛିନ୍ନାଞ୍ଚଳକୁ ଗଲେ ସେଠିକାର ଲୋକେ ପିଜୁଳି ଦେଇ ଆପଣଙ୍କୁ ପେରହା ଖାଅନ୍ତୁ ବୋଲି କହିଵେ । ଯଦି ସିଆଡୁ଼ ବାଲେଶ୍ଵର ଆଡ଼କୁ ଫେରନ୍ତି ଆପଣଙ୍କୁ ପିଜୁଳି ଫଳର କ୍ରମଶଃ ପେହେଡ଼ା, ପେଡ଼ା, ପେଢ଼ାପେଜୁର ଆଦି ନାଆଁ ମିଳିଵ । ପାଖ ଭଦ୍ରକ ଜିଲ୍ଲାରେ ବି ପିଜୁଳି ଫଳର  ପେହେଡା, ପେଏଡା, ପିଜୁରି, ବିଦୁଡି ଆଦି ନାମ ଦେଖି ଆପଣ ଆହୁରି ଵିସ୍ମିତ ହେଵେ। କଟକ ଆଡେ଼ ଆସିଲେ ଲୋକେ କଟକରେ ପିଜୁଳି, ପିଜୁଡ଼ି, କେଭୁଆବିଦୁଡ଼ୁ ମଧ୍ୟ କହୁଥିଵା ଶୁଣିଵାକୁ ପାଇଵେ । ଖୋର୍ଦ୍ଧା ଜିଲ୍ଲାରେ ଲୋକେ କହିଵେ ନିଅ ନିଅ ଚାଉଳିଆ, ବିଜୁଳିଟିଏ ଖାଅ ପଥଶ୍ରାନ୍ତ ଲାଘଵ ହେଵ । ପୁଣି ଯଦି ନୟାଗଡ଼ ଆଡେ଼ ଯିଵେ ଲୋକେ ଆପଣଙ୍କୁ ପିଜୁଳିର ଫୁଗୁଡି଼, ଜାମି, ଦାଳିଖିଆ, ଡାଳିଖିଆ ଆଦି ନାଆଁ ସବୁ ଶୁଣେଇଵେ ।
ହିନ୍ଦୋଳଗଡ଼ରେ ପଶିଲାଵେଳକୁ ପିଜୁଳିର ନାଆଁ ନେହୁଆ ହେଇଯାଇଥିଵ ପୁଣି ଢେଙ୍କାନାଳ ଗଡ଼ଜାତର ଲୋକେ ପିଜୁଳିକୁ ବିଜୁଳି କହୁଥିଵାର ଶୁଣିଲେ ଆପଣଙ୍କର ଵର୍ଷାରାଣୀ ଇର୍ମଦ କଥା ମନେ ପଡି଼ଯିଵ । ସେଇଭଳି ମଢି଼ ଵା ଆଧୁନିକ କାମାକ୍ଷାନଗରର ନିପଟ ମଫସଲିଆ ଗାଆଁରେ ଶୁଣାଯିଵ ପିଜୁଳିର ଲୋକପ୍ରିୟ ନାଆଁ ପିଆରା
ସେଠାରୁ ଆଗକୁ ଅନୁଗୋଳ ଆଡକୁ ଗଲେ ଲୋକେ ପିଜୁଳିର ପିଚୁଡ଼, ଲକାମ ଆଦି ନାଆଁ କହିଵେ ପୁଣି ଯଦି ଆପଣ ଗଞ୍ଜାମ, ଗଜପତି ଓ ଅଵିଭକ୍ତ କୋରାପୁଟ ଆଡ଼କୁ ଯାଆନ୍ତି ତେଵେ ସେ ଅଞ୍ଚଳରେ ପିଜୁଳିକୁ ଜାମୁ, ଜାମି, ଜାହ୍ମି, ଜାହ୍ମ, ଜାମ୍ବ,ନେଉଆପିଦୁରି ଆଦି ନାଆଁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇ ଭାଵିଵେ ଗୋଟିଏ ଫଳର  ଏତେ ନାଆଁ ?
କିନ୍ତୁ ଆପଣ କଣ୍ ଓଡ଼ିଶାର ସବୁ ଗାଆଁକୁ ଯାଇପାରିଵେ ? ଯଦି ଯାଇପାରନ୍ତେ ତ ପିଜୁଳିର ଆହୁରି ଶତାଧିକ ନାଆଁ ଦେଖି କେତେ ଅଭିଭୂତ ନ ହୁଅନ୍ତେ ସତେ !!!
ହେଲେ ଏ ତ ଭାରତଵର୍ଷର କେଵଳ ପୂର୍ଵାଞ୍ଚଳର କଥା ସାରା ଭାରତରେ ପିଜୁଳି ପାଇଁ ସହସ୍ର ସହସ୍ର ନାଆଁ ଚଳୁଅଛି । ଆଜି କଳିଙ୍ଗ ଦେଶଟା ସାରା ବୁଲି ବୁଲି କେତେ ନାଆଁରେ ପିଜୁଳି ଖାଇଲେଣି । ଆଉ ଦିନେ ଭାରତ ସାରା ବୁଲି ବୁଲି କି ପିଜୁଳି ଖାଇଵା ।
ଓଡ଼ିଶାଟା ବହୁତ ବଡ଼ ଆମେ କ’ଣ ସବୁ ଅଞ୍ଚଳ ବୁଲି ପାରିଥାନ୍ତୁ ? ଯେଉଁ ଅଞ୍ଚଳକୁ ଯାଇପାରିନାହୁଁ ସେଠିକା ଲୋକ ତାଙ୍କ ଅଞ୍ଚଳରେ ପିଜୁଳି ଫଳକୁ କ’ଣ କୁହନ୍ତି ଜଣାନ୍ତେ ବୋଲେ ବି ସେପଟରୁ ଗୋଟିଏ ପିଜୁଳି ମିଳିଲା ବୋଲି ଵିଚାର କରନ୍ତୁ !!!
© ଶବ୍ଦଭେଦ
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago