ଉପସ୍ଥାପନା: ଶିଶିର ସାହୁ ମନୋଜ
ଏ ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ କୁହନ୍ତି । ଗୁଜିହା ଶବ୍ଦର ମୂଳ ଅସ୍ପଷ୍ଟ ପୁଣି ଉତ୍ତର ପ୍ରଦେଶରେ ମଧ୍ୟ ଗୋଜିହା ଶବ୍ଦଟିଏ ଏ ମିଠାର ନାମାର୍ଥେ ଚଳୁଥିଵାର ଜଣାଯାଏ ।
ଏ ମିଠାର ଅନ୍ଯତମ ନାମ କାନମୁଡା଼ ଅଟେ । ବହୁତ ସମ୍ଭଵ ମିଠାଟି କାନମୁଣ୍ଡା ଭଳି ଦେଖାଯାଏ ବୋଲି ପଶ୍ଚିମ ଓଡ଼ିଶାରେ ଏ ମିଠାକୁ କାନମୁଡା଼ କୁହାଯାଉଥିଵା ସମ୍ଭଵ ।
ପଶ୍ଚିମବଙ୍ଗରେ ଏହି ମିଠାକୁ ସାତପୁରୀ କୁହାଯାଏ । ସ୍ଥାନୀୟ ଅଧିଵାସୀଙ୍କ ଅନୁସାରେ ବଙ୍ଗଦେଶରେ ସାତପ୍ରକାରର ପୂର ପକାଇ ଏଇ ମିଠା କରାଯାଉଥିଲା ବୋଲି ଏହାର ଏଭଳି ନାମକରଣ ହୋଇଅଛି । ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ କରଞ୍ଜି ମିଠା କୁହାଯାଏ । ଏ ଶବ୍ଦର ମୂଳ ମଧ୍ୟ ଅସ୍ପଷ୍ଟ ଅଟେ ।
ଢେଙ୍କାନାଳରେ ଏହି ମିଠାକୁ ସାମୁସା କୁହନ୍ତି । ବୋଧହୁଏ ଏ ମିଠା ଦେଖିଵାକୁ ସାମୁକା ଭଳି ବୋଲି ଏହାର ଏଭଳି ନାମକରଣ ହୋଇଥିଵ । ସମ୍ଭଵତଃ ପ୍ରଥମେ ଏ ମିଠାକୁ ସାମୁକା କୁହାଯାଇଥିଵ କିନ୍ତୁ ପରେ ଶାମୁକା ଓ ସାମୁକା ମଧ୍ୟରେ ଭିନ୍ନତା ପାଇଁ ସାମୁସା ହୋଇଥିଵ ।
ମତାନ୍ତରେ ଶିଙ୍ଗିଡା଼ର ଏକ ଦେଶଜ ନାମ ସାମସା, ସାମୁସା, ସମୋସା । ଯେହେତୁ ଏ ମିଠାଟି ଦେଖିଵାକୁ ସାମାନ୍ୟ ଶିଙ୍ଗିଡା଼ ଭଳି ତେଣୁ ଏହାର ନାମ ସାମୁସା ରଖାଯାଇଥିଵ । ଇଂରାଜୀ ଭାଷାରେ ଏହାକୁ sweet somosa କୁହାଯାଉଥିଵାରୁ ଏହି ମତଟି ଅଧିକ ବଳିଷ୍ଠ ଜଣାପଡେ଼ ।
ତେଵେ ଆପଣଙ୍କ ଅଞ୍ଚଳରେ ଏଇ ମିଠାକୁ କ’ଣ କୁହନ୍ତି ?
Photo ଓ ତଥ୍ୟ: ଶ୍ରୀମତୀ ସୁନନ୍ଦା ମହାପାତ୍ର
© ଶ୍ରୀମତୀ ସୁନନ୍ଦା ମହାପାତ୍ର
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago