ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି ?

ଗ୍ରନ୍ଥ ଶବ୍ଦର ଅର୍ଥରେ ଏହାର ଉତ୍ତର ଲୁଚି ରହିଛି, ତେଣୁ ଚାଲନ୍ତୁ ଏ ଶବ୍ଦ ଵିଷୟରେ ଵିସ୍ତୃତ ଜାଣିଵା ।

ଗ୍ରନ୍ଥ ଏକ ସଂସ୍କୃତ ଵିଶେଷ୍ଯ ଶବ୍ଦ ଏଵଂ ଗ୍ରନ୍ଥ୍ ଧାତୁରେ କର୍ମାର୍ଥେ ଅ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି ।

ଗ୍ରନ୍ଥ ଶବ୍ଦର ନିମ୍ନୋକ୍ତ ସଂସ୍କୃତ ଅର୍ଥ ରହିଛି:
୧. ପୁସ୍ତକ
୨. ଧର୍ମଗ୍ରନ୍ଥ
୩. ରଚନା; ସନ୍ଦର୍ଭ
୪. ଧନ
୫. ଗ୍ରନ୍ଥା (Stringing together)
୬. ସମ୍ପର୍କ (ପ୍ରକୃତିଵାଦ)
୭. ଅନୁଷ୍ଟୁପଛନ୍ଦ (୩୨ ଅକ୍ଷରବିଶିଷ୍ଟ ଶ୍ଳୋକ) 
୮. ସମ୍ପତ୍ତି properties(Apte).
୯. ଏକତ୍ର ବାନ୍ଧିଵା
୧୦. ପୋଥି
୧୧. ଶାସ୍ତ୍ର

ସେଇଭଳି ଦେଶଜ ଵିଶେଷ୍ୟ ଗ୍ରନ୍ଥ ଶବ୍ଦର ଅର୍ଥ ହେଲା ୧୮କଣ୍ଠି ଵିଶିଷ୍ଟ ମାଳାକୁ ୧୦୮×୪ ଥର ଜପିଵା । ଉଦାହରଣ:
“ଚାରିଵାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ”
(ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା।)

ଗ୍ରନ୍ଥ ଶବ୍ଦ ଗ୍ରନ୍ଥ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଯାହାର ନିମ୍ନୋକ୍ତ ଅର୍ଥ ରହିଛି . .
୧. ଏକତ୍ର ସଜାଇଵା
୨. ଶ୍ରେଣୀବଦ୍ଧ କରିଵା
୩. ଏକତ୍ର ବାନ୍ଧିଵା
୪. ଚାରିପାଖେ ଗୁଡ଼ାଇଵା
୫. ଉତ୍ପାଦନ କରିଵା
୬. ବୁଣିଵା; ବିଞ୍ଚିଵା

ଗ୍ରନ୍ଥ୍ ଧାତୁ ସହ ସମଦ୍ଧୃତ ଅନ୍ଯ ସଂସ୍କୃତ ଧାତୁ ଶବ୍ଦ ହେଲା ଗୁତ୍ସ ଧାତୁ, ଗ୍ରଥ୍ ଧାତୁ ଏଵଂ ପ୍ରାକୃତରେ ଏ ଧାତୁ ଗୁତ୍ଥ୍ ହୋଇଅଛି ।

ଏହି ଗ୍ରନ୍ଥ ଓ ଗ୍ରନ୍ଥ୍ ଧାତୁ ସମଦ୍ଧୃତ କେତେକ ଓଡ଼ିଆ ଶବ୍ଦ ବି ରହିଛି, ଯେପରି କି,  
✓୧. ଗଇଁଛିଵା (ସଂ. ଗ୍ରନ୍ଥ+ଛନ୍ଦ) — ଦେହରେ ଛନ୍ଦିକରି ଲୁଗା ପିନ୍ଧଵା

✓୨. ଗିଲ୍ଟି (ସଂ. ଗ୍ରନ୍ଥ)—
କ. ଦେହସନ୍ଧିର ଗ୍ରନ୍ଥି
ଖ. ଦେହର ସନ୍ଧି ଫୁଲି ଦରଜ ହେଵା ରୋଗ

✓୩. ଗୁନ୍ଥିଵା—
କ. ମାଳାରୁପେ ଏକତ୍ର କରିଵା
ଖ. ଗ୍ରନ୍ଥନ କରିଵା
ଗ. ଫୋଡ଼ିଵା

✓୪. ଗଣ୍ଠି
କ. ଗ୍ରନ୍ଥି

ତେଵେ ପ୍ରଶ୍ନ ଥିଲା ପଞ୍ଚତନ୍ତ୍ର ଏକ ଗ୍ରନ୍ଥ ପଦଵାଚ୍ଯ କି ?

ନିଶ୍ଚୟ ଏହା ଏକ ଗ୍ରନ୍ଥ କାରଣ ଗ୍ରନ୍ଥ ଶବ୍ଦର ଅର୍ଥ ଓ ଗ୍ରନ୍ଥ୍ ଧାତୁର ନିରୁକ୍ତି ପଞ୍ଚତନ୍ତ୍ର କୁ ଗ୍ରନ୍ଥର ମାନ୍ୟତା ଦେଇଥାଏ ।

ପ୍ରଥମତଃ ଗ୍ରନ୍ଥ, ଗ୍ରଥ୍ ଓ ଗୁତ୍ଥ ଆଦି ଧାତୁ ଶବ୍ଦର ମୁଖ୍ଯ ଅର୍ଥ ଗୁନ୍ଥିଵା ଅଟେ ଏଵଂ ପଞ୍ଚତନ୍ତ୍ର ରେ ପାଞ୍ଚୋଟି ତନ୍ତ୍ର ଵା ଭାଗକୁ ଗୁନ୍ଥା ଯାଇଅଛି । ସେଇଭଳି ପ୍ରତ୍ଯେକ ତନ୍ତ୍ରରେ ମଧ୍ୟ ଅନେକ ଗଳ୍ପକୁ ପୁଷ୍ପର ମାଳା ଭଳି ପରସ୍ପର ଗୁନ୍ଥା ଯାଇଛି । ତେଣୁ ଗ୍ରନ୍ଥ୍ ଧାତୁର ଅର୍ଥ ଅନୁସାରେ ପଞ୍ଚତନ୍ତ୍ର ଏକ ଗ୍ରନ୍ଥ ପଦଵାଚ୍ଯ ଅଟେ ।

ଗ୍ରନ୍ଥ ଶବ୍ଦର ଅନେକ ଅର୍ଥ ମଧ୍ୟରେ ପୁସ୍ତକ, ପୋଥି, ଶାସ୍ତ୍ର, ପରସ୍ପର ଗୁନ୍ଥିଵା ଓ ରଚନା ଆଦି ଅର୍ଥ ମଧ୍ୟ ପଞ୍ଚତନ୍ତ୍ର କୁ ଏକ ଗ୍ରନ୍ଥର ମାନ୍ଯତା ଦେଇଥାନ୍ତି ।

ଧର୍ମଗ୍ରନ୍ଥ ଵା ଶାସ୍ତ୍ରରେ ମଧ୍ୟ କଥାଗୁଡି଼କୁ ପରସ୍ପର ସହିତ ଗୁନ୍ଥା ଯାଇଥାଏ ଏଵଂ ତାହା ଵିଭିନ୍ନ ଭାଗ ଵା ଖଣ୍ଡ ଓ ଉପଖଣ୍ଡରେ ଵିଭକ୍ତ ହୋଇଥାଏ । ଧର୍ମଗ୍ରନ୍ଥ ଓ ଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବୁଦ୍ଧିମାନ, ମାନସିକ ଭାଵେ ଦୃଢ଼ ଏଵଂ ଧର୍ମପ୍ରାଣ କରିଵା । ଏହି ସମସ୍ତ ଲକ୍ଷଣ ଆମେ ପଞ୍ଚତନ୍ତ୍ରରେ ମଧ୍ୟ ପାଳିଥାଆନ୍ତି ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପଞ୍ଚତନ୍ତ୍ର ମଧ୍ୟ ଗ୍ରନ୍ଥ ପଦଵାଚ୍ଯ ଅଟେ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago