ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ?

ଉତ୍ତର:
ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୮୨୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି । ସେଠି ଏହାର ଦୁଇଟି ଅର୍ଥର ଉଲ୍ଲେଖ ରହିଛି ।

କ. ସପ୍ତସ୍ବରର କ୍ରମଗତି
ଏବଂ
ଖ. ସଂଗୀତର ମୌଳିକ ସ୍ବରମାନ  !!

ଭାଷାବିତମାନେ ଏ ଶବ୍ଦର ସୃଷ୍ଟିକୁ ନେଇ ଦୁଇଗୋଟି ସମ୍ଭାବନା ବ୍ଯକ୍ତ କରିଛନ୍ତି,
୧. ସପ୍ତସ୍ବର ମଧ୍ଯରେ “ସା, ରେ, ଗା, ମା” ର ପରିବର୍ତ୍ତିତ ରୂପ — ସରଗମ୍ !         
[ସାରେଗାମା > ସାରେଗମ୍ > ସର୍ଗମ୍]  
ଏବଂ          
୨. ସ୍ୱରଗ୍ରାମ ଶବ୍ଦରୁ ପରିବୃତ ହୋଇ ସୃଷ୍ଟ ଦେଶଜ ରୂପ ସର୍ଗମ୍ ! 
[ସ୍ବରଗ୍ରାମ > (ସ)ସୁରଗାରାମ୍ > ସରଗମ୍ > ସର୍ଗମ୍]  ! ! !

ଏ ଶବ୍ଦଟି ଯଦି ସ୍ବରଗ୍ରାମର ଦେଶଜ ରୂପ ତେବେ ଏହା ଆରବୀୟ ଭାଷା ବ୍ଯାକରଣ ଆଧାରରେ ଜାତ ଶବ୍ଦ ଭଳି ଲାଗିଥାଏ। ଆରବକୁ ଯାଇ ଚଳୁଥିବା ଅଧିକାଂଶ ଭାରତୀୟ ଶବ୍ଦରୁ ମାତ୍ରା, କାର ଓ ଫଳା ଉଠେଇ ଦେଇ ବ୍ଯବହାର କରାଯାଏ । ଏଇ ଯେମିତି ଭାରତୀୟ ଶର୍କ୍କରା ଶବ୍ଦଟି ଆରବକୁ ଯାଇ ଶକ୍କର ହୋଇ ଫେରିଛି । ଉତ୍ତର ଭାରତରେ ଆରବୀ ପାର୍ସୀର ପ୍ରବଳ ପ୍ରଭାବ ଯୋଗୁଁ ଏଭଳି ହୋଇଥିବା ଅସମ୍ଭବ ନୁହେଁ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago