ଲେଖା: ଶିଶିର ସାହୁ ମନୋଜ
ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି ।
କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ ପକେଇଵା ଏଵଂ ସୁନ୍ଦରଗଡ଼ରେ ଉଖଲା କରଵାର ଅର୍ଥ ହୀନସ୍ତା ହେଵା ଅଟେ ।
କନ୍ଧମାଳରେ ଏ ଶବ୍ଦ ଅର୍ଥରେ ଉପ୍’କା ଵା ଉପ’ଲା କୁହାଯାଏ । ହିନ୍ଦୀରେ କିନ୍ତୁ ଉପଲା ମାନେ ଘସି ଅଟେ ।
ମାଲକାନଗିରିରେ ଏ ଶବ୍ଦ ମାହାଳିଆ ଅର୍ଥରେ ଉବ’କା ହୋଇ ପ୍ରଚଳିତ ।
ନଵରଙ୍ଗପୁରରେ ଉପୁରୀ ଶବ୍ଦର ଅର୍ଥ ଵିନା ପରିଶ୍ରମେ ଲବ୍ଧପଦାର୍ଥ । ଏ ଶବ୍ଦ ପୂର୍ଵାଞ୍ଚଳରେ ଲାଞ୍ଜ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
ସେହିଭଳି ନଵରଙ୍ଗପୁରରେ ଉଲ୍’ଫା ଶବ୍ଦର ଅର୍ଥ ତୁଛାରେ କିନ୍ତୁ କୋରାପୁଟରେ ଏହି ଶବ୍ଦ ମାହାଳିଆ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
ଦେଓଗଡ଼ରେ ଉଝେଇ ଶବ୍ଦର ଅର୍ଥ ମାଗଣା ଵା ମାହାଳିଆ କିନ୍ତୁ ପୁରୀରେ ପହଞ୍ଚିଲାଵେଳକୁ ଏ ଶବ୍ଦର ଅର୍ଥ ତୁଚ୍ଛା ହୋଇଯାଏ ।
ଆମ ଭାଷାରେ ମାହାଳିଆ ଵା ମାଗଣା ଅର୍ଥରେ ଥିଵା ଆଉ କିଛି ପ୍ରତିଶବ୍ଦର ଉଲ୍ଲେଖ କରାଗଲା ।
✓ଅଧୀଷ୍ଟ (ଏହାର ଏକ ଅର୍ଥ ଅଵୈତନିକ)
✓ଅଶୁଳ୍କ
✓ମୂଲ୍ଯରହିତ
✓ଉଠିଆ
✓ଉଦା
✓ଉପରି (ଏହାର ଲୋକପ୍ରିୟ ଅର୍ଥ ଲାଞ୍ଜ ହେଲାଣି)
✓ନକଉଡ଼ିଆ
✓ପଲା
✓ମୋଫତ୍
✓ମାହାଳିଆ/ମାହୁଳିଆ
✓ଫୋକଟ
✓ମାଗଣା/ମାଗେଣା
✓ଫାଙ୍କତାଳ
✓ବେ ଆରିଙ୍ଗ୍
✓ଯଚ୍ନିଆ (ଯାହା ଯାଚି କି ଦିଆଯାଏ)
ସେହିଭଳି ଆମ ଓଡ଼ିଶାର ଜନଜାତୀୟ ଭାଷାରେ ମଧ୍ୟ ମାଗଣାର ପ୍ରତିଶବ୍ଦ ଚଳୁଅଛି । ଯେପରି କି,
✓କୁଇ—ଆରେନେ
✓ଖରିଆ—ମଙ୍ଗନା (ଓ ମାଗଣା)
✓ମୁଣ୍ଡା—ସାମାତେ
© ଶିଶିର ସାହୁ ମନୋଜ
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…