All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ନରିହା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ

ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି ।

ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା । ଏହାକୁ ରାଜୋଚ୍ଚିତ ଭାଷାରେ ‛ପାଣି ଆପଟ’ କୁହାଯାଉଥିଲା ।

ପୂର୍ଵାଞ୍ଚଳରେ ଏ କଥାର ସାକ୍ଷ୍ୟ ଦେଵା ହେତୁରୁ ଲୋକଵାଣୀ ଵା ଢଗ ରହିଛି, ଯଥା:
“ମାଆ ସାଆନ୍ତାଣୀ ରାଣୀ,
ଦେଇଥିବି ଗଡ଼ମାଳିଆ ଘରେ ଲୋ
ଗଉଡ଼ ବୋହିବେ ପାଣି ।।”

ଶ୍ରୀମନ୍ଦିରର ସେଵକଙ୍କ ସେଵାକାର୍ଯ୍ୟ ମଧ୍ୟରେ ପାଣି ଆପଟ ଅନ୍ଯତମ ଅଟଇ । ଏଠାକାର ପାଣି ଆପଟ କାର୍ଯ୍ୟ ତୁଲାଉଥିଵା ସେଵକଙ୍କୁ ପାଣି ବୁହାଇବା/ବୋହିଵା ଓ ବାସନ ମାଜିବା କାର୍ଯ୍ୟ ସମ୍ପାଦନ କରିଵାକୁ ହୋଇଥାଏ ।

ସେଇଭଳି ଉପକୂଳଵର୍ତ୍ତୀ ଓଡ଼ିଶାର କେତେକ ଅଞ୍ଚଳରେ ଗଉଡ଼ଶ୍ରେଣୀର ଲୋକେ ସଵାରୀ ଵାହକ ଵା କାନ୍ଧିଆ ଵେହେରା ହେଉଥିଲେ । ଏ ସେଵାକୁ ମଧ୍ୟ ଆପଟ କୁହାଯାଉଥିଲା । ଆଗେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ଵେହେରା ହେଉଥିଲେ ।

ଗଡ଼ଜାତରେ ତଥା ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରି କାନ୍ଧିଆ ଵେହେରା ହେଉଥିଲେ । ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାଉଥିଲାଵେଳେ ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧଉଥିଲେ । ବାଲେଶ୍ବର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ଵେହେରା ହେଉଥିଲେ ।

ସମୟ ବଦଳିଵା ସହିତ ପଶ୍ଚିମ ଓଡ଼ିଶାରେ ପାଣି ଆପଟ କାର୍ଯ୍ୟ ସମ୍ପାଦନ କରୁଥିଵା ସେଵକ ଅର୍ଥରେ ଵ୍ୟଵହୃତ ‛ନରିଆ’ ବା ନରିହା ଶବ୍ଦଟି ଚାକର ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା ।

ତେବେ ଏଠାରେ କେତେକ ଅଞ୍ଚଳରେ ଗଉଡ଼ ଅର୍ଥରେ ଏ ଶବ୍ଦର ଵ୍ୟଵହାର ଏହାର ମୂଳ ଅର୍ଥ ଆଡ଼କୁ ଆମ୍ଭକୁ ସ୍ପଷ୍ଟ ସଂକେତ ଦେଇଥାଏ ।

ନିମ୍ନରେ ନରିଆ ଵା ନରିହା ଶବ୍ଦ ସହିତ ସମଧୃତ ପଶ୍ଚିମ ଓଡିଶାର ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ କେତେକ ଶବ୍ଦର ଉଦାହରଣ ଦିଆଗଲା ।

୧. ନରହିଏନ୍ – ଚାକରାଣୀ(ସମ୍ବଲପୁର)
୨. ନରିଆ – ଚାକର,ଗାଈଆଳ,ପାଣି ଦେଵାଵାଲା,ସେଵକ (ସାହିତ୍ୟ, ଦେଓଗଡ଼,ବୌଦ୍ଧ,ସୁନ୍ଦରଗଡ)
୩. ନରିଆଣୀ – ଚାକରାଣୀ, ପାଣିଯୋଗାଉଥିଵା ପୋଇଲି (ସାହିତ୍ୟ, ବୌଦ୍ଧ, ଦେଓଗଡ଼)
୪. ନରିଏନ୍ – ଗଉଡୁଣୀ (ସୁନ୍ଦରଗଡ଼)
୫. ନରିହା – ପାଣିଦେଵାଲୋକ, ଗାଈଚରାଳି (ସୁନ୍ଦରଗଡ଼, ଝାରସୁଗୁଡା଼, ସୁବର୍ଣ୍ଣପୁର, ସମ୍ବଲପୁର)
୬. ନରେନ୍ – ପୋଇଲି, ଘରକାମ କରୁଥିବା ପରିଚାରିକା (କଳାହାଣ୍ଡି)

ପୂର୍ଵେ ଗଉଡ଼ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଖଣ୍ଡାୟତ ପାହ୍ୟା ଥିଵାର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୁଏ ଯେ, ଏ ଜାତୀୟ ଲୋକେ କେଵଳ ଜଳ ଯୋଗାଇ ଦେଵକାର୍ଯ୍ୟ ସମ୍ପାଦନା ତଥା ରାଜା ଓ ପ୍ରଜାଙ୍କ ଜୀଵନ ବଞ୍ଚାଉ ନଥିଲେ ! ଆଵଶ୍ୟକ ହେଲେ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରି ଦେଶରକ୍ଷା କରିଵାରେ ସାହାଯ୍ୟ କରୁଥିଲେ ।

@ଶବ୍ଦଭେଦ
Spread the love
admin

Next ଖୁଚା »
Previous « ବାଘଛେଳି ଖେଳ
Leave a Comment
Share
Published by
admin
Tags: କାନ୍ଧିଆ ଵେହେରାନରିଆନରିହାପାଣି ଆପଟ
5 years ago

    Related Post

  • ବୈଷ୍ଣବ ଚରଣ ମହାନ୍ତି
  • ମାତୃଭାଷା
  • ଗୁରୁ

Recent Posts

  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

5 days ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

6 days ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago
  • ଶ୍ରୀଜଗନ୍ନାଥ

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago
All Rights ReservedView Non-AMP Version
  • L