All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ନରିହା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ

ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି ।

ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା । ଏହାକୁ ରାଜୋଚ୍ଚିତ ଭାଷାରେ ‛ପାଣି ଆପଟ’ କୁହାଯାଉଥିଲା ।

ପୂର୍ଵାଞ୍ଚଳରେ ଏ କଥାର ସାକ୍ଷ୍ୟ ଦେଵା ହେତୁରୁ ଲୋକଵାଣୀ ଵା ଢଗ ରହିଛି, ଯଥା:
“ମାଆ ସାଆନ୍ତାଣୀ ରାଣୀ,
ଦେଇଥିବି ଗଡ଼ମାଳିଆ ଘରେ ଲୋ
ଗଉଡ଼ ବୋହିବେ ପାଣି ।।”

ଶ୍ରୀମନ୍ଦିରର ସେଵକଙ୍କ ସେଵାକାର୍ଯ୍ୟ ମଧ୍ୟରେ ପାଣି ଆପଟ ଅନ୍ଯତମ ଅଟଇ । ଏଠାକାର ପାଣି ଆପଟ କାର୍ଯ୍ୟ ତୁଲାଉଥିଵା ସେଵକଙ୍କୁ ପାଣି ବୁହାଇବା/ବୋହିଵା ଓ ବାସନ ମାଜିବା କାର୍ଯ୍ୟ ସମ୍ପାଦନ କରିଵାକୁ ହୋଇଥାଏ ।

ସେଇଭଳି ଉପକୂଳଵର୍ତ୍ତୀ ଓଡ଼ିଶାର କେତେକ ଅଞ୍ଚଳରେ ଗଉଡ଼ଶ୍ରେଣୀର ଲୋକେ ସଵାରୀ ଵାହକ ଵା କାନ୍ଧିଆ ଵେହେରା ହେଉଥିଲେ । ଏ ସେଵାକୁ ମଧ୍ୟ ଆପଟ କୁହାଯାଉଥିଲା । ଆଗେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ଵେହେରା ହେଉଥିଲେ ।

ଗଡ଼ଜାତରେ ତଥା ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରି କାନ୍ଧିଆ ଵେହେରା ହେଉଥିଲେ । ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାଉଥିଲାଵେଳେ ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧଉଥିଲେ । ବାଲେଶ୍ବର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ଵେହେରା ହେଉଥିଲେ ।

ସମୟ ବଦଳିଵା ସହିତ ପଶ୍ଚିମ ଓଡ଼ିଶାରେ ପାଣି ଆପଟ କାର୍ଯ୍ୟ ସମ୍ପାଦନ କରୁଥିଵା ସେଵକ ଅର୍ଥରେ ଵ୍ୟଵହୃତ ‛ନରିଆ’ ବା ନରିହା ଶବ୍ଦଟି ଚାକର ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା ।

ତେବେ ଏଠାରେ କେତେକ ଅଞ୍ଚଳରେ ଗଉଡ଼ ଅର୍ଥରେ ଏ ଶବ୍ଦର ଵ୍ୟଵହାର ଏହାର ମୂଳ ଅର୍ଥ ଆଡ଼କୁ ଆମ୍ଭକୁ ସ୍ପଷ୍ଟ ସଂକେତ ଦେଇଥାଏ ।

ନିମ୍ନରେ ନରିଆ ଵା ନରିହା ଶବ୍ଦ ସହିତ ସମଧୃତ ପଶ୍ଚିମ ଓଡିଶାର ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ କେତେକ ଶବ୍ଦର ଉଦାହରଣ ଦିଆଗଲା ।

୧. ନରହିଏନ୍ – ଚାକରାଣୀ(ସମ୍ବଲପୁର)
୨. ନରିଆ – ଚାକର,ଗାଈଆଳ,ପାଣି ଦେଵାଵାଲା,ସେଵକ (ସାହିତ୍ୟ, ଦେଓଗଡ଼,ବୌଦ୍ଧ,ସୁନ୍ଦରଗଡ)
୩. ନରିଆଣୀ – ଚାକରାଣୀ, ପାଣିଯୋଗାଉଥିଵା ପୋଇଲି (ସାହିତ୍ୟ, ବୌଦ୍ଧ, ଦେଓଗଡ଼)
୪. ନରିଏନ୍ – ଗଉଡୁଣୀ (ସୁନ୍ଦରଗଡ଼)
୫. ନରିହା – ପାଣିଦେଵାଲୋକ, ଗାଈଚରାଳି (ସୁନ୍ଦରଗଡ଼, ଝାରସୁଗୁଡା଼, ସୁବର୍ଣ୍ଣପୁର, ସମ୍ବଲପୁର)
୬. ନରେନ୍ – ପୋଇଲି, ଘରକାମ କରୁଥିବା ପରିଚାରିକା (କଳାହାଣ୍ଡି)

ପୂର୍ଵେ ଗଉଡ଼ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଖଣ୍ଡାୟତ ପାହ୍ୟା ଥିଵାର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୁଏ ଯେ, ଏ ଜାତୀୟ ଲୋକେ କେଵଳ ଜଳ ଯୋଗାଇ ଦେଵକାର୍ଯ୍ୟ ସମ୍ପାଦନା ତଥା ରାଜା ଓ ପ୍ରଜାଙ୍କ ଜୀଵନ ବଞ୍ଚାଉ ନଥିଲେ ! ଆଵଶ୍ୟକ ହେଲେ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରି ଦେଶରକ୍ଷା କରିଵାରେ ସାହାଯ୍ୟ କରୁଥିଲେ ।

@ଶବ୍ଦଭେଦ
Spread the love
admin

Next ଖୁଚା »
Previous « ବାଘଛେଳି ଖେଳ
Leave a Comment
Share
Published by
admin
Tags: କାନ୍ଧିଆ ଵେହେରାନରିଆନରିହାପାଣି ଆପଟ
5 years ago

    Related Post

  • ଭକ୍ତକବି ମଧୁସୂଦନ ରାଓ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago
  • ଭାଷା ଓ ସାହିତ୍ୟ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago
  • ଅନ୍ୟାନ୍ୟ

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago
All Rights ReservedView Non-AMP Version
  • L