All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଖୁଚା

ଲେଖା: ଶିଶିର ସାହୁ ମନୋଜ

ଓଡ଼ିଶାରେ ଗୋଟାଏ ଶବ୍ଦର ଅର୍ଥ ଓ ରୂପ ସ୍ଥାନ ଵିଶେଷରେ ଭିନ୍ନ ଭିନ୍ନ ହୋଇଥାଇପାରେ । ପଶ୍ଚିମ ଓଡ଼ିଶାରେ ଖୁଚା ଶବ୍ଦର ଵିଭିନ୍ନ ଅର୍ଥ ଏହାର ଜ୍ଵଳନ୍ତ ଉଦାହରଣ ।

ଖୁଚା ଶବ୍ଦର କେତେକ ଅଞ୍ଚଳରେ ଅର୍ଥ କଚ୍ଛା ଏଵଂ ବହୁତ ସମ୍ଭଵ ଏହା କଚ୍ଛା ଶବ୍ଦର ସମ୍ବଲପୁରୀ ରୂପ କିଂଵା ଯେହେତୁ କଚ୍ଛା କ୍ଷେତ୍ରରେ ପିନ୍ଧିଵା ଵସ୍ତ୍ରର ଗୋଟିଏ କାନିକୁ ନାହୀ ପାଖରୁ ନେଇ ପୁଡ଼ା ତଳେ ଗଳାଇ ଅଣ୍ଟା ପଛରେ ଖୋସାଯାଏ ତେଣୁ କଚ୍ଛାକୁ କେତେକ ଅଞ୍ଚଳରେ ଖୁଚା କୁହାଯାଉଥିଵ ।

ସୁନ୍ଦରଗଡ ଓ ବରଗଡ଼ରେ  ଫସଲ କ୍ଷେତର ଶୂନ୍ୟସ୍ଥାନ ରୋପଣ ପାଇଁ ନୂଆ ପଲ୍ହା ରୋପଣ କରାଯିଵାକୁ ଖୁଚା କୁହାଯାଏ, କେଉଁଠି କେଉଁଠି ଏ ଶବ୍ଦ ଖୁଁଚା ହୋଇ ଚଳୁଥିଵା ଜଣାଯାଏ । ଏ ଖୁଚା ଶବ୍ଦଟି ଓଡ଼ିଆ କ୍ରିୟା ଖୁଞ୍ଚିଵା ସହିତ ସମଦ୍ଧୃତ । ଦୁଇଟି ରୁଆ ମଧ୍ୟରେ ଥିଵା ଖାଲି ସ୍ଥାନରେ ଅନ୍ୟ ଗୋଟିଏ ରୁଆ ଗୁଞ୍ଜି କରି ପୂରାଇଵା ଵା ଗୁଞ୍ଜିଵାକୁ ଖୁଞ୍ଚିଵା କୁହାଯାଏ । ସେହି ହେତୁରୁ କଳାହାଣ୍ଡିରେ ରୋଇଵା ଵା ରୋପଣ କରିଵା ଅର୍ଥରେ ଖୁଚିଵା ଶବ୍ଦଟି ଵ୍ଯଵହୃତ ହେଉଅଛି । 

ସେଇଭଳି କହୁଣୀମାଡ଼କୁ ଖୁଚାଁ କୁହାଯାଏ । ସାଧାରଣତଃ କହୁଣୀ ଦ୍ଵାରା ଦିଆଯିଵା ଆଘାତ ସେତେ ପୀଡା଼ଦାୟକ ନୁହେଁ । ଏ‌ହାକୁ ଢେଙ୍କାନାଳରେ ଡିହ ମାରିଵା କୁହାଯାଏ କିନ୍ତୁ ପୂର୍ଵାଞ୍ଚଳରେ ବାଡି଼ ଆଦିର ମୂଳଦ୍ବାରା ଆଘାତ କରିବାକୁ ଡିହ ମାରିଵା କୁହାଯାଏ ।

କହୁଣୀରେ ମାରିବାକୁ କହୁଣିଵା, କହୁଣିପସା ଇତ୍ୟାଦି ମଧ୍ୟ କୁହନ୍ତି ।  କହୁଣୀର ଗଣ୍ଠିକୁ ଖଡ଼୍କ କୁହାଯାଏ ଓ ଏହାର ମୂଳ ଅଟେ ଖୁଡ୍ ଧାତୁ ସହିତ  । ସମ୍ଭଵତଃ ଏ ଶବ୍ଦ ଖଙ଼୍କ ଵା ଖୁଡ୍ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ । ଖୁଚା ଶବ୍ଦର ଗୁଞ୍ଜିଵା/ଖୁଞ୍ଜିଵା ଶବ୍ଦ ସହିତ ଅର୍ଥଗତ ସାମ୍ଯ ଥିଵା ହେତୁ ଏହା ସହିତ ମଧ୍ୟ ଏହାର ସମଦ୍ଧୃତଗତ ସମ୍ପର୍କ ଥାଇପାରେ ।

ସେହିପରି ମୁଥ ମାରିଵାକୁ ଖୁନ୍ଦା ମାରିଵା କୁହାଯାଏ ଯାହା ସଂସ୍କୃତ କୃନ୍ଦ ଧାତୁ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଖୁଚା ଶବ୍ଦଟି ଖୁନ୍ଦା ସହିତ ମଧ୍ୟ ସମଦ୍ଧୃତ ହୋଇଥାଇପାରେ କାରଣ ଖୁନ୍ଦା ଶବ୍ଦରେ ନ ଅଛି ଯାହାର “ଣ” ସହିତ ଧ୍ଵନିତତ୍ଵଗତ ସମ୍ପର୍କ ରହିଛି ଓ ଏହା “ଡ” ରେ ପରିଵୃତ୍ତ ହୋଇପାରେ ! କ’ଣ ଶବ୍ଦ ଏହି ନିୟମରେ କଳାହାଣ୍ଡିରେ କାଡା଼ ଓ କାଁଡେ଼ ହୁଏ ।

ଖୁଚା ଶବ୍ଦ ସହିତ ଲାଗିଵା ଶବ୍ଦ ମିଶିଲେ ତାହାର ଅର୍ଥ ବୌଦ୍ଧ ଅଞ୍ଚଳରେ ବଦଳିଯାଏ । କଣ୍ଟାଳିଆ ଵସ୍ତୁରେ ଲାଗି ଵସ୍ତ୍ର ଚିରିଵାକୁ ଖୁଚା ଲାଗଵା କୁହାଯାଏ ।  ସାଧାରଣତଃ ଆମ ଗଡ଼ଜାତିଆ ବାଡ଼ କଣ୍ଟାଳିଆ ହୋଇଥାଏ । ସମ୍ଭଵତଃ ଏ ଶବ୍ଦର ସମ୍ବନ୍ଧ ଖୁଣ୍ଟ ଲାଗିଵା ସହିତ ରହିଛି କାରଣ ପଶ୍ଚିମ ଓଡ଼ିଶାରେ ବାଡ଼ ଦେଵାପାଇଁ ଯେଉଁ ଖୁଣ୍ଟ ଵ୍ଯଵହୃତ ହୁଏ ତାକୁ ଖୁଁଚି କୁହାଯାଏ । କେଉଁଠି କେଉଁଠି ଆଖୁ ଗଛକୁ ଠିଆ ରଖିଵାପାଇଁ ଯେଉଁ ଖୁଣ୍ଟ ପୋତାଯାଏ ତାକୁ ବି ଖୁଁଚି କୁହନ୍ତି ।

ସେଇମିତି ଯଦି ଖୁଚା ସହିତ ଦେଵା ଶବ୍ଦ ଯୁକ୍ତ ହୁଏ ତେଵେ ତାହାର ଅର୍ଥ ଭିନ୍ନ ହୋଇଯାଏ ଵା  ବଦଳିଯାଏ । ଏ ଅଞ୍ଚଳରେ ଖୁଚା ଦେଵା ଶବ୍ଦଟି ଉଲୁଗୁଣା ଦେଵା ଅର୍ଥରେ ଵ୍ଯଵହୃତ ହୋଇଥାଏ । ଗାଳି, ଗଞ୍ଜଣା ଓ ଖୁଣ୍ଟୁଣା ଦେଵାକୁ ଉଲଗୁଣା ଦେଵା କୁହନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଉଲୁଗୁଣା ଵା ଉଲଗୁଣା ଶବ୍ଦର ଏଇ ତିନି ଅର୍ଥରେ ଵିଶେଷ ଵ୍ଯଵହାର ରହିଆସିଛି । ବହୁତ ସମ୍ଭଵ ଖୁଚା ଦେଵା ଶବ୍ଦଟି ତେଣୁ ଓଡ଼ିଆ ଖୁଣ୍ଟା ଦେଵା ସହିତ ସମଦ୍ଧୃତ ଅଟଇ ।

ଖୁଚା ଶବ୍ଦର ଏକ ଅର୍ଥ ଖୋସା ଅର୍ଥାତ୍ ଯାହା ଖୋସା ଯାଇଛି । ପଶ୍ଚିମ ଓଡ଼ିଶା ଓଡ଼ିଶାରେ ଏଇଥିପାଇଁ ଖୁଚିଵା/ଖୁଁଚିଵା କ୍ରିୟାଟି ଖୋସିବା; ଭିତରକୁ ମାଡ଼ି ଗୁଞ୍ଜିବା ଅର୍ଥରେ ଚଳୁଅଛି ଯାହା ଓଡ଼ିଆ ଖୋସିଵା କ୍ରିୟା ସହିତ ସମଦ୍ଧୃତ ଅଟେ ।

ମୋଟ ଉପରେ କହିଵାକୁ ଗଲେ ଆମ ରାଜ୍ୟରେ ଶବ୍ଦ ଯେତେ ଭିନ୍ନ ଦେଖାଗଲେ ହେଁ କୌଣସି ନା କୌଣସି ଦିଗରୁ ତାହାର ଶବ୍ଦ ସମ୍ପର୍କ ବାହାରି ହିଁ ଥାଏ ।

Spread the love
admin

Next ରଜ »
Previous « ନରିହା
Leave a Comment
Share
Published by
admin
Tags: ଖୁଚା
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ
  • ଅରଣା ମଇଁଷି ରହିଛି ଅନାଇ

Recent Posts

  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago
  • ରାଜରାଜୁଡା କ୍ଷେତ୍ର

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago
  • ପର୍ଯ୍ୟଟନ କ୍ଷେତ୍ର

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago
All Rights ReservedView Non-AMP Version
  • L