All Rights ReservedView Non-AMP Version
  • Homepage
  • ଆମ ଚଳଣି
  • ଖେଳ ଓ ମନୋରଞ୍ଜନ
ଖେଳ ଓ ମନୋରଞ୍ଜନ

ବାଘଛେଳି ଖେଳ

ଲେଖା: ଶିଶିର ସାହୁ ମନୋଜ

ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ “ବାଘଛେଳି ଖେଳ” କୁହାଯାଏ । କେଉଁଠି କେଉଁଠି ବାଘବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ ଗୋଡ଼ିକୁ ଛେଳି କୁହାଯାଏ । କେତେକ ଅଞ୍ଚଳରେ ଏ ଖେଳକୁ ବାଘବକୁରି ତ ଆଉ କେତେକ ବାଗ୍’ଡି ମଧ୍ୟ କୁହାଯାଉଥିଲା ।

ଏକ ଵିଂଶ ଶତାବ୍ଦୀରେ ଏଇ ବାଘଛେଳି ଖେଳ ଏବେ ବିଲୁପ୍ତ ହେଵାକୁ ବସିଛି । ଦୁଇ ଜଣ ଖେଳାଳି ମଧ୍ୟରେ ଜଣେ ବଡ଼ ଗୋଡ଼ି ଚଳାଉଥିଵା ବେଳେ ଆଉ ଜଣେ ସାନ ଗୋଡ଼ି ଚଳାଉଥିଲା । ଏ ଖେଳରେ ଦୁଇ ଜଣ ଖେଳାଳି ଖେଳୁଥିଲେ ।  ଖେଳ ଭେଦରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଘାଇ କଟାଯାଉଥିଲା ।


? ବାଘଛେଳି ଖେଳ ପ୍ରସ୍ତୁତି ପାଇଁ କ’ଣ କ’ଣ କରିଵାକୁ ହୁଏ ?
୧. ସାଧାରଣତଃ ବାଘଛେଳି ଖେଳରେ (ଚିତ୍ର ୧) ଗୋଟିଏ ଵର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତ ଦ୍ବାରା ୧୬ଟି କ୍ଷୁଦ୍ର ଵର୍ଗକ୍ଷେତ୍ରରେ ଵଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ବାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ। କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ଵର୍ଗକ୍ଷେତ୍ର ଦ୍ବାରା ୨୫ଟି ଛକ ଉତ୍ପନ୍ନ ହୁଏ ।? ଏ ବାଘଛେଳି ଖେଳ କେମିତି ଖେଳାଯାଏ ?
ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ଵା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିଵା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ। ଖାଲି ଘରକୁ “ବାଘ ପାଣି ଖାଇବା ଘର” ବୋଲାଯାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟଵର୍ତ୍ତୀ ଛକକୁ ଚଳା ଯାଆନ୍ତି ।ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରଵର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ କିନ୍ତୁ ତତ୍ପରଵର୍ତ୍ତୀ ଛକ ଶୂନ୍ୟ ଥାଏ , ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ । ଏହିପରି ଅତ୍ଯଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରଵର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆଵଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ। ଭିନ୍ନ ଭିନ୍ନ ଜାତୀୟ ବାଘଛେଳି ପାଲୀରେ ନାନା ପ୍ରକାରର ନିୟମରେ ଏ ଖେଳ ଓଡ଼ିଶାରେ ଚଳୁଅଛି ।

ଧାଡ଼ି ଧୋକଡ଼ ନାମକ ଏକ ପ୍ରକାରର ବାଘବଜାରି ଜାତୀୟ ଖେଳ ବି ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ (ଚିତ୍ର ୨) । ଏ ଖେଳରେ ମଧ୍ୟ ଦୁଇ ଜଣ ଖେଳାଳି ଖେଳନ୍ତି । ଜଣକର ସାର ଏକ ଵର୍ଣ୍ଣର ୧୧ ଟି ଗୋଡ଼ି ଅନ୍ୟ ଜଣକର ଅନ୍ୟ ଵର୍ଣ୍ଣର ୧୧ଟି ଗୋଡ଼ି ହୋଇଥାଏ ।ଏକ ସୀମାରେଖା ଉପରେ ୩ଟି ଵର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ ୨୪ଟି ଘର ଵା ଛକ ଅଙ୍କିତ ହୁଏ ।  ଦୁଇ ଜଣଙ୍କର ୨୨ଟି ସାର ବସିଵା ପରେ ୨ଟି ଘର ବଧା ଵା ବହକା ରହେ। ଯେଉଁ ଖେଳାଳିର ୩ଟି ସାର ଗୋଟିଏ ଧାଡ଼ିରେ ରହିଯାଏ ସେଥର ପାଇଁ ସେ ଜିତେ ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ। ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ।ଏଇପରି ଅଟେ ଆମର ବାଘଛେଳି ଖେଳ !
Spread the love
admin

Next ନରିହା »
Previous « ଦାରୁ
Leave a Comment
Share
Published by
admin
Tags: ବାଘଛେଳି ଖେଳ
6 years ago

    Related Post

  • ଧାଡ଼ି ଧୁକୁଡ଼ି
  • ବରଡ଼ାପେଣ୍ଡୁ
  • ବାଡି଼ଡିଆଁ

Recent Posts

  • ଇତିହାସ

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

38 minutes ago
  • ଭାଷା ଓ ସାହିତ୍ୟ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago
  • ଇତିହାସ

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago
  • ମହାମନିଷୀଗଣ

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago
  • ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago
  • ଅନ୍ୟାନ୍ୟ

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago
All Rights ReservedView Non-AMP Version
  • L