ଲେଖା: ରବୀନ୍ଦ୍ର କୁମାର ରଣା

ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ।

ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ଏହି ମନ୍ଦିରଟି କେଶରୀ ବଂଶୀୟ ରାଜାମାନଙ୍କ ସମୟର ଅଟେ।

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଠାରୁ ୧୧ କିମି କିମ୍ବା ଗୋନ୍ଦିଆ ବଜାରରୁ ୨୨ କିମି ଦୂରରେ କରମୂଳ ଗ୍ରାମର ବ୍ରାହ୍ମଣୀ ନଦୀବନ୍ଧ ଭିତରେ ଏହି ମନ୍ଦିରଟି ଅବସ୍ଥିତ । ମନ୍ଦିରଟି ନଦୀ ବନ୍ଧ ଭିତରେ ଥିବାରୁ ଅନେକ ଥର ବନ୍ୟାରେ ଭାଙ୍ଗି ଯାଇଥିବା କୁହାଯାଏ। ଏବେ ମଧ୍ୟ ମନ୍ଦିରର ଉପର ଭାଗ ଭଙ୍ଗା । ରେଖା ଶୈଳୀରେ କେବଳ ମନ୍ଦିରର ବିମାନ ହିଁ ରହିଛି ଜଗମୋହନ ନାହିଁ।

ଏଗାର ଶହ ବର୍ଷର ଇତିହାସ ଜଡିତ ଏହି ପ୍ରାଚୀନ ମନ୍ଦିରଟି ଏକ ସୁନ୍ଦର ପରିବେଶରେ ଅବସ୍ଥିତ ହେଲେ ହେଁ ଏଠାକୁ ଖୁବ କମ ପର୍ଯ୍ୟଟକ ଯାଉଛନ୍ତି। ଜନଗହଳି ଠାରୁ ଦୂରରେ ନଦୀ କୂଳରେ ମନ୍ଦିରଟି ଅବସ୍ଥିତ। ଯିବା ରାସ୍ତାରେ ନଦୀ ପଠାର ବାଦାମ ଖେତ ଓ ସୋରିଷ ଖେତର ସୌନ୍ଦର୍ଯ୍ୟ ଆମକୁ ବହୁତ ଆମୋଦିତ କରିଥାଏ। ମନ୍ଦିର କାନ୍ଥକୁ ଲାଗି ବିଶାଳ ବ୍ରାହ୍ମଣୀ ନଦୀ। ମନ୍ଦିର ପାଖରେ ଛୋଟ ଆଶ୍ରମଟିଏ ଅଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଏହି ଦୌଡେଶ୍ୱର ମହାଦେବଙ୍କ ପୀଠ ଏକ ସୁନ୍ଦର ସ୍ଥାନ ଅଟେ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago