ପର୍ଯ୍ୟଟନ କ୍ଷେତ୍ର

ଓଡ଼ିଶାର ଉଚ୍ଚତମ ଶିବ ପ୍ରତିମା ବେଲେଶ୍ୱର ମହାଦେବ (Beleswar Mahadev)

ଲେଖା: ସତ୍ୟବ୍ରତ ହାତୀ

ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ
ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି ।
ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର
ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର ।
(କବିଶେଖର ଚିନ୍ତାମଣି ମହାନ୍ତି)

ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର ଉପକଣ୍ଠର ପାବନକ୍ଷେତ୍ର ବେଲେଶ୍ୱର ପାହାଡ଼ ।

ସୁଶୀତଳ ଜଳରାଶିରେ କଡ଼େ କଡ଼େ ଅଙ୍କାବଙ୍କା ଉଚ୍ଚ ରାସ୍ତା ଅତିକ୍ରମ କରି ପହଞ୍ଚିବାକୁ ହୁଏ ମନୋମୁଗ୍ଧକର ଅନିନ୍ଦ୍ୟ ସୁଷମାମାଳିନୀ ବେଲେଶ୍ୱର ପାହାଡ଼ରେ !  ଉକ୍ତ ପାହାଡ଼ର ଉତ୍ତରରେ ବିସ୍ତୀର୍ଣ୍ଣ ଜଳଭଣ୍ଡାର ଥିବାବେଳେ ଦକ୍ଷିଣରେ ପତିତପାବନୀ ଋଷିକୁଲ୍ୟା ଓ ଲୋହରାଖଣ୍ଡି, ପୂର୍ବରେ ଶିଶୁଉଦ୍ୟାନ ଓ ପଶ୍ଚିମ ଘାଟରେ ଶ୍ମଶାନ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସର ଦଣ୍ଡକାରଣ୍ୟ । ସେଇ ନୈସର୍ଗିକ ଶୋଭାମଣ୍ଡିତ ପାହାଡ଼ର ଶୀର୍ଷରେ ବିରାଜିତ ମହାପ୍ରଭୁ ମହାଦେବଙ୍କ ବିଶାଳ ଭବ୍ୟ ପ୍ରତିମା । ୨୦୧୩ ମସିହାରେ ୬୧ ଫୁଟ ଉଚ୍ଚତାର ଓଡ଼ିଶାର ଉଚ୍ଚତମ ଶିବପ୍ରତିମା ସ୍ଥାପନ କରି ରାଜ୍ୟ ପର୍ଯ୍ୟଟନ ବିଭାଗ ସୃଷ୍ଟି କରିଛନ୍ତି ଏକ ଯୁଗାନ୍ତକାରୀ ଅଧ୍ୟାୟ ।


ହିମାଳୟର ପାଦଦେଶରୁ ଗଙ୍ଗାନଦୀ ପ୍ରବାହିତ ହେବା ପରି ମହାପ୍ରଭୁ ବେଲେଶ୍ୱରଙ୍କ ପାଦଦେଶ ତଥା ଜଳଭଣ୍ଡାରର ଶେଷଭାଗରୁ ଏକ ସ୍ରୋତସ୍ବିନୀ ଛୁଟି ଆସି ବ୍ରହ୍ମପୁରସ୍ଥିତ ଦକ୍ଷିଣପୁର ଘାଇରେ ମିଶ୍ରିତ ହୋଇ ଏହାର ଶୋଭାରାଶିକୁ ଦ୍ଵିଗୁଣିତ କରିଛି । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଥିବା ଏଇ ଦର୍ଶନୀୟ ସ୍ଥାନଟି ଆଜି ଭଞ୍ଜଭୂମି ତଥା ଗାରିମାମୟ ଗଞ୍ଜାମର ଅନ୍ୟ ଏକ ଗର୍ବିତ ପରିଚୟ ଭାବେ ଉଭା ହୋଇଛି !ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଶିବପ୍ରତିମାଟି କର୍ଣ୍ଣାଟକର ମୁଦ୍ଦେଶ୍ୱର ମହାଦେବ, ଉତ୍ତରାଖଣ୍ଡ ହରିଦ୍ଵାର, କର୍ଣ୍ଣାଟକ ଶିଗଗିରିର ଈଶ୍ୱର ମହାଦେବ, ମଧ୍ୟପ୍ରଦେଶ କାନ୍ଦରର ଭୋଳାନାଥ ମହାଦେବ, କର୍ଣ୍ଣାଟକ ବେଙ୍ଗାଳୁରୁର କେମ୍ପଫୋର୍ଟ ମହାଦେବ ପ୍ରତିମା ପରେ ଭାରତର ୬ଷ୍ଠ ଏବଂ ବିଶ୍ୱର ୮ମ ସ୍ଥାନ ଅଧିକାର କରିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago