ପର୍ଯ୍ୟଟନ କ୍ଷେତ୍ର

ଘୋରାଡି଼ଆର ସୋମନାଥ ମନ୍ଦିର (Somanath Temple, Ghoradia)

ଲେଖା: ରବୀନ୍ଦ୍ର କୁମାର ରଣା

ଓଡିଶାର ପ୍ରାଚୀନ କିର୍ତ୍ତୀ ଓ ଐତିହ୍ୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ସର୍ବାଧିକ କିର୍ତ୍ତିରାଜି ସୋମବଂଶୀ ଓ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ନିର୍ମାଣ କରା ଯାଇଛି । ଏହି ସମୟରେ ନିର୍ମିତ ମନ୍ଦିର ଗୁଡିକର ଆକାର ଯେମିତି ବୃହତ ଏଥିରେ ଖୋଦିତ ପ୍ରତିମା ଓ କାରୁକାର୍ଯ୍ୟ ମଧ୍ଯ ସେମିତି ଆକର୍ଷଣୀୟ ଓ ମନଲୋଭା ।

ମୁଖ୍ୟତଃ ଦଶମ ଶତାବ୍ଦୀ ଓ ତା’ ପରବର୍ତ୍ତୀ ସମୟରେ ଉପକୂଳ ଓଡିଶାରେ ଗଙ୍ଗବଂଶୀମାନଙ୍କର ସୁନ୍ଦର କିର୍ତ୍ତିରାଜିମାନ ଦେଖିବାକୁ ମିଳେ । ତେବେ ଏହି ଗଙ୍ଗବଂଶୀୟ କିର୍ତ୍ତିରାଜି ମଧ୍ୟରୁ ଡେଲାଙ୍ଗ ନିକଟସ୍ଥ ଘୋରାଡିଆ ଗ୍ରାମରେ ଏକାଦଶ ଶତାବ୍ଦୀରେ ନିର୍ମିତ ସୋମନାଥ ମନ୍ଦିର ଏକ ସୁନ୍ଦର ମନ୍ଦିର । ମନ୍ଦିରଟି ବହୁତ ବଡ଼ ନ ହେଲେ ମଧ୍ୟ ରେଖା ଶୈଳୀରେ ନିର୍ମିତ ମୂଳମନ୍ଦିର ଓ ପାର୍ଶ୍ଵମନ୍ଦିର ଗୁଡ଼ିକରେ ବହୁତ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ । ମୁଖ୍ୟତଃ ଏହି ମନ୍ଦିରର ଗଠନ ଶୈଳୀ ପଞ୍ଚାୟତନ ଆକାରର ଅର୍ଥାତ ମୁଖ୍ୟ ମନ୍ଦିରର ଚାରିକୋଣରେ ଚାରୋଟି ପାର୍ଶ୍ଵମନ୍ଦିର ପରସ୍ପର ବିପରୀତ ମୁଖୀ ।

ମୂଳ ମନ୍ଦିରଟି ପଶ୍ଚିମାମୁଖୀ ଏବଂ ମନ୍ଦିରର ବେଢା ଛୋଟ । ସମସ୍ତ ମନ୍ଦିର କାନ୍ଥରେ ସୁନ୍ଦର କାରୁକାର୍ଯ୍ୟ, ତାହା ମଧ୍ୟରେ କାର୍ତ୍ତିକେୟ, ଗଣେଶ, ଭୈରବ ଓ ଅନେକ ଦେବାଦେବୀଙ୍କ ଖୋଦିତ ପ୍ରତିମା ରହିଛି । ତେବେ ଏହି ସୁନ୍ଦର ମନ୍ଦିରଟି ଖୋର୍ଦ୍ଧାରୁ ଡେଲାଙ୍ଗ ଯାଇଥିବା ମୁଖ୍ୟ ରାସ୍ତାର ଡେଲାଙ୍ଗ ବଜାରର କିଛି କି.ମି. ପୂର୍ବରୁ ଡାହାଣକୁ ୧କି.ମି. ଦୂରରେ ଘୋରାଡିଆ ଗ୍ରାମରେ ଅବସ୍ଥିତ । ଏହି ଗ୍ରାମର ଆରମ୍ଭରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ପ୍ରସିଦ୍ଧ ବଣିବକ୍ରେଶ୍ଵର ମନ୍ଦିର ପଡିବ ଯାହା ଅତୀବ ସୁନ୍ଦର ଓ ଏହାର ଏକ ସୁନ୍ଦର ଲୋକକଥା ମଧ୍ୟ ରହିଛି । ଗାଁ ଭିତରେ ସୋମନାଥ ମନ୍ଦିର ଓ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ରାଧାକାନ୍ତ ମଠ ମଧ୍ୟ ରହିଛି ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago