ଲେଖା: ବନ୍ଧନ ଦଳାଇ
ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ ପବିତ୍ରସ୍ଥଳ ରୂପେ ସ୍ମରଣାତୀତ କାଳରୁ ସ୍ୱୀକୃତ ହୋଇଆସିଛି।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା, ଉତ୍ସବ ଇତ୍ୟାଦିର ବ୍ୟାପକତା ଅତୁଳନୀୟ। ଶ୍ରୀଜଗନ୍ନାଥ ମନ୍ଦିରରେ ବାରମାସରେ ତେରଯାତ୍ରା ପାଳିତ ହୁଏ ବୋଲି ଭକ୍ତକବି ବନମାଳୀ ଦାସ ‘ବାରମାସେ ତେରଯାତ ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ’ ବୋଲି ମୁକ୍ତକଣ୍ଠରେ ମହାପ୍ରଭୁଙ୍କ ପାଦପଦ୍ମରେ ଦଇନି କରିଛନ୍ତି ।
ଅନେକ ପର୍ବପର୍ବାଣି ଓ ଯାନିଯାତ୍ରା ବାର, ତିଥି, ପ୍ରଭୃତିକୁ ନେଇ ଶ୍ରୀମନ୍ଦିରରେ ପାଳନ କରାଯାଉଥିବାର ଲକ୍ଷ୍ୟ କରାଯାଏ। ତନ୍ମଧ୍ୟରୁ ପ୍ରସିଦ୍ଧ ଦ୍ୱାଦଶଯାତ୍ରା ହେଲା– ସ୍ନାନ, ରଥ, ଶୟନ, ଦକ୍ଷିଣାୟନ, ପାର୍ଶ୍ୱପରିବର୍ତ୍ତନ, ଉତ୍ଥାନ, ପ୍ରାବରଣ ଷଠୀ, ପୁଷ୍ୟାଭିଷେକ, ଦୋଳ, ଦମନକ, ଅକ୍ଷୟତୃତୀୟାଚନ୍ଦନଯାତ୍ରା
କୋଟି ବ୍ରହ୍ମାଣ୍ଡ ଠାକୁରଙ୍କ ସେବା କରିବାପାଇଁ ଅନେକ ପ୍ରକାରର ସେବା ରହିଅଛି ତନ୍ମଧ୍ୟରୁ “ଦେବଦାସୀ/ଭିତରଗାଆଣୀ/ମାହାରୀ” ସେବା ଅନ୍ୟତମ, ଦୁର୍ଭାଗ୍ୟ ର କଥା ଯେ, ଏବେ ତାହା ବିଲୁପ୍ତି ପ୍ରାୟ।
ଶ୍ରୀମନ୍ଦିର ସ୍ୱତ୍ତଲିପିରୁ ଜଣାଯାଏ ଯେ, ସେତେବେଳେ ଅର୍ଥାତ୍ ୧୯୫୦ରୁ ୧୯୫୫ ମସିହା ମଧ୍ୟରେ ସର୍ବମୋଟ ୯ଜଣ ଭିତର ଗାଆଣୀ ଦେବଦାସୀ ଶାଢୀବନ୍ଧା ସେବା କରୁଥିଲେ। ଏହି ଦେବଦାସୀ ସେବିକାମାନେ ଶ୍ରୀମନ୍ଦିରରେ ନିମ୍ନ ପ୍ରକାରେ କାର୍ଯ୍ୟ କରୁଥିଲେ ଯଥା, ସକାଳଧୂପ ପଟୁଆର ବେଳେ ଜଗମୋହନଠାରେ ନୃତ୍ୟ କରିବେ। ବଡସିଂହାର ଭୋଗପରେ ଶୟନ ଠାକୁର ଭିତରକୁ ବିଜେକଲେ କଳାହାଟ ଦ୍ୱାର ଲଣ୍ଡାବର୍ତ୍ତଠାରେ ଠିଆ ହୋଇ ଗୀତଗୋବିନ୍ଦ ଗାଇବେ। ଶୟନଠାକୁର ବିଜେ ହୋଇ ଆସିବା ପରେ ଏମାନେ ଆଗେ ଆଗେ ଗୀତ ବୋଲିବେ। ଠାକୁର ଭିତରକୁ (ଗମ୍ଭୀରାକୁ)ଯିବା ପର୍ଯ୍ୟନ୍ତ ଜୟବିଜୟ ଦ୍ୱାରଠାରେ ଗୀତ ଗାଇବେ ।
ଏସବୁ ବ୍ୟତୀତ, କାର୍ତ୍ତିକ ମାସରେ ବାଳଧୂପ ବେଳେ ମଧ୍ୟ ଗୀତ ଗାଇବେ। ବୈଶାଖ ମାସ ଚନ୍ଦନଯାତ୍ରା ୪୨ଦିନ ଯାକ ଆଲଟ ଲାଗି ସମୟରେ ଅଣସର ପିଣ୍ଡିରେ ଠିଆହୋଇ ଗୀତ ବୋଲିବେ। ସେହିପରି ୪୨ଦିନ ଯାକ ଚନ୍ଦନ ଲାଗି ସମୟରେ ଜଗମୋହନରେ ନୃତ୍ୟ କରିବେ। ବାହାର ଚନ୍ଦନ ୨୧ଦିନ ନରେନ୍ଦ୍ର ପୁଷ୍କରିଣୀକୁ ମଣିବିମାନରେ ମଦନମୋହନ ଶ୍ରୀଦେବୀ ଭୂଦେବୀଙ୍କ ସଙ୍ଗେ ଗଲାବେଳେ ରାଜରାସ୍ତାରେ ସେମାନଙ୍କ ନୃତ୍ୟଭଙ୍ଗୀ ଅତ୍ୟନ୍ତ ଚମତ୍କାରପ୍ରଦ।
ସେଥିପାଇଁ ବନମାଳୀଙ୍କ ରଚନା ପ୍ରଣିଧାନଯୋଗ୍ୟ: “ମଣିବିମାନେ ଗୋବିନ୍ଦ ଚଉପାଶେ ବେଢିଛନ୍ତି ସହଚରୀ ବୃନ୍ଦ . . ” । ରୁକ୍ମିଣୀହରଣ ଏକାଦଶୀ ଦିନ ଲକ୍ଷ୍ମୀଠାକୁରାଣୀଙ୍କ ଦାସୀସ୍ୱରୁପ ବିପ୍ର ବ୍ରାହ୍ମଣଙ୍କ ସଙ୍ଗେ ଯାଆନ୍ତି, ପୁଣି ରୁକ୍ମିଣୀ ବିଭା ସମୟରେ ମଙ୍ଗଳଗୀତ ଗାନ ମାଳଶ୍ରୀ, ବନ୍ଦାପନା ହୁଳହୁଳି ଇତ୍ୟାଦୀ ସେବା କରିଥାନ୍ତି।
ରଥଯାତ୍ରା ସମୟରେ ପହଣ୍ଡି ବେଳେ ଟାହିଆର ଦୋଳାୟମାନ ଭଙ୍ଗୀରେ ମହାପ୍ରଭୁଙ୍କ ଆଗେ ଆଗେ ସେହି ନୃତ୍ୟର ତାଳେ ତାଳେ ଭକ୍ତିଅର୍ଘ୍ୟ ପ୍ରଦାନ ଆଦି କରିଥାନ୍ତି, ଏବଂ ନୀଳାଦ୍ରିବିଜେ ସମୟରେ ଜୟବିଜୟ ଦ୍ୱାରଠାରେ ମହାଲକ୍ଷ୍ମୀଙ୍କ ପ୍ରତିନିଧିସ୍ୱରୁପ ଜଗନ୍ନାଥଙ୍କ ସେବକ ଦଇତାପତିମାନଙ୍କ ସଙ୍ଗେ ବଚନିକା କରି ତାଙ୍କୁ ଲଣ୍ଡଭଣ୍ଡ ମଧ୍ୟ କରିଥାନ୍ତି, ଆହୁରି ମଧ୍ୟ ଦୋଳରେ ଫଗୁଖେଳ, ଝୁଲଣଯାତ, ଇତ୍ୟାଦିରେ ପଟୁଆର ସେବା କରିଥାନ୍ତି, ଏବଂ ନନ୍ଦ ଉତ୍ସବରେ ରୋହିଣୀ; ଯଶୋଦା ସେବା କରିଥାନ୍ତି।
ଏମାନଙ୍କ ବେଶପରିପାଟୀ ମଧ୍ୟ ଆକର୍ଷଣ, ଯେହେତୁ ଏମାନେ ମହାପ୍ରଭୁ ଜଗନ୍ନାଥଙ୍କଠାରେ ନିଜକୁ ସମର୍ପଣ କରିଦେଇଥାନ୍ତି। ତେଣୁ ରସରାଜ ରସିକେନ୍ଦ୍ର ମଉଳିଙ୍କୁ ସନ୍ତୁଷ୍ଟି କରିବାପାଇଁ ସ୍ୱୟଂ ନିଜେ ମଧ୍ୟ ଚନ୍ଦନ, ଅଗୁରୁ, କସ୍ତୁରୀ ମିଶ୍ରିତ ଗୋଳାରେ ନିଜ ଅଙ୍ଗେ ଲେପନ କରିଥାନ୍ତି, ଏବଂ ସୁଗନ୍ଧିତ ପୁଷ୍ପ ଯଥା, ଟଗର, ରଜନୀଗନ୍ଧା, ଗେଣ୍ଡୁ, ସୁଗନ୍ଧରାଜ, ମାଳତୀ, ହେନା, ଗୋଲାପରେ ସଜେଇ ହୋଇଥାନ୍ତି, ଏବଂ ନାନା ସ୍ୱର୍ଣ ଅଳଙ୍କାର ଆଭୂଷଣରେ ମଣ୍ଡିତ ହୋଇ ନିଜ ସେବାକୁ ସମର୍ପଣ କରିଥାନ୍ତି ।
୧୯୩୩ ମସିହାରେ କୋକିଳପ୍ରଭା ଦେବଦାସୀଙ୍କ ମୁତ୍ୟୁ ଏବଂ ପରେ ପରେ ଶ୍ରୀ ମନ୍ଦିରର ଶେଷ ଦେବଦାସୀ ଶଶୀମଣିଙ୍କର ଇତି ମଧ୍ୟରେ ପରଲୋକ ଗମନ ହୋଇଥିବାରୁ କାଳକ୍ରମେ ଏହି ସେବାର ବିଲୁପ୍ତି ଘଟିଛି।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago