ଲେଖା: ଅରବିନ୍ଦ ମହାନ୍ତି

ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ ।

ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା
ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ରୂପେ ଶ୍ରୀ ମଦନମୋହନ, ଦେବୀ ଲକ୍ଷ୍ମୀ ଓ ଦେବୀ ସରସ୍ୱତୀ ସହିତେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ ହୁଅନ୍ତି। ଏହାଙ୍କ ସଙ୍ଗରେ ଥା’ନ୍ତି ଶ୍ରୀ ରାମକୃଷ୍ଣ ଓ ପଞ୍ଚ ମହାଦେବ ବିଜେ ହୋଇଥାନ୍ତି।

ଏକାମ୍ରରେ ଚନ୍ଦନ ଯାତ୍ରା
ଏକାମ୍ରରେ ଚନ୍ଦନ ଦୀର୍ଘ ୨୨ଦିନ ଧରି ବିନ୍ଦୁସାଗରରେ ପାଳିତ ହୋଇଥାଏ। ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରତିନିଧି ରୂପେ ଶ୍ରୀ ଚନ୍ଦ୍ରଶେଖର, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ଵରୀଙ୍କ ସହ ଚନ୍ଦନ ଚାପକୁ ବିଜେ ହୋଇଥାନ୍ତି। ସଙ୍ଗରେ ପ୍ରଭୁ ବାସୁଦେବ ଓ ପ୍ରଭୁ କପିଳେଶ୍ବର ମଧ୍ୟ ବିଜେ ହୋଇଥାନ୍ତି। ଦିବା ଚାପରେ ଆଠ ଥର ଭଉଁରି କରିସାରିଲା ପରେ ମହାପ୍ରଭୁ ଚନ୍ଦନ ଚକଡାକୁ ବିଜେ ହୋଇଥାନ୍ତି। ପୁଣି ଚନ୍ଦନ ଘରେ ସ୍ନାନ, ବେଶ, ପୂଜା ଆଳତି ପରେ ରାତ୍ର ଚାପ ସାରି ଦିଅଁ ଦେଉଳକୁ ବିଜେ ହୋଇଥାନ୍ତି।


କନକପୁରରେ ଚନ୍ଦନ ଯାତ୍ରା
କନକପୁରରେ ମା’ ଶାରଳାଙ୍କ ମଧ୍ୟ ଚନ୍ଦନ ୨୧ ଦିନ ଧରି ପାଳିତ ହୋଇଥାଏ । ଠାକୁରାଣୀଙ୍କ ପ୍ରତିନିଧି ରୂପେ ଦେବୀ ଜୟଦୁର୍ଗା ଚନ୍ଦନ ପୋଖରୀକୁ ବିଜେ ହୋଇଥାନ୍ତି। ଦିବା ଚାପ ଓ ରାତ୍ର ଚାପ ପରି ୨ ଥର ଚାପ ଖେଳିଥାନ୍ତି।

ଚନ୍ଦନ ଯାତ୍ରା ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହୋଇଥାଏ। ଯେମିତି କି ପ୍ରଭୁ ଅଲାରନାଥ, ସାକ୍ଷୀଗୋପାଳ, ଓଡଗାଁର ରଘୁନାଥଜୀଉଙ୍କ ଠାରେ ମଧ୍ୟ ଚନ୍ଦନ ଉତ୍ସବ ପାଳିତ ହୋଇଥାଏ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago