ତଥ୍ୟ ସଂଗ୍ରହ ଓ ଉପସ୍ଥାପନା: ଶିଶିର ସାହୁ ଓ ସନ୍ତୋଷ ପଟ୍ଟନାୟକ
ଆବାହମାନ କାଳରୁ ସାମାଜିକ ଜୀବନରେ ଲୋକନୃତ୍ଯ, ଲୋକସଙ୍ଗୀତ ଓ ଲୋକବାଦ୍ୟ ଇତ୍ୟାଦିର ସର୍ବଦା ବିଶେଷ ଭୂମିକା ନେଇଆସିଛି  । ଏ ଦିଗରେ ଗଞ୍ଜାମ ବହୁ ଆଗରେ ରହିଆସିଛି  ।
ଗଞ୍ଜାମ  ଜିଲ୍ଲାର ମୌଳିକ ନୃତ୍ୟାନୁଷ୍ଠାନ ରୂପେ ଦାସକାଠୀ ସୁପରିଚିତ । ଜିଲ୍ଲାର ଅନ୍ୟ  ଲୋକନୃତ୍ୟ ମଧ୍ୟରେ ଦାସକାଠୀ ତାହାର ସ୍ୱତନ୍ତ୍ରତା ବଜାୟ ରଖିଛି । ଗଞ୍ଜାମ ଜିଲ୍ଲା ଲୋକଙ୍କର କହିବା ଢଙ୍ଗ, ଉଚ୍ଚାରଣ, ଗାଇବା ଭଙ୍ଗୀ, ଅନ୍ୟ  ଜିଲ୍ଲାର କଳାକାରଙ୍କର ଅପେକ୍ଷା ଭଲ ଶୁଣାଯାଏ । ଗଞ୍ଜାମ ଜିଲ୍ଲା ହେଉଛି ବିଭିନ୍ନ ଲୀଳାର ମାଟି । ରାଧା ପ୍ରେମଲୀଳା, କୃଷ୍ଣଲୀଳା, ରାମଲୀଳା, ଭାରତଲୀଳା, ପ୍ରହଲ୍ଲାଦ ନାଟକଦାସକାଠୀଆ ପ୍ରମୁଖ ଗଞ୍ଜାମଜିଲ୍ଲା ମାଟିର ନିଜସ୍ୱ ଲୋକନୃତ୍ୟ ଓ ସଙ୍ଗୀତ । ରଙ୍ଗମଞ୍ଚ କଳାକାରଙ୍କର ପୀଠସ୍ଥଳୀ ଏହି ଗଞ୍ଜାମ ମାଟି ।  ଶସ୍ଯଭଣ୍ଡାରର ମାଟି ଗଞ୍ଜାମ । ଚାଷ ମୁଖ୍ୟ ବେଉସା ହେତୁ ଏଠିକା ଲୋକଙ୍କୁ ଯେଉଁ ସମୟ ମିଳେ ତାର ସଦୁପଯୋଗ ପାଇଁ ବୋଧହୁଏ କଳାର ଜନ୍ମଧାରିଣୀ ଏଇ ଗଞ୍ଜାମ ।
ପ୍ରାତଃସ୍ମରଣୀୟ ପଦ୍ମଶ୍ରୀ ସ୍ୱର୍ଗତ ଭଗବାନ ସାହୁ ଏହି ଅଞ୍ଚଳର ଗର୍ବ ଓ ଗୌରବ। ଆଜି ଯୋଡ଼ିଶଙ୍ଖ, ରଣପା ଓ ଲହଡ଼ୀକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ସ୍ୱର୍ଗତ ସାହୁ ଅମର ହୋଇଯାଇଛନ୍ତି । ତେବେ ଏଥି ମଧ୍ୟରୁ ଦାସକାଠୀ ନୃତ୍ୟର ଏକ ସ୍ବତନ୍ତ୍ରତା  ରହିଛି ।
ଦାସକାଠୀ ନୃତ୍ୟର ମାଇଲଖୁଣ୍ଟ ଓ ଉଜ୍ଜ୍ୱଳତାରକା ରୂପେ ଅମର ପୁରୁଷ ହିଞ୍ଜିଳି ନିକଟସ୍ଥ ଖଣ୍ଡରା ଗ୍ରାମର ଦାସକାଠୀ ଗାୟକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ସାହୁ (ଗାୟକ ରତ୍ନ), ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ନଗରଢିଅର ଗାୟକରତ୍ନ ସ୍ୱର୍ଗତ ବୌଦ୍ୟନାଥ ଶର୍ମାଭୀମସେନ ଶତପଥୀ (ଗାୟକ ରତ୍ନ) ଏହାକୁବିଶ୍ୱପ୍ରସିଦ୍ଧ କରି ଜାତୀୟ ସ୍ତରରେ ସ୍ୱତନ୍ତ୍ର ମାନ୍ୟତା ସୃଷ୍ଟିକରିବା ସହ ଅନ୍ୟ ଜିଲ୍ଲାରେ ବି ପ୍ରଚଳିତ କରିପାରିଛନ୍ତି  ।  ଦାସକାଠୀ ନୃତ୍ୟର ମୁଖ୍ୟ ଆକର୍ଷଣ କାଠି ଚାଳଳା, ଯାହା ତାଳ, ଲୟ , ଢଙ୍ଗ ଉପରେ ସମ୍ପୁର୍ଣ୍ଣ  ନିର୍ଭର କରୁଛି ।ପାଲାପରି ଏହା ମଧ୍ୟ  ଏକ ବିଦଗ୍ଧକଳା । ଦାସକାଠୀ ନୃତ୍ୟ ଦୁଇଟି କଳାକାରଙ୍କୁ ନେଇ ପ୍ରଦର୍ଶନ ହୋଇଥାଏ, ଗାୟକ ଓ ପାଳିଆ ଉଭୟଙ୍କର ଚେହେରା  ଆକର୍ଷଣୀୟ ହେବା ଆବଶ୍ୟକ, ସେହିପରି ଉଭୟଙ୍କର ସାହିତ୍ୟ, ସଂସ୍କୃତି ଓ କଳା ଜ୍ଞାନ ନିପୁଣ ଭାବେ ଭରପୁର ରହିଥାଏ। ‘ସାମଗ୍ରିକ ବ୍ୟକ୍ତି୍ତ୍ବ ଓ ଉପଯୁକ୍ତ ପୋଷାକ, ବେଶ ପରିପାଟୀ କଳାକୁ ମନୋଜ୍ଞ କରିବା ସହିତ, ଲୋକମାଙ୍କୁ ଆକର୍ଷଣ କରି ରଖିବାରେ ସଫଳ ହୋଇଥାଏ । କଳାକାରମାଙ୍କୁ ଦଖେୁ ଦଖେୁ ଦର୍ଶକମାଙ୍କର ଆଗ୍ରହ ଜନ୍ମିବା ସ୍ୱାଭାବିକ । ପୁରାଣ ସାହିତ୍ୟ ଜ୍ଞାନ ସହିତ ମଧ୍ୟଯୁଗୀୟ ସାହିତ୍ୟ ଓ  ଆଧୁନିକ ସାହିତ୍ୟ ଲେଖକମାଙ୍କର କୃତି ସମ୍ପର୍କରେ ଆଲୋଚନା ଏହାର ବିଶେଷ ଗୁଣ  ।
ଦାସକାଠୀକୁ ସମାଜର ସମସ୍ୟା ସହ ଯୋଡ଼ି ରଖିପାରିଲେ ସାମାଜିକ ସଂସ୍କାରରେ ଏହା ମୁଖ୍ୟ ଭୂମିକା ନଇପାରିବ । ଏହି ଭଞ୍ଜମାଟିରେ କଳା ସାହିତ୍ୟ ଆବାହମାନ କାଳରୁ ରହିଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, କବି ଗୋପାଳ କୃଷ୍ଣଙ୍କର କୃତି ଓଡ଼ିଆ ସାହିତ୍ୟ ଓ କାବ୍ୟ ଜଗତକୁ ରୁଦ୍ଧିମନ୍ତ କରି ରଖିଛି । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଦାସକାଠୀକୁ ଅତ୍ୟନ୍ତ  ହୃଦୟସ୍ପର୍ଶୀ କରାଇଥାଏ। ଅନୁପ୍ରାସ, ଯମକ ଆଦି ରହି ଶବ୍ଦମାନ ବୋରମ୍ବାର ଉଚ୍ଚାରିତ ହୋଇ ବର୍ଣ୍ଣନାକୁ ରୋଚକ କରନ୍ତି ।
କଥାରେ ଅଛି :-
‘ଚାଲିଜାଣିଲେ ବାଟ ସୁନ୍ଦର
କହି ଜାଣିଲେ କଥା ସୁନ୍ଦର ।
ଦାସକାଠୀ ଲୋକନୃତ୍ଯରେ କଥାକହି ଲୋକଙ୍କୁ ମୋହିବାକୁ ହୁଏ । ଅନର୍ଗଳ କହିବାକୁ ପଡ଼ିଥାଏ । ମୁହଁରେ, ଅଙ୍ଗପ୍ରତ୍ୟଙ୍ଗରେ ଓ ଢଙ୍ଗରେ ଭାବ ଫୁଟେଇ କହୁଥିବା ବିଷୟ ଅନୁଯାୟୀ ସଂଳାପ ଉଚ୍ଚାରଣ, ମୁଖଭଙ୍ଗୀ, ଆଖିର ଇଶାରା ଓ ଶରୀରଭଙ୍ଗୀ ଦାସକାଠୀ ପରିବେଶକୁ ଆକର୍ଷଣୀୟ କରିଥାଏ । ସମାଜର ସଂସ୍କାର ବିଷୟରେ ଉଭୟ ଗାୟକ ଓ ପାଳିଆ ଅବାରଣା କରିବା ଏକ ବିଶେଷ ଗୁଣ । ମୂଳ ବିଷୟ ସହ ମଝିରେ ମଝିରେ ସମାଳର ହାସ୍ୟରସ ଶୈଳୀରେ ଲୋକଙ୍କର ମନୋରଞ୍ଜନ କରିବା ପାଳିଆର ଧର୍ମ । ପୁରାଣ ବିଷୟରୁ ପଦେ ସେହ ସାମାଜିକ ପ୍ରସଙ୍ଗରୁ ପଦେ ଏହାର ମାଧୁର୍ଯ୍ୟତାକୁ ବଢାଇଥାଏ ।
ଆଧୁନିକ ସାହିତ୍ୟର ଏକ ହାସ୍ୟରସାତ୍ମକ ପଦ୍ୟ ଦାଶକାଠିଆଙ୍କ ମୁଖରେ ଶୁଣିବାକୁ ମିଳେ :;
ଗୀତଟି ଏଇଭଳି:-
କାର୍ତ୍ତିକ ମାସରେ ଆସିଲା କାଞ୍ଜି
               କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜିରେ ଦେଲେ ଅକ୍ଷତ ଦୂବ
   କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ (2ଥର)
ତହୁଁ କାଞ୍ଜି ଗଲା ଖରେ
        ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର (2ଥର)
            କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର (2ଥର)
ତହୁଁ କାଞ୍ଜି ଗଲା ଖରେ
      ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ (2ଥର)
           କାଞ୍ଜି କି ଦେଲେ ଖିଅର କରି କି ଖିଅର କରି (2ଥର)
ତହୁଁ କାଞ୍ଜି ଗଲା ଖରେ
         ଯାଇ ପସିଲା ଗଉଡ଼ ଘରେ
ଏଣେ ଗଉଡୁଣୀ ତେଣେ ଗଉଡ଼ (2ଥର)
      କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼ (2ଥର)
ତହୁଁ କାଞ୍ଜି ଗଲା ଖରେ
       ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
     ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ(2ଥର)
ତହୁଁ କାଞ୍ଜି ଗଲା ଖରେ
            ଯାଇ ପସିଲା ବାହ୍ମଣ ଘରେ
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ (2ଥର)
           କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ (2ଥର) ।
ଦାସକାଠୀ ବା ଦାଶକାଠି ଶବ୍ଦକୁ ନେଇ ଅନେକ ମତ ପ୍ରଚଳିତ । କେତେକଙ୍କ ଅନୁସାରେ ଏଠାରେ ଦାସ’ର ଅର୍ଥ  ସେବକ ବା ଭକ୍ତ  ଓ ‘କାଠିଆ’ ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା ଯାହା ଗାହାଣ ଓ ପାଳିଆଙ୍କ ଦେଇ ବଜାଯାଇଥାଏ । ଏଥିରେ ଗାହାଣ ଓ ପାଳିଆ ନିଜକୁ ଭଗବାନ ଶିବଙ୍କ ଦାସ/ଭକ୍ତ ଭାବରେ ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦାଶକାଠି ଓ ଦାଶକାଠିଆ ଶବ୍ଦ ରହିଛି କିନ୍ତୁ ଦାସକାଠୀ କିମ୍ବା ଦାସକାଠିଆ ଶବ୍ଦ ଦେଖାଯାଏ ନାହିଁ । ତେଣୁ ଅନ୍ୟ ଏକ ମତାନୁସାରେ ଦାଶ ଉପନାମଧାରୀ  ହଳୁଆ ବ୍ରାହ୍ମଣମାନେ ପ୍ରଥମେ ଦାଶକାଠି ବଜାଇବା ଆରମ୍ଭ କରିଥାବାରୁ ଏହାର ଏଭଳି ନାମକରଣ ହୋଇଥିବା ଅନୁମାନ କରାଯାଇଥାଏ । ସମ୍ଭବତଃ ପ୍ରଥମେ ପ୍ରଥମେ ହଳୁଆ ବ୍ରାହ୍ମଣଙ୍କ ଦ୍ବାରା ଏ ଲୋକକଳା ଆବିଷ୍କୃତ ହୋଇ ପରେ ଅନ୍ୟାନ୍ଯ ଜାତିର ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ଅଧୁନା ଏହି ଦାସକାଠୀ ଲୋକକଳା ଅନ୍ୟ ଜାତୀୟ ଲୋକେ ବି ପରିବେଷଣ କରୁଅଛନ୍ତି ।
ଶିଶୁଆ କାଠରେ କାଠିଗୁଡ଼ିକ ସୁନ୍ଦର ଭାବେ ପ୍ରସ୍ତୁତ ହେଇଥାଏ । ଦାସକାଠୀ ଗାୟକଙ୍କ ହାତରେ ଥିବା କାଠିରେ ଛୋଟ ଛୋଟ ଝୁମୁକା ଲାଗିଥାଏ ଏବଂ ପାଳିଆଙ୍କ କାଠିରେ କିଛି ଲାଗିନଥାଏ । କାଠି ଛଡା ଏଥିରେ  ଅନ୍ୟ କୌଣସି ବାଦ୍ୟଯନ୍ତ୍ରର ବ୍ୟବହୃତ ହେଉନଥିବାରୁ ଗାୟକଙ୍କ ସୁଲଳିତ କଣ୍ଠ  ଓ ଲାଳିତ୍ୟପୂର୍ଣ୍ଣ ଭାଷାର ସ୍ବଷ୍ଟ ଉଚ୍ଚାରଣ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବର୍ତ୍ତମାନ ଏହି କଳା କମି କମି ଗଲେ ମଧ୍ୟ  ଆଦର ବହୁଳ ଭାବେ ରହିଛି  । ସରକାର  ଆଧୁନିକ ନାଚକୁ ବ୍ୟାନ କରି ଏହି ଲୋକସଂସ୍କୃତି  ଲୋକନୃତ୍ଯକୁ ପ୍ରୋତ୍ସାହିତ କଲେ ଅନେକ ଜୀବନ ଜୀବିକା ନିର୍ବାହ ହୋଇପାରନ୍ତା  ।
Spread the love
admin

View Comments

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

16 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago