ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ

ଲେଖା: ଦେଵ ତ୍ରିପାଠୀ
ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଗଞ୍ଜାମରେ ଓଡ଼ିଆ ମାନଙ୍କ ଜାଗରଣ ତେଜିଉଠିଲା । ମାନ୍ଦ୍ରାଜ ସରକାର ଜନମତର ପ୍ରାବଲ୍ୟକୁ ସହ୍ୟ କରି ନପାରି ୧୮୮୩ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ସ୍ଥାନ ଦେଲେ ଓଡ଼ିଆ ଭାଷାକୁ । ୧୮୯୦ ମସିହାରେ ସରକାରୀ ଅଫିସ ଓ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଆଦେଶ ଦିଆଗଲା । କିନ୍ତୁ ଓଡ଼ିଆମାନେ ସରକାରୀ ଅଫିସରେ ସ୍ଥାନ ପାଉ ନ ଥିବାରୁ ସରକାରଙ୍କ ଏ ଆଦେଶ ସର୍ବତ୍ର କାର୍ଯ୍ୟକାରୀ ହୋଇପାରି ନଥିଲା ।
୧୯୦୩ ଡିସେମ୍ବର ୩ ତାରିଖରେ ଭାରତ ସରକାରଙ୍କ ଘରୋଇ ସଚିବ ମିଃ ରିସଲେ ଆସାମ ଓ ଓଡ଼ିଶାକୁ ବଙ୍ଗପ୍ରଦେଶରୁ ଅଲଗା କରିବାକୁ ଦେଇଥିବା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ତେଣୁ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ କଟକର ଇଦଗା ପଡିଆଠାରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ୧୯୦୪ ଡିସେମ୍ବର ୨୮ -୨୯ ତାରିଖରେ ଉତ୍କଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଓଡିଶାକୁ ସ୍ବତନ୍ତ୍ର ଶାସନାଧୀନ କରିବା ପାଇଁ ଲର୍ଡ କର୍ଜନଙ୍କ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା ।
୧୯୦୬ ଏପ୍ରିଲ ୧୩ ଓ ୧୪ ତାରିଖରେ ବାଲେଶ୍ଵରଠାରେ ଉତ୍କଳ ସମ୍ମିଳନୀର ତୃତୀୟ ଅଧିବେଶନରେ ଓଡ଼ିଶା ସହିତ ସମ୍ବଲପୁର ଓ ଗଞ୍ଜାମର ମିଶ୍ରଣ ପରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୦୮ ମସିହାରେ ଉତ୍କଳଗୌରବ କୁଳବୃଦ୍ଧ ମଧୁସୂଦନଙ୍କ ଉଦ୍ୟମରେ ଇଂଲଣ୍ଡରେ ଓଡ଼ିଆ ଆନ୍ଦୋଳନର ତରଙ୍ଗ ସୃଷ୍ଟି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଏକ ଅବିସ୍ମରଣୀୟ ଘଟଣା ।
ତଥ୍ୟ: “କୋଣାର୍କ”, ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କ
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

15 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago