ଲେଖା: ଶିଶିର ସାହୁ ମନୋଜ ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇ ଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସର ମାନଙ୍କ ସମୟକାଳକୁ ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ ବୋଲି ଵୈଜ୍ଞାନିକମାନେ ମତ ଦିଅନ୍ତି । ଇଂରାଜୀର ଜୁରାସିକ୍ ଶବ୍ଦଟି ଫ୍ରେଞ୍ଚ ଭାଷାର Jurassique ଶବ୍ଦର ଆଧୁନିକ ରୂପ । ଆଧୁନିକ ଜୀଵାଶ୍ମ ଆବିଷ୍କାରର ପ୍ରାରମ୍ଭିକ କାଳରେ ସ୍ଵିଜରଲ୍ଯାଣ୍ଡର ଜୁରା ପର୍ଵତରୁ ଅନେକ ପ୍ରାଚୀନ ପ୍ରାଣୀଙ୍କ ଜୀଵାଶ୍ମ ମିଳିଵାପରେ ସେଇ ପର୍ଵତର ନାମାନୁସାରେ ଜୁରାସିକ ରଖାଯାଇଥିଲା । ମାନଵମାନେ ସେହି ଭୀମକାୟ ଭୟଙ୍କର ଜୀଵଙ୍କୁ ସାମୁହିକ ଭାଵେ dīnosaurus ନାମ ଦେଲେ ଏଵଂ ଏହା ଏକ ଲାଟିନ ଶବ୍ଦ ଅଟେ । ଏହି ଶବ୍ଦରେ ଦୁଇଗୋଟି ପ୍ରାଚୀନ ଗ୍ରୀକ୍ ଶବ୍ଦ ରହିଛି । ୧. δεινός(deinós) deinósର ଅର୍ଥ ଭୟଙ୍କର, ଭୀଷଣ, ଭୀମକାୟ, ଶକ୍ତିଶାଳୀ ଇତ୍ୟାଦି ଏଵଂ ଏହା P.I.E. root ଆକଳନ ଅନୁଯାୟୀ ସଂସ୍କୃତ ଦ୍ଵେଷ ଶବ୍ଦ ସହିତ ସମଦ୍ଧୃତ । deinósର ପୂର୍ଵ ରୂପ ଥିଲା dweynós ଏଵଂ ଏହାର P.I.E. root ମୂଳଧାତୁ *dwey ନିର୍ଣ୍ଣୟ କରାଯାଇଛି । *dwey P.I.E. rootର ମୂଳ ଅର୍ଥ ଭୟ କରିଵା । ଭାରତୀୟ ମୂଳ ଧାତୁଶବ୍ଦ ‘ଦ୍ଵିଷ୍’ ସହିତ ଏହା ସମଦ୍ଧୃତ । ଦ୍ଵିଷ୍ ଧାତୁର ଅର୍ଥଗୁଡ଼ିକ ମଧ୍ୟରେ ଦ୍ଵେଷ କରିଵା, ଶତ୍ରୁତା ଆଚରଣ କରିଵା, ହିଂସା କରିଵା ଇତ୍ଯାଦି ବହୁଳ ପ୍ରୟୋଗ ହୋଇଛି । ଲୋକେ ଯାହାକୁ ଭୟ କରନ୍ତି ତା ପ୍ରତି ଘୃଣା ଓ ଦ୍ଵେଷ କରିଵା ଆରମ୍ଭ କରିଦିଅନ୍ତି । ସେମାନେ ଭୟ ପ୍ରଦାତାକୁ ହିଂସ୍ର ଓ ଶତ୍ରୁ ଅଭିହିତ କରିଥାନ୍ତି । ଏହି ଆଧାରରେ ଆଉ ଏକ ଶବ୍ଦ ରହିଛି ମଖଦ୍ଵିଷ୍ ଯାହାର ଅର୍ଥ ରାକ୍ଷସ । ଲୋକ ଵିଶ୍ଵାସ ଆଧାରିତ, ଏହି ରାକ୍ଷସ ମାନଙ୍କୁ ମଧ୍ୟ ଲୋକେ ଯେହେତୁ ଡରୁଥିଲେ ତେଣୁ ସେମାନଙ୍କ ପ୍ରତି ତାଙ୍କର ମନରେ ଦ୍ଵେଷ ଓ ଘୃଣା ସ୍ଵାଭାଵିକ ଭାଵେ ଉଦ୍ରେକ ହେଉଥିଲା । ତେଣୁ ମକଦ୍ଵିଷ୍ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି । ସେହିପରି saûros ଶବ୍ଦର ଅର୍ଥ ଝିଟିପିଟି, ଏଣ୍ଡୁଅ ଓ ସରୀସୃପ ଅଟେ । ଜୀଵାଶ୍ମଵିଜ୍ଞାନୀ Richard Oweninଙ୍କ ଦ୍ଵାରା ୧୮୪୨ରେ ରେ ଏହି ଡାଇନୋସର ନାମ ରଖାଯାଇଥିଲା । ଏହାର ବହୁତ ପରେ ଡାଇନୋସର ଶବ୍ଦର ସଂସ୍କୃତ ପ୍ରତିଶବ୍ଦ ଗଢା଼ଯାଇ ଏହାର ନାମ ଭୀମସରଟ ରଖାଯାଇଥିଲା । ସଂସ୍କୃତ ସରଟ, ଶରଟ ଓ ଶରଣ୍ଡ ଆଦି ଶବ୍ଦ ଗ୍ରୀକ୍ saûros ଶବ୍ଦ ସହିତ ସମଦ୍ଧୃତ ଏଵଂ ଏ ଶବ୍ଦଟିର ମଧ୍ୟ ଦୁଇଗୋଟି ଅର୍ଥ ହେଉଛି ଏଣ୍ଡୁଅ ଓ ଝିଟିପିଟି । ଭୀମ ଶବ୍ଦ ସାଧାରଣତଃ ଭୀଷଣ ଆକାର ଅର୍ଥରେ ଵ୍ଯଵହାର ହୁଏ । ତେଣୁ ଡାଇନୋସର ଶବ୍ଦର ଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ ଭୀମସରଟ ରଖାଯାଇଥିଲା । © ଶବ୍ଦଭେଦ |
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…