ଲେଖା: ଶିଶିର ସାହୁ ମନୋଜ

ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକ ଅଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ ।

ଆଗେ ଗାଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ ତେଣୁ ମୁଖିଆମାନେ ବି ମୁଣ୍ଡିଆଳ ଵିଦିତ ହେଵାକୁ ଲାଗିଲେ ।  କଥିତ ଓଡ଼ିଆ ଶବ୍ଦକୋଷରେ ‛ମୁଣ୍ଡି’ ଓ ‛ମୁଣ୍ଡିଆମାଳ’ ଶବ୍ଦ ମଧ୍ୟ ମୁଖିଆ ଅର୍ଥରେ ଵ୍ଯଵହୃତ ହେଉଥିଵାର ଉଲ୍ଲେଖ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୁଣ୍ଡିଆଳ ଶବ୍ଦ ରହିଛି ଏଵଂ ଏହାର ତିନିଗୋଟି ଅର୍ଥ  ଲେଖା ହୋଇଛି, ଯେପରି କି,
୧. ଗାଁ ସର୍ଦ୍ଦାର
୨. ଶ୍ରେଷ୍ଠ ଵ୍ଯକ୍ତି
୩. ନେତା

ଗଡ଼ଜାତରେ ଅଵଶ୍ଯ ମୁଣ୍ଡି, ମୁଣ୍ଡିଆମାଳ କି ମୁଣ୍ଡିଆଳ ଶବ୍ଦ ନାହିଁ କିନ୍ତୁ ଏହା ସହିତ ସମ୍ବନ୍ଧିତ ଅନେକ ଶବ୍ଦ ଚଳୁଅଛି ।
ଯେଉଁମାନେ ସମ୍ମାନନୀୟ ସେମାନଙ୍କୁ ପ୍ରଣିପାତ କରାଯାଏ ଏଵଂ ଏହି ପ୍ରଣିପାତକୁ ଗଡ଼ଜାତରେ କୁହନ୍ତି ମୁଣ୍ଡିଆ ମାରିଵା ।

ମୁଣ୍ଡେଇଵା ଶବ୍ଦର ସାଧାରଣ ଅର୍ଥ ରହିଛି ଯେ କୌଣସି ଵସ୍ତୁକୁ ମୁଣ୍ଡରେ ବୋହିଵା କିନ୍ତୁ ଗଡ଼ଜାତରେ ଏହି ଶବ୍ଦର  ଭାଵାର୍ଥେ ଵ୍ଯଵହାର ହେଵା ମଧ୍ୟ ଦୃଶ୍ଯ ହୁଏ । ନିମ୍ନରେ ସେଇଭଳି କିଛି ଶବ୍ଦର ଉଲ୍ଲେଖ କରାଗଲା,
୧. ମୁଢା଼ଵା― ଦାୟିତ୍ୱ ନେଵା
୨. ମେଢେଇଵା ―ମନଦେଇ କାମ କରିଵା,କାମ ନିଜ ମୁଣ୍ଡ ଉପରକୁ ନେଵା

ତେଵେ ଵିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ଗ୍ରାମର ପ୍ରଧାନ ପୁରୁଷ ତଥା କୋହ୍ଲମାନଙ୍କ ସର୍ଦ୍ଦାରଙ୍କୁ ମୁଣ୍ଡା କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ସମ୍ଭଵତଃ ଏ ଶବ୍ଦ ମଧ୍ୟ ମୁଣ୍ଡି, ମୁଣ୍ଡିଆମାଳ ଓ ମୁଣ୍ଡିଆଳ ସହିତ ସମଦ୍ଧୃତ ହୋଇଥିଵ ।

ଆମେ ଓଡ଼ିଶାରେ ଗ୍ରାମ ମୁଖିଆ ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି, କେତେ ଵ୍ଯଵହାର ହେଉଛି ତ ଆଉ କେତେ ଲୋପ ପାଇଗଲାଣି !

ତଳେ ସେଇଭଳି କିଛି ଶବ୍ଦଳ ଉଦାହରଣ ଦିଆଗଲା,
୧. ପଧାନ, (ପ୍ରଧାନ)
୨. ମୁଖିଅ,ମୁଖିଆ
୩. ମିରଧାନୀ
୪. ଅଗୁଆ (ଅଗ୍ର)
୫. ଆଗବୋଲା
୬. ନାଏକ

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago