ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ !
~ ଚନ୍ଦନଯାତ୍ରା ~
ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ ଓ ପରଖଗୁଡିକ ଘଣ୍ଟ, ଛତି, କାହାଳି ସହ ପୂଜାପଣ୍ତା, ପତିମହାପାତ୍ର, ମୁଦିରସ୍ତ, ତିନିଜଣ ପୁଷ୍ଫାଳକତଳିଛ ପଟୁଆର ହୋଇ ତିନିଥର ବଡଦେଉଳକୁ ପ୍ରଦକ୍ଷିଣ କରାଇ ରତ୍ନସିଂହାସନ ଉପରେ ତିନିବାଡରେ ରଖାଯାଏ ଓ ପରେ ଗର୍ଭଗୃହସ୍ଥ ପୋଖରିଆରେ ପାଣି ପଡି ଧୁଆଯିବା ପରେ ଶୀତଳଭୋଗ ବଢାଯାଇ ପଞ୍ଚୋପଚାର ବିଧିରେ ପୂଜା କରାଯାଏ !
ଭୋଗ ସରିଲେ ସୂନା ଗୋସ୍ୱାମୀଙ୍କ ପ୍ରଦତ୍ତ ପୁଷ୍ଫରେ ନିର୍ମିତ ଅଳକା ଏବଂ ଶ୍ରୀରାମଦାସ ମଠ ଦେଇଥିବା ଚଉସରା ଇତ୍ୟାଦି ମହାପ୍ରଭୁ ମାନଙ୍କୁ ଲାଗି ପୂର୍ବକ ଛଅ ମୂର୍ତ୍ତି ଅଳଙ୍କାରରେ ସଜ୍ଜିତ କରାଯାଇ ବେଶ ବଢେ ଓ ମୁଦିରସ୍ତଙ୍କ ଦ୍ୱାରା ପ୍ରସାଦଲାଗି ହୋଇଥାଏ ! ଏହାପରେ ଶ୍ରୀମନ୍ଦିରସ୍ଥ ଦକ୍ଷିଣ ଘରେ ଚନ୍ଦନ ସର୍ବାଙ୍ଗ ବଢି ଭୋଗ ସରିବା ପରେ ମଦନମୋହନରାମକୃଷ୍ଣ ଚଳନ୍ତି ପ୍ରତିମାନଙ୍କୁ ମହାଜନ ସେବକମାନଙ୍କ ହସ୍ତରେ ରତ୍ନସିଂହାସନକୁ ବିଜେ କରାଯାଏ !
ଏଠାରେ ତିନିଜଣ ପୂଜାପଣ୍ତା ସେବକ ଷୋଡଶ ଉପଚାର ବିଧିରେ ମଧ୍ୟାହ୍ନଧୁପ ପୁଜା ଓ ଭୋଗ ମଣୋହି କରିବା ପରେ ତିନି ବାଡରେ ଯଥାକ୍ରମେ ପଣ୍ତା, ପତିମୁଦିରସ୍ଥ ବନ୍ଦାପନା ନୀତି ଶେଷ କରନ୍ତି ! ତତ୍ପରେ ପଣ୍ତା ଆଜ୍ଞାମାଳ ଦେବା ଉତ୍ତାରେ ଝୁଲଣ ମଣ୍ତପ ତଳେ ଥିବା ସୁସଜ୍ଜିତ ପାଲିଙ୍କିରେ ରାମ, କୃଷ୍ଣ, ଓ ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିଜେ ହୋଇଥାନ୍ତି !
ଚନ୍ଦନଯାତ୍ରା
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago